Thursday, January 9, 2025
Thursday, January 9, 2025
Home FY25 ଚାରିବର୍ଷ ସର୍ବନିମ୍ନ ସ୍ତରକୁ ଖସିପାରେ ଅଭିବୃଦ୍ଧି ହାର, ଚିନ୍ତା ବଢ଼ାଇଲା ସରକାରଙ୍କ ତଥ୍ୟ

ଚାରିବର୍ଷ ସର୍ବନିମ୍ନ ସ୍ତରକୁ ଖସିପାରେ ଅଭିବୃଦ୍ଧି ହାର, ଚିନ୍ତା ବଢ଼ାଇଲା ସରକାରଙ୍କ ତଥ୍ୟ

by
0 comment

ନୂଆଦିଲ୍ଲୀ,୭।୧: ମଙ୍ଗଳବାର ସରକାର ଜିଡିପି ତଥ୍ୟ ପ୍ରକାଶ କରିଛନ୍ତି। ଏହାକୁ ଧ୍ୟାନରେ ରଖି ଅନୁମାନ କରାଯାଉଛି ଯେ, ଆଗାମୀ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୬.୪% ହାରରେ ବଢିବାର ଅନୁମାନ କରାଯାଉଛି। ଯାହା ଚାରି ବର୍ଷର ସର୍ବନିମ୍ନ ସ୍ତର ଛୁଇଁବ ଏବଂ ଆର୍ଥିକ ବର୍ଷ ୨୪ରେ ରେକର୍ଡ ହୋଇଥିବା ୮.୨% ଅଭିବୃଦ୍ଧି ହାର ଠାରୁ ଦ୍ରୁତ ହ୍ରାସ ପାଉଛି। ଏହି ଅନୁମାନ ମାର୍ଚ୍ଚ ୨୦୨୫ ରେ ସମାପ୍ତ ହେଉଥିବା ଚଳିତ ଆର୍ଥିକ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ କରିଥିବା ଅନୁମାନଠାରୁ ମଧ୍ୟ କମ୍ ଅଟେ।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜାତୀୟ ଆୟର ପ୍ରଥମ ଅଗ୍ରୀମ ଆକଳନ ପ୍ରକାଶ କରି ଏନଏସଓ କହିଛି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରକୃତ ଜିଡିପି ଅଭିବୃଦ୍ଧି ୬.୪ ପ୍ରତିଶତ ଅନୁମାନ କରାଯାଇଥିଲା, ଯେତେବେଳେ କି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜିଡିପିର ସାମୟିକ ଆକଳନ ୮.୨ ପ୍ରତିଶତ ବୋଲି ଆକଳନ କରାଯାଇଥିଲା। ତେବେ ସରକାର ଆକଳନ କରିଛନ୍ତି ଯେ ୨୦୨୫ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ଚାରି ବର୍ଷର ସର୍ବନିମ୍ନ ୬.୪% ରେ ପହଞ୍ଚିବ।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od