Tuesday, March 4, 2025
Home ଆମ ଓଡ଼ିଶା ଚରଦିଆରେ ସରସ୍ୱତୀ ଭସାଣି:  ଡିଜେ ଏବଂ ଭାଇବ୍ରେଟର ବନ୍ଦକୁ ନେଇ ଉତେଜନା

ଚରଦିଆରେ ସରସ୍ୱତୀ ଭସାଣି:  ଡିଜେ ଏବଂ ଭାଇବ୍ରେଟର ବନ୍ଦକୁ ନେଇ ଉତେଜନା

by
0 comment

ଧାମରା: ବାଂଶଡା ଥାନା ଅର୍ନ୍ତଗତ ଚରଦିଆ ପଂଚାୟତରେ ସରସ୍ୱତୀ ଭସାଣିରେ ଡିଜେ ବନ୍ଦକୁ ନେଇ ଉତେଜନା ଦେଖା ଦେଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଚରଦିଆ ପଂଚାୟତରେ ୧୦ଟି ସରସ୍ୱତୀ ମେଢ ଭସାଣି କରିବାକୁ ପ୍ରସ୍ତୁତ ହୋଇଥିବା ବେଳେ ଏହି ଭସାଣି ଉତ୍ସବକୁ ସ୍ଥାନୀୟ ଲୋକଙ୍କ ଦାବୀ ମୁତାବକ ଏକ ଡିଜେ ଏବଂ ଭାଇବ୍ରେଟର ଗାଡି ଆସି ପହଂଚିଥିଲା। ଡିଜେ ଶବ୍ଦକୁ ନେଇ ସରକାର କଟକଣା ଜାରି କରିଥିବାବେଳେ ବାଂଶଡା ପୁଲିସ ପ୍ରଶାସନ ସେଠାରେ ପହଂଚି ଏହି ଡିଜେ ବନ୍ଦ କରିବାକୁ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଆଦେଶ ଦେଇଥିଲେ। ଏହାସହ ଅନୁମତି ପତ୍ର ମାଗିଥିଲେ। ମାତ୍ର କୌଣସି ଅନୁମତି ପତ୍ର ନଥିବାରୁ ପୁଲିସ ପ୍ରଶାସନ ଡିଜେ ବାଜିବାକୁ ଦେଇ ନଥିଲେ। ଫଳରେ ଚରଦିଆ ପଂଚାୟତରେ ସରସ୍ୱତୀ ମେଢ ଭସାଣି ହୋଇ ପାରି ନଥିଲା।

prayash

ଆଜି ଏହାକୁ ନେଇ ସ୍ଥାନୀୟ ଯୁବକମାନେ ଚରଦିଆ ମାର୍କେଟକୁ ସକାଳେ ବନ୍ଦ କରିବା ସହ ସରସ୍ୱତୀ ପୂଜା ପାଇଁ ଆରମ୍ଭ ହେବାକୁ ଥିବା ଅପେରା ଶୋ’ ପାଇଁ ନିର୍ମାଣଧୀନ ଷ୍ଟେଜ ତିଆରି କରିବାକୁ ଦେଇ ନଥିଲେ ଏବଂ ରାସ୍ତାରୋକ କରିଥିଲେ। ଏହାପରେ ସରସ୍ୱତୀ ପୂଜା କମିଟି ଏବଂ ଚରଦିଆ ପଂଚାୟତରୁ କିଛି ନେତୃବୃନ୍ଦ ଆସି ବାଂଶଡା ଥାନାରେ ପହଂଚି ଏହାର ଆଶୁ ସମାଧାନ କରିଥିଲେ। ସମସ୍ତ ସମାଧାନ ପରେ ସ୍ଥାନୀୟ ଯୁବକମାନେ ଅପେରା ଶୋ’ ପାଇଁ ପ୍ରସ୍ତୁତ ହେବାକୁ ଥିବା ଷ୍ଟେଜ ବାନ୍ଧିବାକୁ ଦେବା ସହ ଅପେରା ପରିବେଷଣ ପରେ ଏହି ଅଞ୍ଚଳରେ ହୋଇଥିବା ୧୦ଟି ସରସ୍ୱତୀ ମେଢ ଭସାଣି କରାଯିବ ବୋଲି ଜଣାଯାଇଛି। ଏହି ବିଷୟରେ ଚରଦିଆ ପଂଚାୟତ ଏବଂ ସରସ୍ୱତୀ ପୂଜା କମିଟି ସହ ଆଲୋଚନା ହେବା ସହ ସମସ୍ତ କଥାର ଆଶୁ ସମାଧାନ ହୋଇଛି ବୋଲି ବାଂଶଡା ଥାନାଧିକାରୀ ଦେବରାଜ ଜେନା କହିଥିଲେ।

kalyan agarbati

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od