Monday, February 24, 2025
Home Home Left ଗଡ଼ଗଡ଼ିଆ ଘାଟରେ ବୁଡ଼ିଗଲେ ୨ କାଉଡ଼ିଆ

ଗଡ଼ଗଡ଼ିଆ ଘାଟରେ ବୁଡ଼ିଗଲେ ୨ କାଉଡ଼ିଆ

by
0 comment

କଟକ,୨୮।୭: କାଲି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏନେଇ ରବିବାର ନଦୀ, ପୋଖରୀ ଘାଟରୁ ପାଣି ଉଠାଇ ମହାଦେବଙ୍କ ନିକଟରେ ଜଳ ଲାଗି କରିବାକୁ ସବୁଠି କାଉଡିଆଙ୍କ ଭିଡ଼ ଜମିଛି। ଏଭଳି ସ୍ଥିତିରେ କଟକ ଗଡ଼ଗଡ଼ିଆ ଘାଟରେ ମଧ୍ୟ କାଉଡିଆଙ୍କ ଭିଡ଼ ଲାଗିଛି। ହେଲେ ରବିବାର ଗଡ଼ଗଡ଼ିଆ ଘାଟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘାଟରେ ପାଣି ଉଠାଇବାକୁ ଆସିଥିବା ୨ଜଣ କାଉଡ଼ିଆ ବୁଡି ଯାଇଥିବା ଜଣାପଡିଛି। ହେଲେ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

ଅନ୍ୟ ଜଣେ ନିଖୋଜ ଥିବା ବେଳେ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି। ଏପରିକି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି। ଉଭୟ ଭୁବନେଶ୍ବରରୁ ଆସିଥିବା ଜଣାପଡିଛି।

Advertisement

Mettle Meet 2024

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od