Friday, February 14, 2025
Friday, February 14, 2025
Home Couple commits suicide ଖାଜିପଲ୍ଲୀରେ ଦମ୍ପତିଙ୍କ ଆତ୍ମହତ୍ଯା: ଅନାଥ ହୋଇଗଲେ ଭାଇ ଭଉଣୀ

ଖାଜିପଲ୍ଲୀରେ ଦମ୍ପତିଙ୍କ ଆତ୍ମହତ୍ଯା: ଅନାଥ ହୋଇଗଲେ ଭାଇ ଭଉଣୀ

by
0 comment

ପରୁଷୋତ୍ତମପୁର,୨୦ା୧୦( ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କେ.ଏନ.ପୁର ପଞ୍ଚାୟତର ଖାଜିପଲ୍ଲୀ ଗ୍ରାମରେ ରବିବାର ରାତ୍ରରେ ଦମ୍ପତି ଆତ୍ମହତ୍ଯା କରିଛନ୍ତି। ସେମାନେ ହେଲେ ସନ୍ତୋଷସାହୁ (୪୦) ଓ ତାଙ୍କ ପତ୍ନୀ ସସ୍ମିତା ସାହୁ (୩୩)। ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ଯା ଯୋଗୁ ତାଙ୍କର କୁନି-ପୁଅ ଝିଅ ଦୁଇଜଣ ବାପା ମାଆଙ୍କୁ ହରାଇ ଅନାଥ ହୋଇ ପଡିଛନ୍ତି।

ଘଟଣାରୁ ଜାଣିବାକୁ ମିଳିଛି ଯେ, ସେମାନଙ୍କର ରହିଥିବା ଝିଅ ସୋନାଲି (୧୨) ଓ ପୁଅ ଶୁଭମ(୮) ସଂଧ୍ଯାରେ ଜେଜେବାପା ରହୁଥିବା ଅନ୍ଯ ଏକ ଘରକୁ ଚାଲିଯାଇ ରାତ୍ରରେ ନିଜ ନିଜଘରକୁ ଫେରିଥିଲେ। ମାତ୍ର ଘରର କବାଟ ବନ୍ଦ ରହିଥିବାରୁ ସେମାନେ ବାପା,ମାଆଙ୍କୁ ବହୁସମୟ ପର୍ଯ୍ଯନ୍ତ କବାଟପିଟି ଡାକିଥିଲେ ମଧ୍ଯ କେହି କବାଟ ଖୋଲିନଥିଲେ। ଫଳରେ ଉଭୟ ଭାଇ ଭଉଣି ବାହାରେ ଠିଆହୋଇ କାନ୍ଦିବାରେ ଲାଗିଥିବା ବେଳେ ସାହି ପଡିଶା ଲୋକେ ଏହାଦେଖି ଯାଇ କବାଟ ପିଟିଡାକିଥିବାବେଳେ ମଧ୍ଯ କବାଟ ନଖୋଲିବାରୁ ଅନ୍ଯଘରେ ରହୁଥିବା ତାଙ୍କ ଭାଇ,ବାପା ଓ ମହିଳାଙ୍କ ବାପଘରକୁ ଖବର ଦେଇଥିଲେ।

ସମସ୍ତେ ଆଶି ଘର କବାଟଭାଙ୍ଗି ଦେଖିବା ବେଳେ ସ୍ବାମୀ ସନ୍ତୋଷ ନିଜର ପିନ୍ଧା ଲୁଙ୍ଗିରେ ଘରେ ଏକ କାଠରେ ରସିରେ ଫାସି ଲଗାଇ ଝୁଲୁଥିବା ବେଳେ ସ୍ତ୍ରୀ ସସ୍ମିତା ଖଟଉପରେ ପଡିଥିବାର ଦେଖାଦେଇଥିଲା। ଏହାକୁ ନେଇ ଲୋକେ ପୋଲିସକୁ ଖବର ଦେଇଥିଲେ। ପୁରୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ ଓ ଥାନା ଏସଆଇ ଶୁଶାନ୍ତ କୁମାର ମିଶ୍ର ଘଟଣାସ୍ତଳକୁ ଯାଇ ଦେଖିବା ସହ ଉଭୟଙ୍କ ମ୍ତୁତଦେହକୁ ଜବତ କରିଛନ୍ତି।

ସୋମବାର ଏହାର ବ୍ଯବଛେଦ କରାଯିବ ଓ କେଙକାରଣରୁ ଦମ୍ପତି ଏଭଳି ଆତ୍ମହତ୍ଯାକଲେ ସେଥିନେଇ ଘଟଣାର ତଦନ୍ତ ଚାଲିଥିବା ନେଇ ଏସଆଇ ମିଶ୍ର କହିଛନ୍ତି। ଉଭୟ ବାପା ମାଆଙ୍କ ମୃତ୍ୟୁ ପରେ ଛୋଟଛୋଟ ପିଲା ଦୁଇଟି ଅନାଥ ହୋଇ ପଡିଛନ୍ତି। ଏଣୁ ଏଥିପ୍ରତି ସରକାର ଓ ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବାଲାଗି ଗ୍ରାମବାସୀ ଦାବୀ କରିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od