Saturday, February 22, 2025
Saturday, February 22, 2025
Home ଅପରାଧ ଖଣ୍ଡଗିରି ଥାନାରେ ପୁଲିସକୁ ଦୁର୍ବ୍ୟବହାର ଅଭିଯୋଗ, ମହିଳାଙ୍କ ବିରୋଧରେ ମାମଲା  ରୁଜୁ

ଖଣ୍ଡଗିରି ଥାନାରେ ପୁଲିସକୁ ଦୁର୍ବ୍ୟବହାର ଅଭିଯୋଗ, ମହିଳାଙ୍କ ବିରୋଧରେ ମାମଲା  ରୁଜୁ

by
0 comment

ଭୁବନେଶ୍ବର: ଖଣ୍ଡଗିରି ଥାନାରେ ପୁଲିସକୁ ଦୁର୍ବ୍ୟବହାର କରୁଥିବା ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୋସିଆଲ ମିଡ଼ିଆରେ ତାଙ୍କର ଭିଡିଓ ଭାଇରାଲ୍ ହେବା ପରେ କମିଶନରେଟ ପୁଲିସ ଉକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଖଣ୍ଡଗିରି ଥାନାରେ ଅତର୍କିତ ପହଞ୍ଚିଥିଲେ ଟୁଇନ୍ ସିଟି ପୁଲିସ ମିଶନର ସୁରେଶ ଦେବଦତ୍ତ ସିଂ ପହଞ୍ଚି ଭାଇରାଲ ହେଉଥିବା ଭିଡିଓର ସରଜମିନ ଯାଞ୍ଚ କରିଥିଲେ। ଏପରିକି ଥାନାରେ ଲାଗିଥିବା ସିସିଟିଭି ଓ ମୋବାଇଲ ଭିଡିଓ ଯାଞ୍ଚ କରିଥିଲେ। ସେହି ସମୟରେ ଡ୍ୟୁଟିରେ ଥିବା ପୁଲିସ ଅଫିସରଙ୍କୁ ପଚରାଉଚରା କରିଥିଲେ। ଘଟଣାକୁ ତନ୍ନତନ୍ନ କରି ଯାଞ୍ଚ କରିବା ପରେ ତୁରନ୍ତ ମାମଲା ରୁଜୁ ପାଇଁ କମିଶନର ନିର୍ଦ୍ଦେଶ ଦେଇଥିଲେ।

ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି ଯେ ଆଇନ୍ ଅନୁସାରେ ସମ୍ପୃକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇନ୍ ସମସ୍ତଙ୍କ ପାଇଁ ସମାନ। ଯିଏ କାର୍ଯ୍ୟରତ ପୁଲିସ୍ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବ, ଆଇନ୍ ଅନୁସାରେ ତାଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od