Friday, February 14, 2025
Friday, February 14, 2025
Home Latest କୋଚିଂ ସେଣ୍ଟର୍‌ରରେ ମୃତ୍ୟୁ ଘଟଣା: ସିଭିକ୍‌ ବଡି ମୁଖ୍ୟଙ୍କୁ ସମନ୍‌ ଜାରି

କୋଚିଂ ସେଣ୍ଟର୍‌ରରେ ମୃତ୍ୟୁ ଘଟଣା: ସିଭିକ୍‌ ବଡି ମୁଖ୍ୟଙ୍କୁ ସମନ୍‌ ଜାରି

by
0 comment

କୋଚିଂ ସେଣ୍ଟର୍‌ରରେ ମୃତ୍ୟୁ ଘଟଣା: ସିଭିକ୍‌ ବଡି ମୁଖ୍ୟଙ୍କୁ ସମନ୍‌ ଜାରି

www.ndtv.com

ନୂଆଦିଲ୍ଲୀ: କୋଚିଂ ସେଣ୍ଟର୍‌ରେ ପାଣି ପଶି ହୋଇଥିବା ମୃତ୍ୟୁ ମାମଲାରେ ଦିଲ୍ଲୀ ସିଭିକ୍‌ ବଡି ମୁଖ୍ୟଙ୍କୁ ସମନ୍‌ ଜାରି କରିଛନ୍ତି ହାଇକୋର୍ଟ। ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ବରିଷ୍ଠ ଅଧିକାରୀଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କାରଣରୁ ହୋଇଛି ସମନ।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ଏପଟେ କୋଚିଂ‌ ସେଣ୍ଟର୍‌ର ବେସ୍‌ମେଣ୍ଟ୍‌ରେ ପାଣି ପଶି ୩ ଜଣ ୟୁପିଏସସି ଆଶାୟୀଙ୍କ ଜୀବନହାନୀ ଘଟିବା ପରେ ଜାତୀୟ ରାଜଧାନୀରେ କୋଚିଂ ସେଣ୍ଟରଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏକ ନୂତନ ଆଇନ ଆଣିବେ ବୋଲି ଆମ୍‌ ଆଦମୀ ପାର୍ଟି (ଆପ୍‌) ମନ୍ତ୍ରୀ ଅତିଶୀ କହିଛନ୍ତି।

କୋଚିଂ ସେଣ୍ଟର ପାଇଁ ନିୟମାବଳୀ ପ୍ରସ୍ତୁତ କରିବାକୁ ଅଧିକାରୀ, ଛାତ୍ରଙ୍କୁ ନେଇ ଦିଲ୍ଲୀ ସରକାର ଏକ କମିଟି ଗଠନ କରିବେ ବୋଲି ସେ କହିଛନ୍ତି। ଅତିଶୀ କହିଛନ୍ତି ଯେ ଆଇନର ଉଲ୍ଲଂଘନ କରି ବେସମେଣ୍ଟ ବ୍ୟବହାର କରିଥିବା କୋଚିଂ ସେଣ୍ଟର ଉପରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) କଟକଣା ଜାରି କରିଛି।

ଗତ ସପ୍ତାହରେ ଦିଲ୍ଲୀର ଏକ ଲୋକପ୍ରିୟ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶିଯିବାରୁ ତିନିଜଣ ୟୁପିଏସସି ଆଶାୟୀଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ତାନିଆ ସୋନି, ଶ୍ରେୟା ଯାଦବ ଏବଂ ନବୀନ ଡେଲଭିନ। ତାନିଆ ତେଲେଙ୍ଗାନାରୁ, ଶ୍ରେୟା ଉତ୍ତରପ୍ରଦେଶରୁ ଥିବାବେଳେ ନବୀନ କେରଳର ବାସିନ୍ଦା ଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od