Monday, February 24, 2025
Home Home Left ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

by
0 comment

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୪ଜଣ ଶ୍ରମିକ ନିର୍ଯାତନା ସହି ନ ପାରି ଶୁକ୍ରବାର ଲୁଚି ଘରକୁ ଫେରିଆସିଥିଲେ। ହେଲେ ୨୨ଜଣ ଶ୍ରମିକ ଠିକାଦାରଙ୍କ କବଳରୁ ଆସି ନ ପାରି ବନ୍ଧାପଡ଼ି ରହିଥିଲେ। ଠିକାଦାର ସେମାନଙ୍କୁ ଅନେକ ନିର୍ଯାତନା ଦେଉଥିବା ଫେରିଥିବା ଶ୍ରମିକ ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ଭୂପେନ୍ଦ୍ର ସିଂ ଯାଦବଙ୍କୁ ଅବଗତ କରିଥିଲେ। ଶୀଘ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଯାଦବ ପ୍ରୟାସ ଆରମ୍ଭ କରିଥିଲେ। ଏହାପରେ ସ୍ଥାନୀୟ ଶ୍ରମ ବିଭାଗ ଓ ପୋଲିସ ହାଇଦ୍ରାବାଦରୁ ୨୨ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ସମସ୍ତେ ବସ୍‌ ଯୋଗେ ସୁରକ୍ଷିତ ଭାବେ ସୋମବାର ସକାଳେ ଜୁନାଗଡ଼ରେ ପହଞ୍ଚିଛନ୍ତି।

ପ୍ରକାଶ ଯେ, ଗତ ୬ମାସ ତଳେ ଧର୍ମଗଡ ଥାନା ତାରାପୁରର ଜଣେ ଦାଦନ ଦଲାଲଙ୍କ କଥାରେ ପଡ଼ି ଜୁନାଗଡ଼ ସହରର ଫତେନଗରପଡ଼ା, ଗୋତିପଡା ଓ ତାଲବନ୍ଦପଡ଼ାର ୨୬ଜଣ ଶ୍ରମିକ ଦାଦନ ଖଟିବାକୁ ହ୍ରାଇଦାବାଦ ଯାଇଥିଲେ। ସେଠାରେ ସେମାନେ ଏକ ଇଟାଭାଟିରେ କାମ କରୁଥିଲେ। କାମର ପାଉଣା ମାଗିବା ସମୟରେ ଠିକାଦାର ସେମାନଙ୍କୁ ମାଡ ମାରିବା ସହ ମହିଳାମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ।

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସେମାନେ ଘରକୁ ଯିବା ଲାଗି କହିବାରୁ ଠିକାଦାର ସେମାନଙ୍କୁ ମାଡ ମାରିଥିଲେ। ପରେ ସମସ୍ତ ଶ୍ରମିକ ଅନ୍ଧାର ରାତିର ସୁଯୋଗ ନେଇ ଚାଲିଆସୁଥିବା ବେଳେ ଖବରପାଇ ଠିକାଦାର ବାଟରେ ଅଟକାଇ ସେମାନଙ୍କୁ ଜୋରଜବରଦସ୍ତ ପୁଣି ନେଇଯାଇଥିଲେ। ତେବେ ୪ ଜଣ ଶ୍ରମିକ କୌଶଳ କ୍ରମେ ସେଠାରୁ ଜଙ୍ଗଲ ରାସ୍ତା ଦେଇ ନିକଟସ୍ଥ ସହରର ଏକ ଛକକୁ ଚାଲିଆସିଥିଲେ। ସେଠାରୁ ସେମାନେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କୁ ଫୋନରେ ଘଟଣା ସମ୍ପର୍କରେ କହିଥିଲେ। ଏହା ପରେ ବସ୍‌ରେ ଘରକୁ ଯିବା ପାଇଁ ଟଙ୍କା ପଠାଇବାକୁ ନଗରପାଳ ଅଗ୍ରୱାଲଙ୍କୁ ନିବେଦନ କରିଥିଲେ। ନଗରପାଳ ଟଙ୍କା ପଠାଇବା ପରେ ସେମାନେ ଘରକୁ ଫେରିଆସିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od