Tuesday, March 4, 2025
Home Home ଗାୟିକା ଦେବୀ କିଏ?ଯିଏ ‘ଈଶ୍ୱର-ଅଲ୍ଲାହ ତେରୋ ନାମ’ ଗାଇବା ପରେ ଭାଜପା କାର୍ଯ୍ୟକ୍ରମରେ ହେଲା ହଙ୍ଗାମା

ଗାୟିକା ଦେବୀ କିଏ?ଯିଏ ‘ଈଶ୍ୱର-ଅଲ୍ଲାହ ତେରୋ ନାମ’ ଗାଇବା ପରେ ଭାଜପା କାର୍ଯ୍ୟକ୍ରମରେ ହେଲା ହଙ୍ଗାମା

by
0 comment

ପାଟନା,୨୬।୧୨: ବିହାରର ରାଜଧାନୀ ପାଟନାରେ ଭାଜପାର ଏକ କାର୍ଯ୍ୟକ୍ରମରେ ‘ଈଶ୍ୱର ଅଲ୍ଲାହ ତେରୋ ନାମ’ ଭଜନ ଗାଇ ବିବାଦକୁ ଆସିଛନ୍ତି ଭୋଜପୁରୀ ଗାୟିକା ଦେବୀ। ସେ ନିଜର ଶାଳିନତା ଏବଂ ସଭ୍ୟତାଯୁକ୍ତ ଗୀତ ଯୋଗୁ ଭୋଜପୁରୀଜଗତରେ ଜଣାଶୁଣା। ସେ ଭୋଜପୁରୀ ଗୀତରେ ଅଶ୍ଳିଳତାକୁ ବିଶେଷ ଭାବେ ବିରୋଧ କରିଥିଲେ। ଏଯାବତ ତାଙ୍କର ୫୦ରୁ ଅଧିକ ଆଲବମ୍‌ ରିଲିଜ ହୋଇଛି।

ଭୋଜପୁରୀ ଗାୟିକା ଦେବୀଙ୍କ ଜନ୍ମ ବିହାରର ଛପରା ଜିଲାରେ ହୋଇଛି। ସେ ପ୍ରାରମ୍ଭିକ ଶିକ୍ଷା ଏଠାରୁ ହାସଲ କରିଥିଲେ। ତାଙ୍କ ବାପା ସାହିତି୍ୟକ ଥିଲେ। ସେ ପିଲାଟିଦିନରୁ ଦେବୀଙ୍କ ଗୀତ ଉପରେ ନଜର ରଖୁଥିଲେ। ଏହି କାରଣରୁ ସେ ଅଶ୍ଳିଳତାରୁ ଦୂରରେ ରହୁଥିଲେ। ତାଙ୍କ ଛବି ଜଣେ ସ୍ବଚ୍ଛ ଗାୟିକାଙ୍କ ଭାବେ ହୋଇଛି।

ବିହାରରେ ଆଜି ବି କୌଣସି କାର୍ଯ୍ୟକ୍ରମ ଥିଲେ ଦେବୀଙ୍କ ଗୀତକୁ ବଜାଯାଇଥାଏ। ତେବେ ସେ କେବଳ ଭୋଜପୁରୀ ନୁହେଁ ହିନ୍ଦୀ, ମୈଥିଲି ଏବଂ ମଗହୀ ଭାଷାରେ ଗୀତ ଗାଇଛନ୍ତି।

କାହିଁକି କ୍ଷମା ମାଗିଛନ୍ତି ଦେବୀ?

ପାଟନାରେ ଭାଜପା ପକ୍ଷରୁ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦେବୀଙ୍କୁ ଡକା ଯାଇଥିଲା। ହେଲେ ସେ ଯେବେ ‘ଈଶ୍ୱର ଅଲ୍ଲାହ ତେରୋ ନାମ’ର ଭଜନ ଗାଇଥିଲେ ସେଠାରେ ଉପସ୍ଥିତ ଲୋକେ ଖପ୍ପା ହୋଇଥିଲେ। ସେମାନେ ଉଠିପଡ଼ି ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ଏହାକୁ ନେଇ ଦେବୀ କହିଥିଲେ ଯେ ସେ ବସୁଧୈବ କୁଟୁମ୍ବକମ୍‌ରେ ବିଶ୍ୱାସ କରନ୍ତି। ପରେ ସେ ମାମଲାକୁ ଶାନ୍ତ କରିବାକୁ ଯାଇ କ୍ଷମା ମାଗିଥିଲେ ଏବଂ ଅନ୍ୟ ଗୀତ ଗାଇଥିଲେ। ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od