ସମାଜ ଡିଜିଟାଲ ଡେସ୍କ: ସରିଲା ନିର୍ବନ୍ଧ। ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି, ଅଭିନେତା ଚିକୁ ଓ ଅଭିନେତ୍ରୀ ମୋନାଲିସା। ଅଭିନେତ୍ରୀ ମୋନାଲିସା ‘ମାନିନୀ’, ‘ଜୟ ମା’ ଲକ୍ଷ୍ମୀ’, ‘ଏସିପି ନିକିତା’, ‘ନୂଆବୋହୁ’, ‘ଆଶା’, ‘ତ୍ରିଲୋଚନୀ ଗୌରୀ’ ଭଳି ଅନେକ ଧାରାବାହିକ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି।
ସେହିପରି ଅଭିନେତା ଚିକୁ ସାମଲ ‘ଝିଅ ଆମର ନୂଆବୋହୁ’, ‘ଏସିପି ନିକିତା’, ‘ମୋ ଦେହେ ବୋଳିଦେ ତୋ ଦେହ କଳା’, ‘ଆହୁତି’ ଓ ‘ସିନ୍ଦୁର ବିନ୍ଦୁ’ ଭଳି ଧାରାବାହିକରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ଉଭୟେ ଚିକୁ ଓ ମୋନାଲିସା ପାର୍ବତୀ ଏବଂ ରଙ୍ଗତରଙ୍ଗ ଯାତ୍ରାପାର୍ଟିରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି।