Wednesday, February 19, 2025
Wednesday, February 19, 2025
Home Latest ଜଷ୍ଟିସ ବିଦ୍ୟୁତ୍‌ ଷଡ଼ଙ୍ଗୀ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି

ଜଷ୍ଟିସ ବିଦ୍ୟୁତ୍‌ ଷଡ଼ଙ୍ଗୀ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି

by
0 comment

ଜଷ୍ଟିସ ବିଦ୍ୟୁତ୍‌ ଷଡ଼ଙ୍ଗୀ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ବରିଷ୍ଠତମ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଥିବା ନେଇ ଆଜି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୩ ଡିସେମ୍ବର ୨୭ରେ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲା।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀ ୧୯୬୨ ଜୁଲାଇ ୨୦ରେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ନିକଟ ପନ୍ତିଖାରି ଶାସନରେ ଜନ୍ମଗ୍ରହଣ କରିଥିଲେ। ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀ ହେଉଛନ୍ତି ସ୍ବର୍ଗତ ବାଞ୍ଛାନିଧି ଷଡ଼ଙ୍ଗୀ ଓ ସ୍ବର୍ଗତ ଶୈଳବାଳା ଷଡଙ୍ଗୀଙ୍କର ସାନ ପୁଅ। ମଧୁସୂଦନ ଆଇନ କଲେଜରୁ ସେ ଏଲ୍‌ଏଲ୍‌.ବି. ଓ ଏଲ୍‌ଏଲ୍‌.ଏମ୍‌. ପାସ କରିଥିଲେ। ତାଙ୍କୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଆଇନରେ ପିଏଚ୍‌ଡି ପ୍ରଦାନ କରାଯାଇଥିଲା। ୧୯୮୫ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ।

ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ୨୭ ବର୍ଷରୁ ଅଧିକ ସମୟ ଧରି ସେ ଆଇନଜୀବୀ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ୨୦୧୩, ଜୁନ ୨୦ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୨୩ରେ ସେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ହାଇକୋର୍ଟ ୱେବ୍‌ସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ବିଚାରପତି ଭାବେ ସାଢ଼େ ଦଶ ବର୍ଷର କାର୍ଯ୍ୟକାଳ ଭିତରେ ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀ ୧ ଲକ୍ଷ ୫୨ ହାଜରରୁ ଅଧିକ ମାମଲାର ଫଏସଲା କରିଛନ୍ତି। ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀ ୧୫ଶହରୁ ଅଧିକ ରିପୋର୍ଟେଡ୍ ଜଜ୍‌ମେଣ୍ଟ ପ୍ରକାଶ କରିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od