ମୁମ୍ବାଇ: ପୂର୍ବତନ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପର ତାଙ୍କ ସ୍ଥାନରେ ଗୌତମଙ୍କୁ ନିଯୁକ୍ତ କରାଯାଇଛି । ଗୌତମ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ହେବା ନେଇ ଗତ କିଛି ମାସ ହେଲା ଚର୍ଚ୍ଚା ଚାଲିଥିଲା । ଏ ନେଇ ବିସିସିଆଇ ଓ ଗମ୍ଭୀରଙ୍କ ମଧ୍ୟରେ ବି ଅନେକ ରାଉଣ୍ଡ କଥାବାର୍ତ୍ତା ହୋଇଥିଲା । ସେଥିରୁ କଳ୍ପନା କରାଯାଉଥିଲା ଯେ ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ହେବା ନିଶ୍ଚିତ ।
Sambad is now on WhatsApp
Join and get latest news updates delivered to you via WhatsApp
ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ନୂଆ ମୁଖ୍ୟ ପ୍ରଶିକ୍ଷକ ଭାବେ ସ୍ୱାଗତ କରି ମୁଁ ଆନନ୍ଦିତ। ଆଜିର ସମୟରେ କ୍ରିକେଟ୍ ବହୁତ ଦ୍ରୁତ ଗତିରେ ବିକଶିତ ହୋଇଛି ଏବଂ ଗୌତମ ଏହି ପରିବର୍ତ୍ତିତ ଦୃଶ୍ୟକୁ ଅତି ନିକଟରୁ ଦେଖିଛନ୍ତି। ନିଜ କ୍ୟାରିୟରରେ ବିଭିନ୍ନ ଭୂମିକାରେ ଭଲ ପ୍ରଦର୍ଶନ କରିଥିବା ଗୌତମ ଭାରତୀୟ କ୍ରିକେଟକୁ ଆଗକୁ ନେବା ପାଇଁ ଆଦର୍ଶ ବ୍ୟକ୍ତି ବୋଲି ମୋର ବିଶ୍ୱାସ ରହିଛି। ଭାରତୀୟ ଦଳ ପାଇଁ ତାଙ୍କର ସ୍ପଷ୍ଟ ଦୃଷ୍ଟିକୋଣ ଏବଂ ତାଙ୍କର ବିଶାଳ ଅଭିଜ୍ଞତା ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଏବଂ ସବୁଠାରୁ ଚାହିଦାପୂର୍ଣ୍ଣ ପ୍ରଶିକ୍ଷଣ ଭୂମିକା ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଛି । ସେ ଏହି ନୂଆ ଯାତ୍ରା ଆରମ୍ଭ କରୁଥିବାବେଳେ ବିସିସିଆଇ ତାଙ୍କୁ ପୂର୍ଣ୍ଣ ସମର୍ଥନ କରୁଛି।
ଟିମ ଇଣ୍ଡିଆ ମୁଖ୍ୟ କୋଚ୍ ନିଯୁକ୍ତ ହେବା ପରେ ଗୌତମ ଏକ୍ସରେ ଲେଖିଛନ୍ତି ଯେ ଏହି ପଦବୀ ଗ୍ରହଣ କରିବା ତାଙ୍କ ପାଇଁ ବେଶ ସମ୍ମାନର ବିଷୟ ।