ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବୁର୍ଜା ଗ୍ରାମପଞ୍ଚାୟତ ଅଧୀନ ପଦିଆ ଗୁଡ଼ାଗ୍ରାମ ଠାରେ ଏକ ଗୋଷ୍ଠୀ ମୁହାଁମୁହିଁ ହୋଇଛି। ଫଳରେ ୫ରୁ ଊର୍ଦ୍ଧ୍ବ ମହିଳା ଆହତ ହେବା ସହ ବ୍ୟାପକ ମକା ଫସଲ ନଷ୍ଟ କରି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ପଦିଆଗୁଡ଼ାକୁ ଲାଗି ପ୍ରାୟ ୨୦ ଏକର ଗୋଚର ଜମି ଅଛି। ଏହି ଜମିକୁ ଦୀର୍ଘ ବର୍ଷ ଧରି ଗାଁ ଲୋକେ ଗାଈ ଗୋରୁ ଚରାଉ ଥିଲେ। କିନ୍ତୁ ୨ବର୍ଷ ହେଲା ଉକ୍ତ ଜମିକୁ ଗ୍ରାମର ଗୋଟିଏ ଗୋଷ୍ଠୀ ଜବରଦଖଲକୁ ନେଇ ବିରି ଓ ମାଣ୍ଡିଆ ଚାଷ କରୁଥିଲେ। କିନ୍ତୁ ଗାଁର ଅନ୍ୟ ଏକ ଗୋଷ୍ଠୀ ଏହି ଜମି ଗାଈ ଗୋରୁଙ୍କୁ ଚରାଇବା ପାଇଁ ଉଦ୍ଦିଷ୍ଟ ବୋଲି ଦାବି କରୁଥିଲେ। ତେଣୁ ଏଠାରେ ଚାଷ କାହିଁକି କରୁଛ ବୋଲି ବିରୋଧ କରୁଥିଲେ।
ତେବେ ମଙ୍ଗଳବାର ଦିନ ଏହି ଗୋଚର ଜମିରେ ମାଣ୍ଡିଆ ଓ ବିରି ଲଗାଉ ଥିବା ବେଳେ ଏହାକୁ ବିରୋଧୀ କରି ଅନ୍ୟ ଗୋଷ୍ଠୀର ଶତାଧିକ ମହିଳା ଓ ପୁରୁଷ ସେଠାର ପହଂଚି ଏହାକୁ ବିରୋଧ କରିଥିଲେ। ଫଳରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପରେ ଗୋଚର ଜମି ବିରୋଧ କରୁଥିବା ଗୋଷ୍ଠୀ ଦୀର୍ଘ ବର୍ଷ ହେବ ପ୍ରାୟ ୮ ଏକର ଗ୍ରାମ୍ୟ ଜଙ୍ଗଲରେ ମକା ଚାଷ କରି ଆସୁଥିଲେ। ସେଠାରେ ଗୋଚର ଜମିରେ ଚାଷ କରୁ ଥିବା ଗୋଷ୍ଠୀର ଶତାଧିକ ମହିଳା ଓ ପୁରୁଷ ପହଁଚି ମକା ଫସଲକୁ ନଷ୍ଟ କରି ଦେବା ସହ କିଛି ମହିଳାଙ୍କୁ ମାଡ଼ ମାରି ଶାଢ଼ି ଚିରି ଦେଇଥିବା ମଧ୍ୟ ଅଭିଯୋଗ ହେଇଛି। ଏହି ମୁହାଁମୁହିଁରେ ଗୋଚର ଜମିକୁ ବିରୋଧ କରୁଥିବା ୫ ମହିଳା ଆହତ ହେଇ ଥିବା ଗ୍ରାମର କିଛି ଲୋକେ ଅଭିଯୋଗ କରିଛନ୍ତି। ଦୁଇ ପକ୍ଷ ଉମରକୋଟ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି।