ନୂଆଦିଲ୍ଲୀ, ୭।୧୧: ବଲିଉଡର ଚର୍ଚ୍ଚିତ ଦମ୍ପତି ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଦୁହେଁ ଗୋଟେ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ବରିଷ୍ଠ ନିର୍ଦ୍ଦେଶକ ମଣିରତ୍ନମ ଦୁହିଁଙ୍କୁ ନେଇ ଏକ ହିନ୍ଦୀ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏପରି ହେଲେ ଦୁହିଁଙ୍କୁ ନେଇ ମଣିରତ୍ନମଙ୍କ ଏହା ତୃତୀୟ ଫିଲ୍ମ ହେବ।
ପୂର୍ବରୁ ଦୁହିଁଙ୍କୁ ନେଇ ମଣିରତ୍ନମ ୨୦୦୭ରେ ‘ଗୁରୁ’ ପରେ ୨୦୧୦ରେ ରାବଣ ଫିଲ୍ମ ନିର୍ମାଣ କରିଥିଲେ। ଯଦି ଏହି ରିପୋର୍ଟ ସତ ହୁଏ ମଣିରତ୍ନମଙ୍କ ସହିତ ଅଭିଷେକଙ୍କ ଏହା ଚତୁର୍ଥ ଫିଲ୍ମ ହେବ। ୨୦୦୪ରେ ଅଭିଷେକଙ୍କୁ ନେଇ ସେ ”ଯୁବା” ଫିଲ୍ମ କରିଥିଲେ।
ଅଭିଷେକ ବଚ୍ଚନ ମଣି ରତ୍ନମଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ କହିଥିଲେ ଯେ, ଯେତେବେଳେ ସେ ପ୍ରଥମ ଥର ପାଇଁ ମୋତେ ‘ଯୁବା’ ପାଇଁ ସାଇନ୍ କରିବାକୁ ଆସିଥିଲେ, ସେତେବେଳେ ମୁଁ ଭାବିଲି ସେ ବାପା (ଅମିତାଭ ବଚ୍ଚନ) କୁ ସାଇନ୍ କରିବାକୁ ଆସିଛନ୍ତି। କିନ୍ତୁ ସେ ମୋତେ ସାଇନ୍ କରିବାକୁ ଚାହୁଁଥିଲେ ଜାଣିବା ପରେ ମୁଁ ଅତ୍ୟଧିକ ଆନନ୍ଦିତ ହୋଇଥିଲି। ଯେକୌଣସି ଅଭିନେତା ମଣିଙ୍କ ସହ କାମ କରିବାକୁ ଚାହିଁବେ। ତେଣୁ ମୁଁ ଗର୍ବିତ ଯେ ସେ ମୋତେ ତାଙ୍କ ସିନେମାର ତିନିଥର ଯୋଗ୍ୟ ବୋଲି ଭାବିଛନ୍ତି।
ଅଧା ରହିଗଲା ଶାରଦାଙ୍କ ସ୍ବପ୍ନ
ବାରାଣସୀ,୬।୧୧: ରାମଲଲାଙ୍କୁ ଦେଖିବା ପରେ ମୋତେ ଦରବାରକୁ କୋର୍ଟକୁ ମଧ୍ୟ ଯିବାକୁ ପଡିବ । ମୋତେ ତାଙ୍କ ପାଦତଳେ ପ୍ରଣାମ କରିବାକୁ ପଡିବ, ଦେଖିବା ଏହି…
‘ବେବି ଜନ୍’ ଟିଜର ଆଉଟ
ମୁମ୍ବାଇ: ଅଭିନେତା ବରୁଣ ଧାୱନଙ୍କ ପରବର୍ତ୍ତୀ ଫିଲ୍ମ ‘ବେବି ଜନ୍’ ଆସନ୍ତା ଡିସେମ୍ବର ୨୫ ବଡ଼ଦିନ ଉପଲକ୍ଷେ ରିଲିଜ୍ ହେବାକୁ ଯାଉଛି। ଶନିବାର ‘ବେବି ଜନ୍’ର ନିର୍ମାତାଙ୍କ…
ଆଗରେ ‘ସିଂଘମ୍ ଏଗେନ୍’
ମୁମ୍ବାଇ: ଦୀପାବଳି ଉପଲକ୍ଷେ ଶୁକ୍ରବାର ୨ଟି ବଡ଼ ବଜେଟ୍ର ବଲିଉଡ୍ ଚଳଚ୍ଚିତ୍ର ‘ସିଂଘମ୍ ଏଗେନ୍’ ଓ ‘ଭୁଲ୍ ଭୁଲୈୟା ୩’ ମୁକ୍ତିଲାଭ କରିଥିଲା। ରିଲିଜ୍ ହେବାର ପ୍ରଥମ…