Monday, February 24, 2025
Home Latest ଘର କିଣିସାରିବା ପରେ ବ୍ରୋକରଙ୍କୁ ଟଙ୍କା ଦେଉନାହାନ୍ତି ଦିବ୍ୟା-ଅପୂର୍ବା ! ଭିଡିଓ ସେୟାର କଲେ ଯୁବକ

ଘର କିଣିସାରିବା ପରେ ବ୍ରୋକରଙ୍କୁ ଟଙ୍କା ଦେଉନାହାନ୍ତି ଦିବ୍ୟା-ଅପୂର୍ବା ! ଭିଡିଓ ସେୟାର କଲେ ଯୁବକ

by
0 comment

ଘର କିଣିସାରିବା ପରେ ବ୍ରୋକରଙ୍କୁ ଟଙ୍କା ଦେଉନାହାନ୍ତି ଦିବ୍ୟା-ଅପୂର୍ବା ! ଭିଡିଓ ସେୟାର କଲେ ଯୁବକ

ମୁମ୍ବାଇ: ଘର କିଣିସାରିବା ପରେ ବ୍ରୋକରଙ୍କୁ ଟଙ୍କା ଦେଉନାହାନ୍ତି ଦିବ୍ୟା ଅଗ୍ରୱାଲ-ଅପୂର୍ବା ପଡ଼ଗାଓଁକର। ଲୋକପ୍ରିୟ ରିଅଲ୍ ଇଷ୍ଟେଟ୍ ପରାମର୍ଶଦାତା ରଫିକ୍ ମର୍ଚାଣ୍ଟ ଭିଡିଓ ସେୟାର କରି ଏଭଳି ଦାବି କରିଛନ୍ତି। ସେ କହିଛନ୍ତି ଯେ ବିଗ୍ ବସ୍ ଓଟିଟି ସିଜନ୍-୧ ବିଜେତା ଦିବ୍ୟା ଅଗ୍ରୱାଲ ଏବଂ ତାଙ୍କ ସ୍ୱାମୀ ଅପୂର୍ବା ପଡ଼ଗାଓଁକରଙ୍କୁ ସେ ଏକ ଫ୍ଲାଟ ବିକ୍ରି କରିଥିଲେ। ଫ୍ଲାଟ କିଣିବା ପରେ ଦୁହେଁ ତାଙ୍କ ବ୍ରୋକରେଜ୍ ଫି’ ଦେଇନଥିବା ଦାବି କରିଛନ୍ତି ରଫିକ।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି, “ଦିବ୍ୟା ଅଗ୍ରୱାଲ-ଅପୂର୍ବା ପଡ଼ଗାଓଁକର ଆପଣ ଦୁହେଁ ବହୁତ ବଡ଼ ସେଲିବ୍ରିଟି। ମୋତେ ମୋ ପାରିଶ୍ରମିକ କାହିଁକି ଦେଉନାହାନ୍ତି। ଆପଣଙ୍କୁ ଘର କିଣିବାରେ ସାହାଯ୍ୟ କଲି ଏବଂ ପରେ ସେହି ଘରକୁ ବିକ୍ରି କରିବାରେ ସାହାଯ୍ୟ କଲି। ଏବେ ତୁମେ କହୁଛ ଯେ, ବିକ୍ରି କରିବା ପରେ ଲାଭ ମିଳିଲାନି। ଏଥିରେ ମୋର ଭୁଲ କ’ଣ। ମୁଁ ତୁମ ଘର ପାଇଁ ଭଡାଟିଆର ବି ବ୍ୟବସ୍ଥା କରିଥିଲି। ହେଲେ ସବୁ ପରେ ବି ଦୁହେଁ ମୋ ୧% ବ୍ରୋକରେଜ୍ ଫି’ ଦେଉନାହଁ। ପ୍ରଥମେ କଲ୍ କଲେ ଉଠାଉନଥିଲ। ଏବେ ମୋ ନମ୍ବର ବ୍ଲକ କରି‌ଦେଇଛ। ମୁଁ ଚାହୁଁଛି ମୋ ପାରିଶ୍ରମିକ ମୋତେ ମିଳୁ। ଦୟା କରି ମୋତେ ମୋ ପାରିଶ୍ରମିକ ଦେଇ ଦିଅ।”

Broker and Instagram influencer Rafique Merchant goes public against non-payment of brokerage by Big Boss participant Divya Agarwal.
I’m not an admirer of most brokers but if the terms of a deal are set – buyers and sellers must abide by it. No excuses. pic.twitter.com/aNPLOiFSbj

— Vishal Bhargava (@VishalBhargava5) July 9, 2024

ଭିଡିଓ ଭାଇରାଲ ହେବା ମାତ୍ରେ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଏହି ଦମ୍ପତିଙ୍କୁ ଟ୍ରୋଲ କରି ଦଲାଲଙ୍କୁ ଟଙ୍କା ଫେରସ୍ତ କରିବାକୁ କହିବା ଆରମ୍ଭ କରିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od