Sunday, February 23, 2025
Home ଆମ ଓଡ଼ିଶା ଘାଟିରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଘାଟିରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

by
0 comment

ଘାଟିରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଫୁଲବାଣୀ: ଗାଡିଆପଡା ଘାଟିରେ ଟ୍ରାକ୍ଟର ଓଲଟି ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ଚାରିପଡା ଗ୍ରାମର ପ୍ରବୀଣ ଜାନି(୩୨)। ଆହତ ହେଲେ ଅଜିତ୍ ଦଳବେହେରା।

ସୂଚନା ଅନୁଯାୟୀ, ବୁଧବାର ସକାଳେ ଉଭୟେ ପ୍ରବୀଣ ଏବଂ ଅଜିତ ଟ୍ରାକ୍ଟର ଯୋଗେ ଗାଡିଆପଡାରୁ ବାଲି ଆଣିବାକୁ ଯାଉଥିବାବେଳେ ଗାଡିଆପଡା ଘାଟିରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିଥିଲା। ଫଳରେ ପ୍ରବୀଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତ ଅଜିତଙ୍କୁ ଉଦ୍ଧାର କରି ଖଜୁରୀପଡ଼ା ମେଡିକାଲ ନେଇଥିଲା। ଏ ନେଇ ଥାନାରେ ଏକ  ମାମଲା ରୁଜୁ କରାଯାଇଥିବା ଏସଆଇ ଦୀନବନ୍ଧୁ ପ୍ରଧାନ ସୂଚନା ଦେଇଛନ୍ତି। ଦୁର୍ଘଟଣା ସ୍ଥଳରେ ଏମଭିଆଇ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od