Sunday, February 23, 2025
Home ଦେଶ- ବିଦେଶ ଚାକିରିରେ ଯୋଗଦେବା ପୁର୍ବରୁ ଦୁର୍ଘଟଣାରେ ଚାଲିଗଲା ଯୁବ ଆଇପିଏସ୍‌ଙ୍କ ଜୀବନ

ଚାକିରିରେ ଯୋଗଦେବା ପୁର୍ବରୁ ଦୁର୍ଘଟଣାରେ ଚାଲିଗଲା ଯୁବ ଆଇପିଏସ୍‌ଙ୍କ ଜୀବନ

by
0 comment

ବେଙ୍ଗାଲୁରୁ: ୨୦୨୩ ବ୍ୟାଚ୍‌ କର୍ଣ୍ଣାଟକ କ୍ୟାଡରର ୨୬ ବର୍ଷୀୟ ଯୁବ ଆଇପିଏସ୍‌ ଅଫିସର୍‌ ହର୍ଷ ବର୍ଦ୍ଧନ ରବିବାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ନିକଟରେ ତାଙ୍କର ଟ୍ରେନିଂ ଶେଷ ହୋଇଥିଲା। ହାସନ ଜିଲ୍ଲାରେ ପ୍ରଥମ ପୋଷ୍ଟିଂରେ ଯୋଗ ଦେବାପାଇଁ ପୁଲିସ ଗାଡ଼ିରେ ଯାଉଥିଲେ। କିନ୍ତୁ ହାସନ-ମହୀଶୂର ରାଜପଥ ନିକଟ କିଟ୍ଟାନେ ସୀମା ନିକଟରେ ଗାଡ଼ିର ଟାୟାର ଫାଟିବାରୁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଘରେ ଏବଂ ଗଛରେ ପିଟି ହୋଇଯାଇଥିଲା।

ହର୍ଷ ବର୍ଦ୍ଧନଙ୍କ ମୁଣ୍ଡ‌ରେ ଗଭୀର ଆଘାତ ଲାଗିଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଡ୍ରାଇଭର ଆହତ ହୋଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ତାଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ପ୍ରୋବେସନାରି ଆଇପିଏସ୍‌ ଅଫିସର୍‌ ହର୍ଷ ବର୍ଦ୍ଧନଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଚାକିରିରେ ଯୋଗ ଦେବାପାଇଁ ଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od