ବ୍ୟାସନଗର: ବ୍ୟାସନଗରରେ ପୁଣି ମାତିଛନ୍ତି ସୁନାଚେନ୍ ଲୁଟେରା। ସହରର କହ୍ନେଇପୁରସ୍ଥିତ ଶିବମନ୍ଦିର ଗଳିରେ ଘର ଅଗଣାରେ ବସିଥିବା ଜଣେ ମହିଳାଙ୍କ ବେକରୁ ସୁନାହାରକୁ ଝାମ୍ପି ନେଇ ଚମ୍ପଟ ମାତିଛନ୍ତି ଦୁର୍ବୃତ୍ତ। ଗତକାଲି ସନ୍ଧ୍ୟା ସାଢେ ୫ ଟାରେ ମଞ୍ଜୁବାଳା ଶତପଥୀ ତାଙ୍କ ଘର ଅଗଣାରେ ଚୌକିରେ ବସିଥିଲେ। ଏହି ସମୟରେ ହଠାତ ଦୁଇଜଣ ଯୁବକ ଏକ ବାଇକ୍ ଯୋଗେ ମଞ୍ଜୁବାଳାଙ୍କ ପାଖରେ ପହଞ୍ଚି ‘ଭାଇ ନାହାନ୍ତି କି’ ବୋଲି ପଚାରିଥିଲେ। ମଞ୍ଜୁବାଳା କେହିନାହାନ୍ତି ବୋଲି କହିଥିଲେ। ଏହା ଭିତରେ ୨ ଜଣ ଦୁର୍ବୃତ୍ତ ହଠାତ ତାଙ୍କୁ ଧକ୍କା ଦେଇ ସେ ପିନ୍ଧିଥିବା ୩ ଭରି ଓଜନର ସୁନାହାରକୁ ନେଇ ଚମ୍ପଟ ମାରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମଞ୍ଜୁବାଳାଙ୍କ ପାଟି ଶୁଣି ପାଖ ପଡ଼ୋଶୀ ପହଞ୍ଚିଥିଲେ। ମାତ୍ର ସେତେବେଳକୁ ଲୁଟେରା ଫେରାର ହୋଇଯାଇଥିଲେ। ପରିବାର ଲୋକମାନେ ପହଞ୍ଚିବା ପରେ ଏ ସଂକ୍ରାନ୍ତରେ କୋରେଇ ଥାନାରେ ଅଭିଯୋଗ କରିଛନ୍ତି। କୋରେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି।