Monday, February 24, 2025
Home Home Left ଗୃହରେ ବସିଥିଲେ ନବୀନ ବିସ୍ଫୋରକ ବୟାନ ଦେଲେ ବଦ୍ରି, ବିଜେଡିକୁ ହରାଇଦେଲା ଏହି ଯୋଜନା…

ଗୃହରେ ବସିଥିଲେ ନବୀନ ବିସ୍ଫୋରକ ବୟାନ ଦେଲେ ବଦ୍ରି, ବିଜେଡିକୁ ହରାଇଦେଲା ଏହି ଯୋଜନା…

by
0 comment

ଭୁବନେଶ୍ୱର,୩।୧୨: ପାନୀୟ ଜଳ ପ୍ରକଳ୍ପ କାମ ପୂରା ନକରିବାରୁ ହାରିଲା ବିଜେଡି । ଆଜି ବିଧାନସଭା ଅଧିବେଶନରେ ଏପରି ଏହି ମାହୋଲକୁ ଉଷ୍ମ କରେଇଛନ୍ତି ଖୋଦ୍‌ ବିଜେଡି ନେତା। ବୀରୋଦୀଦଳ ନେତା ନବୀନ ପଟ୍ଟନାୟକଙ୍କ ଆଗରେ ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ବଦ୍ରି ପାତ୍ର।

ସେ କହିଛନ୍ତି, ପାନୀୟ ଜଳ ପ୍ରକଳ୍ପ କାମ ପୂରା ନକରିବାରୁ ବିଜେଡି ବିଧାୟକ ହାରିଛନ୍ତି।
ଜନ ଆକ୍ରୋଶର ଶିକାର ହୋଇଛନ୍ତି । ପାନୀୟଜଳ କଷ୍ଟ, ଆକ୍ରୋଶରେ ପରିଣତ ହେଲା । ଆଉ ସେହି ଆକ୍ରୋଶର ଶିକାର ହୋଇ ର୍ନିବାଚନ ହାରିଛନ୍ତି କିଛି ବିଜେଡି ବିଧାୟକ । ଯେଉଁମାନେ କମ ଭୋଟରେ ହାରିଛନ୍ତି, ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନସରିବା ଏହାର ମୁଖ୍ୟ କାରଣ । ନିଜେ ଏହା ଚଳିତ ନିର୍ବାଚନର ଅନୁଭବ କରିଛି ବୋଲି ଗୃହରେ କହିଛନ୍ତି ଘସିପୁରା ବିଧାୟକ ବଦ୍ରି ପାତ୍ର ।

ତେବେ ପାନୀୟ ଜଳକୁ ନେଇ ବିଭାଗୀୟ ମନ୍ତ୍ରୀ ରବି ନାଏକ କହିଛନ୍ତି, ପୂର୍ବ ସରକାର ଅମଳରେ ମଲେଇ ଖାଇ ପଳେଇଛନ୍ତି ଠିକାଦାର। ପୂର୍ବ ସରକାର ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ଠିକାଦାର ମାନଙ୍କ ସହ ଏଗ୍ରିମେଣ୍ଟ କରିଥିଲେ, ସେମାନେ ୫୮ ପ୍ରତିଶତ ଟଙ୍କା ଉଠାଇ କେବଳ ପାଇପ ବିଛାଇ ପଳେଇଛନ୍ତି। ଇନଟେକ ୱେଲ ର୍ନିମାଣ ହୋଇନି। ସେଥିପାଇଁ କାମ ବିଳମ୍ବ ହେଉଛି। ବିଭାଗ ବହୁତ ପରିଶ୍ରମ କରୁଛି ବୋଲି ମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ଏବେ ୧୯୧ଟି ପାନୀୟ ଜଳ ପ୍ରକଳ୍ପ ର୍ନିମାଣାଧୀନ ରହିଛ । ଏଥିମଧ୍ୟରୁ ମାତ୍ର ୧୬ଟି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ର୍ନିମାଣାଧୀନ ୧୯୧ ପାନୀୟ ଜଳ ପ୍ରକଳ୍ପ ୩ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବ । ୨୦୨୫ ମାର୍ଚ୍ଚ ସୁଦ୍ଧା ୫୬ଟି, ଡିସେମ୍ବର ସୁଦ୍ଧା ୫୪ଟି ସରିବ ଆଉ ବାକି ୮୧ଟି ପ୍ରକଳ୍ପ ୨୦୨୫ ଜୁନ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛି ବିଭାଗ ବୋଲିି ଉତ୍ତର ରଖିଛନ୍ତି ମନ୍ତ୍ରୀ ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od