Monday, February 24, 2025
Home Latest ଛାଡ଼ପତ୍ର ବିବାଦ ମଧ୍ୟରେ ପୁଣି ଥରେ ରେମଣ୍ଡର ଏମଡି ହେଲେ ଗୌତମ ସିଙ୍ଘାନିଆ

ଛାଡ଼ପତ୍ର ବିବାଦ ମଧ୍ୟରେ ପୁଣି ଥରେ ରେମଣ୍ଡର ଏମଡି ହେଲେ ଗୌତମ ସିଙ୍ଘାନିଆ

by
0 comment

ଛାଡ଼ପତ୍ର ବିବାଦ ମଧ୍ୟରେ ପୁଣି ଥରେ ରେମଣ୍ଡର ଏମଡି ହେଲେ ଗୌତମ ସିଙ୍ଘାନିଆ

ନୂଆଦିଲ୍ଲୀ: ଛାଡ଼ପତ୍ର ବିବାଦ ମଧ୍ୟରେ ପୁଣି ଥରେ ରେମଣ୍ଡର ଏମଡି(ପରିଚାଳନା ନିର୍ଦ୍ଦେଶକ) ହେଲେ ଗୌତମ ସିଙ୍ଘ‌ାନିଆ। ଗତ ବର୍ଷ ପତ୍ନୀଙ୍କ ସହ ବିବାଦ ଥିବା ନେଇ ଜଣାପଡ଼ିବା ପରେ ଚର୍ଚ୍ଚାକୁ ଆସିଥିଲେ ଗୌତମ। ଏହି କାରଣରୁ ତାଙ୍କ ପଦବୀ ଚାଲିଯାଇପାରେ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଏବେ ପୁଣି ଥରେ ରେମଣ୍ଡ ଲିମିଟେଡର ବୋର୍ଡ ତାଙ୍କୁ ଏମଡି ଭାବେ ନିଯୁକ୍ତ କରିଛି।

Sambad is now on WhatsApp

Join and get latest news updates delivered to you via WhatsApp

“କମ୍ପାନିକୁ ବହୁତ ସଫଳତା ଦେଇଛନ୍ତି ଗୌତମ। ପେସାଦାର ଜୀବନରେ ସେ କ’ଣ କରୁଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ। ତାଙ୍କ କାମକୁ ଦେଖି ଆଗାମୀ ୫ବର୍ଷ ପାଇଁ ତାଙ୍କୁ ଏମଡି ଭାବେ ନିଯୁକ୍ତ କରାଯାଉଛି।” ପତ୍ନୀ ନୱାଜ ମୋଦୀଙ୍କ ସହ ଛାଡ଼ପତ୍ରକୁ ନେଇ ବିବାଦ ଚାଲିଥିବା ବେଳେ କମ୍ପାନିର ବୋର୍ଡ ଏଭଳି ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଉଭୟ ନୱାଜ ଓ ଗୌତମ ୨୦୨୩ରେ ପରସ୍ପରଠାରୁ ଅଲଗା ହେଉଥିବା ନେଇ ଘୋଷଣା କରିଥିଲେ। ହେଲେ ପରେ ଏହି ବିବାଦ ବଢ଼ିଯାଇଥିଲା। ୫୮ବର୍ଷୀୟ ସିଙ୍ଘ‌ାନିଆ ୧୯୯୯ରେ ଭାରତୀୟ ସଲିସିଟର ନାଦର ମୋଦୀଙ୍କ ଝିଅ ନୱାଜ ମୋଦୀଙ୍କୁ ବିବାହ କରିଥିଲେ। ସେ ୮ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ  ୧୯୯୯ରେ ୨୯ବର୍ଷିୟ ନୱାଜଙ୍କୁ ବିବାହ କରିଥିଲେ। ଦୁହେଁ ପ୍ରେମୀଯୁଗଳ, ସ୍ବାମୀ-ସ୍ତ୍ରୀ ଓ ମାତାପିତା ଭାବେ ଦାୟିତ୍ବ ତୁଲାଇବା ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

ଛାଡ଼ପତ୍ରର ଘୋଷଣା କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଗୌତମ ସିଙ୍ଘ‌ାନିଆ ଲେଖିଥିଲେ ଯେ, “ଚଳିତ ବର୍ଷର ଦୀପାବଳି ଆମ ପାଇଁ ସମାନ ନୁହେଁ। ୩୨ବର୍ଷ ଧରି ଏକ ଦମ୍ପତି ଭାବରେ ଏକାଠି ରହିବା, ପିତାମାତା ଭାବରେ ଦାୟିତ୍ବ ତୁଲାଇବା ଏବଂ ସର୍ବଦା ପରସ୍ପର ପାଇଁ ଛିଡ଼ା ହେବା ପରେ ଆମେ ଏହି ନିଷ୍ପତ୍ତି ନେଇଛୁ। ଆମେ ଅଲଗା ହେଲେ ବି ଦୁଇ ଝିଅ ନିହାରିକା ଓ ନିଶାଙ୍କ କଥା ଦୁହେଁ ମିଶି ବୁଝିବୁ। ଆମର ଛାଡ଼ପତ୍ରକୁ ନେଇ ଅନେକ ମିଥ୍ୟା ଚର୍ଚ୍ଚା ହେଉଛି। ସେସବୁକୁ ଧ୍ୟାନ ନଦେଇ ଆମ ନିଷ୍ପତ୍ତିକୁ ସମ୍ମାନ କରିବାକୁ ଅନୁରୋଧ।”

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od