Wednesday, February 5, 2025
Wednesday, February 5, 2025
Home ଟେକ୍ନୋଲୋଜି ଗାଏବ ହେବ ସ୍ମାର୍ଟଫୋନ୍, ନଜର ଆସିବ ନୂଆ ଡିଭାଇସ

ଗାଏବ ହେବ ସ୍ମାର୍ଟଫୋନ୍, ନଜର ଆସିବ ନୂଆ ଡିଭାଇସ

by
0 comment

ନୂଆଦିଲ୍ଲୀ : ଓପନଏଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୃତ୍ରିମ ବୁଦ୍ଧିମତା ଆଧାରିତ ହାର୍ଡଓ୍ବେୟାର ଡିଭାଇସର ଯୋଜନା ସମ୍ପର୍କରେ ଖୁଲାସା କରିଛନ୍ତି । ଭବିଷ୍ୟତରେ ଏହି ଡିଭାଇସ ସ୍ମାର୍ଟଫୋନର ସ୍ଥାନ ନେବା ଆଶା କରାଯାଉଛି । ଏହି ଡିଭାଇସକୁ ଆପଲର ପୂର୍ବତନ ମୁଖ୍ୟ ଡିଜାଇନର ଚିଫ୍ ଜନି ଇଭଙ୍କ ସହଯୋଗରେ ଡେଭଲପ୍ କରାଯାଉଛି । ଅଲ୍ଟମ୍ୟାନଙ୍କ କହିବାନୁସାରେ ଏହି ନୂଆ ଡିଭାଇସ ଜେନେରେଟିଭ୍ ଏଆଇ ବ୍ୟବହାର ଦ୍ବାରା ସ୍ମାର୍ଟଫୋନଠୁ ମଧ୍ୟ ଉତ୍ତମ ପ୍ରଦର୍ଶନ କରିପାରିବ ।

prayash

ଏହି ପ୍ରକଳ୍ପ ଉପରେ ଗତ ବର୍ଷେ ଧରି କାମ କରାଯାଉଛି ଏବଂ ପ୍ରୋଜେକ୍ଟରେ ଭାରି ନିବେଶ ମଧ୍ୟ କରାଯାଇଛି । ଏହି ଡିଭାଇସ ପାରମ୍ପରିକ ଚଟ୍ ଏବଂ ଟାଇପିଂ ଇନପୁଟଠୁ ଭିନ୍ନ ହେବ ଏବଂ ଏହାର ମୁଖ୍ୟ ଫିଚର୍ ଭଏସ୍ କମାଣ୍ଡ ଓ ଅନ୍ୟ ସାଧାରଣ ଇଣ୍ଟରନେଟ୍ ହେବ । ୟୁଜର କେବଳ ସରଳ ଭାଷାରେ କହି କିମ୍ବା ଇଶାରା ଦେଇ ଏହାକୁ ସଞ୍ଚାଳିତ କରିପାରିବେ ।

ବର୍ତ୍ତମାନ ଏହି ଡିଭାଇସ ସମ୍ପର୍କରେ ଅଧିକ ସୂଚନା ମିଳିପାରିନି । ଅଲ୍ଟମ୍ୟାନ୍ ଇଶାରା ଦେଇଛନ୍ତି କି ଏହି ଡିଭାଇସର ଏକ ପ୍ରୋଟୋଟାଇପ୍ ପ୍ରସ୍ତୁତ ହେବା ପାଇଁ ଆଉ କିଛି ବର୍ଷ ଲାଗିପାରେ । କହିରଖୁଛୁ ଅଲ୍ଟମ୍ୟାନ୍ ଓ ଜନି ଇଭ୍ ଏହି ପ୍ରୋଜେକ୍ଟକୁ ସାକାର କରିବା ପାଇଁ ଏକାଠି ଆସିଛନ୍ତି ।  ଏହା ମଧ୍ୟରେ ଓପନଏଆଇ ଏକ ନୂଆ କୃତ୍ରିମ  ବୁଦ୍ଧିମତା ଏଜେଣ୍ଟ ଡିପ୍ ରିସର୍ଚ୍ଚ ମଧ୍ୟ ଲଞ୍ଚ୍ କରିଛି ।

kalyan agarbati

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od