Saturday, February 1, 2025
Home ରାଜ୍ୟ ଘରକୁ ପହଞ୍ଚିବା ପୂର୍ବରୁ ସ୍ବାମୀଙ୍କ ଠାରୁ ସ୍ତ୍ରୀଙ୍କୁ ଛଡ଼ାଇ ନେଲା ଯମ

ଘରକୁ ପହଞ୍ଚିବା ପୂର୍ବରୁ ସ୍ବାମୀଙ୍କ ଠାରୁ ସ୍ତ୍ରୀଙ୍କୁ ଛଡ଼ାଇ ନେଲା ଯମ

by
0 comment

ସୁନ୍ଦରଗଡ଼: ଆଉ ଅଳ୍ପ ସମୟ ପରେ ସ୍ବାମୀ-ସ୍ତ୍ରୀ ଘରେ ପହଞ୍ଚି ଥାନ୍ତେ। ପରିବାର ଲୋକଙ୍କ ସହ ହସଖୁସି ବାଣ୍ଟିଥାନ୍ତେ। ଏଥି ପାଇଁ ଗାଁ ନିକଟ ଛକରେ ଅଟୋରୁ ଓହ୍ଲାଇ ଘରକୁ ଯିବା ପାଇଁ ବାହାରିଥିଲେ। ଏତିକି ବେଳେ ସ୍ବାମୀ-ସ୍ତ୍ରୀଙ୍କ ହସଖୁସିର ସଂସାର ଉ‌ପରେ ଯମ ନଜର ପକାଇଥିଲା। ସ୍ବାମୀଙ୍କ ଠାରୁ ସ୍ତ୍ରୀଙ୍କୁ ଛଡ଼ାଇ ନେଇଥିଲା। ସୁନ୍ଦରଗଡ଼ ଟାଉନ୍‌ ଥାନା ଅଧୀନ ୧୦ ନମ୍ବର ଜାତୀୟ ରାଜପଥର ପଣ୍ଡରିଢ଼ିପା ଛକ ନିକଟରେ ଆଜି ଅପରାହ୍‌ଣରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ହେଲେନ ବୁଡ଼। 

ଏହି ଖବର ପଢ଼ନ୍ତୁ: ଭୁବେନଶ୍ବରଙ୍କ ନାମରେ ମୋହର ମାରିଲା ଚୟନ କମିଟି

ସୂଚନା ଅନୁସାରେ ହେଲେନ୍‌ ବୁଡ଼ ଓ ତାଙ୍କ ସ୍ବାମୀ ପ୍ରଭୁ ଦୟାଲ ବୁଡ଼ ଆଜି ଅପରାହ୍‌ଣରେ ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ଦେଇ ଯାଇଥିବା ୧୦ ନମ୍ବର ରାଜ୍ୟ ରାଜପଥର ପଣ୍ଡରିଢ଼ିପା ଛକ ନିକଟରେ ଅଟୋରୁ ଓହ୍ଲାଇଥିଲେ।‌ ସେମାନେ ଛକରୁ ନିଜ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ‌ହେଲେନ୍‌ ଅଟୋରୁ ଓହ୍ଲାଇଲା ବେଳକୁ ପଛ ପଟୁ ଏକ ଟ୍ରେଲର ଦ୍ରୁତଗତିରେ ଆସି ତାଙ୍କର ଉପରେ ଚଢ଼ି ଯାଇଥିଲା। ଫଳରେ ହେଲେନ୍‌ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ସୌଭାଗ୍ୟ ବଶତଃ ତାଙ୍କର ସ୍ବାମୀ ପ୍ରଭୁଦୟାନ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

publive-image

ଏହି ଖବର ପଢ଼ନ୍ତୁ: ବସ୍‌ରେ ସ୍ତ୍ରୀ ବସିଥିବା ବେଳେ ଖସି ପଡ଼ିଲେ ସ୍ବାମୀ

ହେଲେନ୍‌ ବୁଡ଼ ଓ ତାଙ୍କ ସ୍ବାମୀ ପ୍ରଭୁ ଦୟାଲ ବୁଡ଼ ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ପଣ୍ଡରିଢ଼ିପା ଛକ ନିକଟରେ ଅଟୋରୁ ଓହ୍ଲାଇ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ‌ଏହି ସମୟରେ ଏକ ଟ୍ରେଲର ଦ୍ରୁତଗତିରେ ଆସି ହେଲେନ୍‌ଙ୍କର ଉପରେ ଚଢ଼ି ଯାଇଥିଲା।

ଏହି ଖବର ପଢ଼ନ୍ତୁ: ଆଶାକର୍ମୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜିତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଛନ୍ତି। ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଲୋକଙ୍କ ଦାବି ରାସ୍ତା ଉପରେ ବଡ଼ବଡ଼ ସ୍ପିଡ୍‌ ବ୍ରେକର ତିଆରି କରାଯାଉ ଏବଂ ମୃତକଙ୍କର ପରିବାରକୁ ଉଚିତ୍‌ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି କହିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ରାସ୍ତାରୋକ ଜାରି ରହିଥିବା ବେଳେ ଘଟଣାସ୍ଥଳରେ ସଦର ତହସିଲଦାର ଏବଂ ଟାଉନ ଥାନା ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଅନ୍ୟପଟରେ ଦୁର୍ଘଟଣା କରିଥିବା ଟ୍ରେରଲଟି ଫେରାର ହୋଇଯାଇଥିବା ନେଇ ପୁଲିସ ସୂଚନା ଦେଇଛି।  

ଏହି ଖବର ପଢ଼ନ୍ତୁ: ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଏଡସ୍ ରୋଗୀ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od