Saturday, January 11, 2025
Saturday, January 11, 2025
Home Home ଗୁକେଶ ଚାମ୍ପିୟନ ହେବାକୁ ହଜମ କରିପାରୁନି ରୁଷିଆ, FIDE ଦ୍ୱାରା ଯାଞ୍ଚର ଦାବି କଲେ CFR ଅଧ୍ୟକ୍ଷ

ଗୁକେଶ ଚାମ୍ପିୟନ ହେବାକୁ ହଜମ କରିପାରୁନି ରୁଷିଆ, FIDE ଦ୍ୱାରା ଯାଞ୍ଚର ଦାବି କଲେ CFR ଅଧ୍ୟକ୍ଷ

by
0 comment

ନୂଆଦିଲ୍ଲୀ,୧୪।୧୨: ଚେସ ଫେଡରେଶନ ଅଫ ଇଣ୍ଡିଆ(ସିଏଫଆର୍‌)ର ଅଧ୍ୟକ୍ଷ ଆନ୍ଦ୍ରେଇ ଫିଲାଟୋଭ ଡି ଗୁକେଶଙ୍କ ବିରୋଧରେ ଡିଙ୍ଗ ଲିରେନ ଜାଣିଶୁଣି ମ୍ୟାଚ୍‌ ହାରିଥିବା ନେଇ ଅଭିଯୋଗ କରିଛନ୍ତି। ଏପରିକି ସେ FIDE ଦ୍ୱାରା ଯାଞ୍ଚ କରିବାକୁ ଦାବି କରିଛନ୍ତି। ଏନେଇ ୟୁକ୍ରେନର ଚେସର କୋଚ୍‌ ପିଟର ହେନ୍‌ ନୀଲସନ ରୁଷିଆର ସମ୍ବାଦ ଏଜେନ୍ସି TASS ତରଫରୁ ଏକ୍ସରେ ଶେୟାର କରିଛନ୍ତି।

ଫିଲାଟୋଭ କହିଛନ୍ତି, ଉଭୟଙ୍କ ମ୍ୟାଚ ଦେଖିବା ପରଠାରୁ ପେଷାଗତ ଖେଳାଳି ଏବଂ ଚେସ୍‌ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଛି। ନିର୍ଣ୍ଣାୟକ ମୋଡରେ ଚାଇନାର ଚେସ ଖେଳାଳିଙ୍କ ଖେଳ ସନ୍ଦିଗ୍ଧ ଲାଗୁଛି। FIDE ପକ୍ଷରୁ ଆଉ ଏକ ଭିନ୍ନ ଯାଞ୍ଚର ଆବଶ୍ୟକତା ରହିଛି। ଡିଙ୍ଗ ଲିରେନ ଯେଉଁ ସ୍ଥିତିରେ ଥିଲେ, ସେଥିରେ ପରାଜିତ ହେବା ଜଣେ ପ୍ରଥମ ଶ୍ରେଣୀର ଖେଳାଳି ପାଇଁ କଠିନ। ଏଣୁ ଖେଳରେ ଚାଇନା ଖେଳାଳିଙ୍କ ପରାଜୟ ଅନେକ ପ୍ରଶ୍ନ ଉଠାଉଛି। ଏମିତି ଲାଗୁଛି ଯେମିତି ଏହା ଜାଣିଶୁଣି କରାଯାଇଛି।

TASS କହିଛି ଯେ, ଖେଳ ସମୟରେ ଲିରେନ ୫୫ ଚାଲ୍‌ରେ ଏକ ଭୁଲ କରିବା ପରେ ଗୁକେଶ ଆଗେଇ ଯାଇଥିଲେ। ସେ ୧୮ ବର୍ଷ ବୟସରେ ସବୁଠାରୁ କମ୍‌ ବୟସରେ ବିଶ୍ୱ ଚେସ ଚାମ୍ପିୟନ ହୋଇଛନ୍ତି। ତାଙ୍କର ବିଜୟ ପରେ ଭାରତର ଚେସ ଇତିହାସରେ ନୂଆ ଯୁଗର ଆରମ୍ଭ ହୋଇଛି। ଭେଟେରାନ ବିଶ୍ୱନାଥନ ଆନନ୍ଦଙ୍କ ପରେ ସେ ଏଭଳି କାରନାମା କରିଥିବା ଦ୍ୱିତୀୟ ଭାରତୀୟ ପାଲଟିଛନ୍ତି।

The President of the Chess Federation of Russia🇷🇺, FIDE honorary member Andrei Filatov, accuses Ding Liren🇨🇳 of losing on purpose, and asks @FIDE_chess to start an investigation:@FIDE_chess @tassagency_en https://t.co/mPpSjwj2xK pic.twitter.com/SANqHdhVEI

— Peter Heine Nielsen (@PHChess) December 12, 2024

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od