Friday, February 14, 2025
Friday, February 14, 2025
Home odia news ଘାଟିରେ ଟ୍ରକ ବ୍ରେକ୍ ଫେଲ୍: ଡ୍ରାଇଭର ମୃତ

ଘାଟିରେ ଟ୍ରକ ବ୍ରେକ୍ ଫେଲ୍: ଡ୍ରାଇଭର ମୃତ

by
0 comment

କୋଇଡା: ସୁନ୍ଦରଗଡ ଜିଲ୍ଲା କେ. ବଲାଙ୍ଗ ଥାନା ଚୁନା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ଲୁହାପଥର ବୋଝେଇ ଟ୍ରକ୍ ବ୍ରେକ୍ ଫେଲ୍ ହେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ବ୍ରେକ୍ ଫେଲ୍ ହୋଇ ଆଉ ଏକ ଟ୍ରକକୁ ପଛରୁ ପିଟି ଭାଙ୍ଗି ଚୁରମାର୍ ହୋଇଯାଇଛି। ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଲୁହାପଥର ଟ୍ରକ୍‌ ଟି ଯାଉଥିବା ବେଳେ  ହଠାତ୍‌ ବ୍ରେକ୍‌ ଫେଲ୍‌ ହୋଇଥିଲା। ଫଳରେ ଟ୍ରକ୍‌ଟି ଆଗରେ ଯାଉଥିବା ଟ୍ରକ୍‌କୁ ପିଟିବା ସହ ବହୁ ବାଟ ଘୋଷାଡ଼ି ହୋଇ ଯାଇଥିଲା। ଫଳରେ ତା’ ଭିତରେ ଡ୍ରାଇଭର ଓ ହେଲପର ଚାପି ହୋଇ ରହିଯାଇଥିଲେ। ପରେ ଖବର ପାଇ ପୁଲିସ୍ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଟ୍ରକଟିକୁ କାଟି ଡ୍ରାଇଭର ଏବଂ ହେଲପରକୁ ବାହାର କରିଥିଲେ। ହେଲପରଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଡ୍ରାଇଭର ଏବଂ ହେଲପରଙ୍କର ପରିଚୟ ମିଳିନଥିବାବେଳେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od