ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନସୀରେ ବସବାସ କରୁଥିବା ଜଣେ ବୃଦ୍ଧ ନିଜ ଦୁଃଖ ବଖାଣିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଝାନସୀ ମୁଖ୍ୟାଳୟ ଠାରୁ ପାଖାପାଖି ୨୦କିମି ଦୂରରେ ଥିବା ରକ୍ସା ଥାନା ଅଧୀନରେ ଥିବା ମାରମଉ ଗ୍ରାମରେ ୬୦ବର୍ଷର ଅନିଲ ତାଙ୍କ ଭାଇଙ୍କ ସହ ବସବାସ କରନ୍ତି।
ଅନିଲ ପୁଲିସ ନିକଟରେ ଅଭିଯୋଗ କରି ନିଜର ଦୁଃଖ ବଖାଣି କହିଛନ୍ତି, ‘ମୁଁ ଟ୍ରକ ଚଲାଉଥିଲି। ଏହି ସମୟରେ ମୋର ବିବାହ ହୋଇଯାଇଥିଲା। କିନ୍ତୁ ଆର୍ଥିକ ସ୍ଥିତି ଠିକ ନଥିଲା। ଯେଉଁ କାରଣରୁ ମୋର ସ୍ତ୍ରୀ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଘର ଛାଡ଼ି ଚାଲି ଯାଇଥିଲା। ସେବେ ଠାରୁ ଅର୍ଥାତ ଦୀର୍ଘ ୨୨ବର୍ଷ ହେବ ସେ ମୋ ସହିତ କୌଣସି ପ୍ରକାର ଯୋଗାଯୋଗ ରଖି ନଥିଲା। ବୟସ ବଢ଼ିବା ପରେ ମୁଁ ଆଉ ଟ୍ରକ ଚଲାଇ ପାରି ନଥିଲି। ଶେଷରେ ଗ୍ରାମ ନିକଟରେ ଥିବା ଏକ ମନ୍ଦିରରେ ପୂଜାରୀ ଭାବେ ଭଗବାନଙ୍କ ସେବା କରିବାର ସୁଯୋଗ ପାଇଥିଲି। ଏଥିରୁ ମୋତେ ଯାହା ଅର୍ଥ ମିଳିଥାଏ ସେଥିରୁ ମୋର ଗୁଜୁରାଣ ମେଣ୍ଟାଇ ଥାଏ।
ନିକଟରେ ମୋ ଜମିକୁ ସରକାର ତାଙ୍କ କାମରେ ଲଗାଇବା ପାଇଁ ନେଇଯାଇଥିଲେ। ଏହି ବିବାଦକୁ ମୋତେ ୨୮ଲକ୍ଷ ଟଙ୍କା ଦେଇଥିଲେ। ଏହି ଟଙ୍କା ପାଇବା ପରେ ହଠାତ ଦିନେ ମୋ ପୁଅ ଆସି ମୋ ପାଖରେ ରହିବାକୁ କହିଥିଲା। ମୁଁ ବି ତା କଥାରେ ଖୁସି ହୋଇ ରଖିବାକୁ ରାଜି ହୋଇଯାଇଥିଲି। କିନ୍ତୁ ତା’ପଛରେ ଯେ ଏତେ ଷଡଯନ୍ତ୍ର ଅଛି ମୁଁ ଜାଣି ନଥିଲି।
ଗାଁ ନିକଟରେ ମୁଁ ଏକ କୋଠା ତିଆରି କରୁଥିଲି। ସେଠାରେ କାମ କରୁଥିବା ଠିକାଦାରଙ୍କୁ ଲକ୍ଷ ଟଙ୍କା ଦେବାର ଥିଲା। ମୁଁ ମୋ ସହିତ ପୁଅକୁ ବି ନେଇ ଯାଇଥିଲି। ସେଠାରେ ପହଞ୍ଚିବା ପରେ ମୋ ସ୍ତ୍ରୀକୁ ସେଠାରେ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା।
ଏହାପରେ ମା’ ପୁଅ ଦୁହେଁ ମିଶି ମୋ ଠାରୁ ଲକ୍ଷ ଟଙ୍କା ଛଡ଼ାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏଥିସହିତ ଫୋନ କରି ଆହୁରି ଟଙ୍କା ଦାବି କରିଛନ୍ତି। ସେମାନଙ୍କ ଦାବି ଟଙ୍କା ନଦେଲେ ମୋତେ ମିଥ୍ୟା ମାମଲାରେ ଫସାଇ ଦେବେ ବୋଲି ଧମକ ଦେଇଛନ୍ତି।’