Monday, February 24, 2025
Home ଆମ ଓଡ଼ିଶା ଗୁରୁ ପୁଜନ ଓ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୁରୁ ପୁଜନ ଓ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

by
0 comment

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ଆଜି ଗୁରୁ ପୁଜନ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତଥା ବିଶିଷ୍ଟ ସାହିତ୍ୟିକ ଡ. ନୀରଦଚନ୍ଦ୍ର କହଁର ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶିକ୍ଷକ ମାନେ ସମାଜର ସ୍ରଷ୍ଟା ସେମାନେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଓ ସଂସ୍କାର ଦେଇ ସମାରେହ ଜଣେ ଜଣେ ଭଲ ମଣିଷ ତିଆରି କରିବା ଦିଗରେ ସାରା ଜୀବନ କାର୍ଯ୍ୟ କରି ଥାଆନ୍ତି। ତେଣୁ ଶିକ୍ଷକ ମାନଙ୍କ ଜୀବନ ଶୈଳୀ ଓ ସେମାନଙ୍କ ଶିକ୍ଷା ଦାନ ଏକ ସୁସ୍ଥ ମାଜର ଗଠନରେ ସମ୍ପୁର୍ଣ୍ଣ ଭାବରେ ସହାୟକ ହୋଇଥାଏ ବୋଲି କହିଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ତଥା ପ୍ରାଧ୍ୟାପକ ତୀର୍ଥ ଯାନୀ, ଜିଲ୍ଲା ପ୍ରେସକ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଏବଂ ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁବାଷ ଚନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାର ୩୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସେମାନଙ୍କ ଉତ୍କୃଷ୍ଟ ଶିକ୍ଷା ଦାନ ଏବଂ ଏହି ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ଶାରଦୀୟ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od