ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷା ଯୋଗୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। କାହାର ଫସଲ ଉଜୁଡ଼ି ଯାଇଛି ତ କାହାର ଧାନ ପାଣିରେ ଭାସୁଛି। ଏମିତିରେ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏସବୁ ମଧ୍ୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ବିଧାନସଭା କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।
ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଜିଲାର ହିଞ୍ଜିଳି, ଶେରଗଡ଼, କବିସର୍ଯ୍ୟନଗରର ଆସିକା, ଖଲ୍ଲିକୋଟ ଆଦି ଅଞ୍ଚଳକୁ ଆସନ୍ତା ୩୦ ତାରିଖରେ ନବୀନ ଗସ୍ତ କରିବେ। ସେ ଚାଷଜମି ବୁଲି ଦେଖିବା ସହ ଚାଷୀଙ୍କୁ ଭେଟିବେ, ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ବିଜୁ ଜନତା ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ଚାଷୀଙ୍କୁ ଭେଟିବେ ନବୀନ, କ୍ଷେତ ବୁଲିବେ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ।
ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଜିଲ୍ଲା ଗସ୍ତ କରି ସଭାପତି ଶ୍ରୀ @Naveen_Odisha ଚାଷ ଅଞ୍ଚଳ ବୁଲି ଦେଖିବେ।
ଆସନ୍ତା ୩୦ ତାରିଖରେ ସଭାପତି ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗରର ଆସିକା ଓ ଖଲ୍ଲିକୋଟ ଆଦି ସ୍ଥାନ ଗସ୍ତ କରିବେ।… pic.twitter.com/qWwFIC5jnA
— Biju Janata Dal (@bjd_odisha) December 28, 2024
ହୀରକ ଜୟନ୍ତୀ ସମାରୋହ ଉଦ୍ଘାଟିତ
ପଞ୍ଚଲିଙ୍ଗେଶ୍ୱର, ୨୮।୧୨(ଲେଲିନ୍ କୁମାର ଦେ)-ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ସନ୍ତରାଗଡିଆ ନୋଡାଲ ହାଇସ୍କୁଲର ହୀରକ ଜୟନ୍ତୀ ଉଦ୍ଘାଟିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦର ସଦସ୍ୟାସଦସ୍ୟ…
ସହାୟତା ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକୋ
କୋକସରା,୨୮ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଅନ୍ତର୍ଗତ ଜାତୀୟ ରାଜପଥର ମହାଜନଗୁଡ଼ା ଶିଉନି ମଧ୍ୟରେ ଏକ ଗାଡ଼ି ଧକ୍କାରେ କେନ୍ଦୁଡ଼ଙ୍ଗରି ଗ୍ରାମର ଧବଳେଶ୍ବର…
ମେଧାବୀ ଛାତ୍ରୀଙ୍କୁ ସହାୟତା
ବରଗଡ଼,୨୮।୧୨(ପ୍ରେମାନନ୍ଦ ଖମାରୀ): କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଦାଶରୀ ମୁରଲୀ କ୍ରିଷ୍ଣା ମେଧାବୀ ଛାତ୍ରୀ ସୁମିତ୍ରା କରନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଶୁଭକାମନା…
ଖାଦ୍ୟ ପୁଡ଼ିଆରେ ଫୁଟିଲା ବୋମା
ଗୋପାଳପୁର,୨୮ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାୟପୁର ଓ ନୂଆବକ୍ସିପଲ୍ଲୀ ଗ୍ରାମ ମଧ୍ୟଭାଗରେ ଶୁକ୍ରବାର ରାତିରେ ଏକ ଗାଈ ରାସ୍ତାପାର୍ଶ୍ୱରେ ପଡ଼ିଥିବା ଖାଦ୍ୟ…
ପାଇଥିଲେ ଘର: ଏବେ ପଟ୍ଟାରେ ଥିବା ପ୍ଲଟ ଗୋଚର
କର୍ଲାମୁଣ୍ଡା:୨୮।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ରେଗଡା କଲୋନୀପଡାରେ ରହିବାର ୪୪ ବର୍ଷ ବିତିଯାଇଥିଲେ ମଧ୍ୟ ପଡାବାସୀଙ୍କୁ ସ୍ଥାୟୀ ପଟ୍ଟା…