//ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ବଦଳି। ମିଶନ ଶକ୍ତି ସଚିବ ପଦରୁ ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ବଦଳି ହେଲେ ସୁଜାତା ଆର କାର୍ତ୍ତିକେୟନ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ସଚିବ ପଦରୁ ମଧ୍ୟ ହଟିଲେ। ସୁଜାତାଙ୍କ ସ୍ଥାନରେ ଶାଲିନୀ ପଣ୍ଡିତ ହେଲେ ମିଶନ ଶକ୍ତି ସଚିବ। ମିଶନ ଶକ୍ତି ସଚିବ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ। ସୁଜାତା ଆର କାର୍ତ୍ତିକେୟନଙ୍କୁ ଗତକାଲି ବଦଳି ନିର୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ ଆୟୁକ୍ତ। ବିଜେପିର ସାଂଘତିକ ଅଭିଯୋଗ ପରେ ବଦଳି ନିର୍ଦେଶ ଦେଇଥିଲେ। ଭୋଟରଙ୍କୁ ଧମକାଉଥିବା ଅଭିଯୋଗ କରିଥିଲା ବିଜେପି। //ଘସିପୁରା ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ସୌମ୍ୟ ପଟ୍ଟନାୟକ, ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ସ୍ବାଧୀନ ଭାବେ ଲଢିବାକୁ ନେଲେ ନିଷ୍ପତ୍ତି//ରାୟଗଡ଼ା ସମାବେଶକୁ ଭର୍ଚ୍ଚୁଆଲ ମୋଡ଼ରେ ଜନସଭାକୁ ସମ୍ବୋଧନ କଲେ ରାହୁଲ ଗାନ୍ଧୀ। ଜନସଭାରେ ଓଡ଼ିଶାବାସୀଙ୍କୁ ୫ ଗ୍ୟାରେଣ୍ଟି କଥା କହିଲେ ରାହୁଲ। କଂଗ୍ରେସ ଶାସନକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବ। ବିଏ ଏବଂ ଡିପ୍ଲୋମାଧାରୀଙ୍କୁ ଚାକିରେ ଅଗ୍ରାଧିକାର ଗ୍ୟାରେଣ୍ଟି। ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଜାତିଗତ ଗଣନାର ଗ୍ୟାରେଣ୍ଟି। ଗରିବ ପରିବାରର ମହିଳାଙ୍କୁ ୮,୫୦୦ ଟଙ୍କା ପ୍ରଦାନ। ସରକାରୀ ଓ ବେସରକାରୀ ଚାକିରିରେ ମହିଳାଙ୍କୁ ୫୦% ସଂରକ୍ଷଣ। ମନରେଗା ଯୋଜନାରେ ଶ୍ରମିକଙ୍କୁ ୪୦୦ଟଙ୍କା ମଜୁରୀ ପ୍ରଦାନ//ନୂଆପଡ଼ା:ଭ୍ୟାନରୁ ୪ଲକ୍ଷ ୮୯ହଜାର ଟଙ୍କା ଜବତ କଲା ପୁଲିସ। ନୂଆପଡ଼ା-ବରଗଡ଼ ସୀମାନ୍ତ ସାହିପାଲା ଚେକ ପୋଷ୍ଟରୁ ଟଙ୍କା ଜବତ। ଟଙ୍କା ଜବତ ସହ ୨ଜଣଙ୍କୁ ଅଟକ ରଖି ପୁଲିସର ପଚରାଉଚରା //ସମ୍ବଲପୁର: ୨ଟି ନାବାଳିକା ଦୁଷ୍କର୍ମ ମାମଲାରେ ପୋକ୍ସୋ କୋର୍ଟଙ୍କ ସଜା। ଗୋଟିଏ ମାମଲାରେ ଦୋଷୀକୁ ଆଜୀବନ ଓ ଅନ୍ୟଟିରେ ୨୦ବର୍ଷ ଜେଲ। ମହୁଲପାଲି ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ଦଣ୍ଡାଦେଶ। ୨୦୧୫ ଅଇଁଠାପାଲି ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ବର୍ଷ ଜେଲ।//ଭୁବନେଶ୍ୱର : ଗୋଟିଏ ଦିନ ପରେ ପୁଣି ୪୦ ଡିଗ୍ରୀ ଟପିଲା ଭୁବନେଶ୍ୱର ତାପମାତ୍ରା.. ୪୧.୬ ଡିଗ୍ରୀ ରେକର୍ଡ.. // ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି: ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ କଲା ବିଜେପି, ଗତକାଲି ବିଜେଡିରୁ ଦେଇଥିଲେ ଇସ୍ତଫା//ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଶ୍ରଦ୍ଧାପୂର ଗାଁରେ ଅଘଟଣ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ//କେନ୍ଦ୍ରାପଡାରେ ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି , ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ବରିଷ୍ଠ କିରାରି ଜିତେନ୍ଦ୍ର ସେନାପତି//ଆଜି ରାୟଗଡା ସମାବେଶକୁ ଆସିବେନି ରାହୁଲ ଗାନ୍ଧି: ରାୟବରେଲିରେ ପ୍ରାର୍ଥୀପତ୍ର ଦାଖଲ ଥିବାରୁ ଆସିପାରିବେନି//ଲକ୍ଷ୍ନୌ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲୀରୁ ନିର୍ବାଚନ ଲଢ଼ିବେ, ଏ ନେଇ ଘୋଷଣା କଲା ଏଆଇସିସି। ଗତ ନିର୍ବାଚନରେ ଆମେଥିରୁ ପ୍ରାର୍ଥୀ ହୋଇ ସ୍ମୃତି ଇରାନୀଙ୍କଠାରୁ ପରାଜିତ ହୋଇଥିଲେ ରାହୁଲ ଆମେଥି ଆସନରେ କିଶୋରୀଲାଲ ଶର୍ମାଙ୍କୁ ପ୍ରାର୍ଥୀ କଲା କଂଗ୍ରେସ, ସୋନିଆ ଗାନ୍ଧୀଙ୍କ ପ୍ରତିନିଧି ଅଛନ୍ତି କିଶୋରୀଲାଲ
ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
9