Monday, March 3, 2025
Home horoscope କେମିତି କଟିବ ଏହି ସପ୍ତାହ: ସାପ୍ତାହିକ ରାଶିଫଳ

କେମିତି କଟିବ ଏହି ସପ୍ତାହ: ସାପ୍ତାହିକ ରାଶିଫଳ

by
0 comment

ମେଷ: ରବିବାର ଓ ସୋମବାର ଶାରୀରିକ ଅସୁସ୍ଥତା ଦେଖାଦେବ। ମନାନ୍ତର ଘଟିପାରେ। ମଙ୍ଗଳବାର ଓ ବୁଧବାର ଉଦ୍ୟମେ କାର୍ଯ୍ୟ ସିଦ୍ଧି ହେବ। ଲୋକ ସମ୍ପର୍କ ବୃଦ୍ଧି ପାଇବ। ଗୁରୁବାର ଓ ଶୁକ୍ରବାର ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଆୟ ବୃଦ୍ଧି ହେବ। ଆଭୂଷଣ ପ୍ରାପ୍ତ କରିପାରନ୍ତି। ଶନିବାର ଆୟ ଓ ବ୍ୟୟ ସମାନ ରହିବ। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପାଠ କରନ୍ତୁ।
ବୃଷ: ରବିବାର ଓ ସୋମବାର ଭ୍ରମଣପ୍ରିୟ ହେବେ। ଦୂରଯାତ୍ରା କରିପାରନ୍ତି। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳିବା ଆବଶ୍ୟକ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଗୁରୁବାର ଓ ଶୁକ୍ରବାର ଶ୍ରୀ ଯୁକ୍ତ ହେବେ। ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ଶନିବାର ମାନସିକ ଅବସାଦ ଦେଖାଦେବ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।
ମିଥୁନ: ରବିବାର ଓ ସୋମବାର ବନ୍ଧୁବାନ୍ଧବଙ୍କ ଗହଣରେ ସମୟ ବିତିବ। ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ବିପଦରେ ପଡ଼ିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଦ୍ବନ୍ଦ୍ବ ଦେଖାଦେବ। ଶୁକ୍ରବାର ଓ ଶନିବାର ଆନନ୍ଦ ଚିତ୍ତ ହେବେ। ସୁସ୍ବାଦୁ ଭୋଜନପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।

କର୍କଟ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମପ୍ରବଣତା ଆପଣଙ୍କ ଭୂଷଣ ହେବ। ବନ୍ଧୁ ସହଯୋଗ ପ୍ରାପ୍ତ ହେବ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ବୁଧବାର ଓ ଗୁରୁବାର ନିଜର ବ୍ୟକ୍ତିତ୍ବ ବଳରେ ସମସ୍ୟା ସମାଧାନ ହେବ। ଶୁକ୍ରବାର ଓ ଶନିବାର ସାମାନ୍ୟ ଅସାବଧାନତା ବିପଦର କାରଣ ହେବ। ଶତ୍ରୁ ଦ୍ବାରା ପରାଭୂତ ହେବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାର ଓ ସୋମବାର ସମୟ ପ୍ରତିକୂଳ ରହିବ। ଅତୀତର କଥାକୁ ନେଇ ପଶ୍ଚାତାପ କରିବେ। ମଙ୍ଗଳବାର ଓ ବୁଧବାର ଦୂରଦେଶକୁ ଯାତ୍ରା କରିପାରନ୍ତି। ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଆପଣଙ୍କ ସପକ୍ଷରେ ଯିବ। ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ୍‌। ଦାର୍ଶନିକ ଚିନ୍ତାଧାରାଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ସମସ୍ୟା ଦୂର ପାଇଁ ପ୍ରୟାସ କରିବେ। ରିଷ୍ଟ ଖଣ୍ଡନ ପାଇଁ ମା’ ମାତଙ୍ଗୀଙ୍କ କବଚ ପାଠ କରନ୍ତୁ। କନ୍ୟା: ରବିବାର ଓ ସୋମବାର ଜଗିରଖି ଚଳନ୍ତୁ। ବାକ୍‌ ସଂଯମତା ରକ୍ଷା କରନ୍ତୁ। ଶତ୍ରୁ ବୃଦ୍ଧି ହୋଇପାରନ୍ତି। ବ୍ୟଥିତ ଓ ବିବ୍ରତ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଲଳିତା ସହସ୍ରନାମ ପାଠ କରନ୍ତୁ।
ତୁଳା: ରବିବାର ଓ ସୋମବାର ଶତ୍ରୁ ଦ୍ବାରା ପରାସ୍ତ ହୋଇପାରନ୍ତି। ଯାତ୍ରାଜନିତ ସମସ୍ୟା ଦେଖାଦେବ। ମଙ୍ଗଳବାର ଓ ବୁଧବାର ନୂତନ ନିଯୁକ୍ତି ମିଳିପାରେ। ପ୍ରତିଷ୍ଠା ଲାଭ କରିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଶୁଭଫଳ ପ୍ରଦାନ କରିନପାରେ। ଆର୍ଥିକ ଅନଟନ ଦେଖାଦେବ। ପାରିବାରିକ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳନ୍ତୁ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ବିଛା:ରବିବାର ଓ ସୋମବାର ବନ୍ଧୁ ସହଯୋଗ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ ମଙ୍ଗଳବାର ଓ ବୁଧବାର ଯାନବାହନଜନିତ ସମସ୍ୟା ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସାବଧାନତା ଅବଲମ୍ବନ କରିବା ଉଚିତ୍‌। ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ବଗଳାମୁଖୀ ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାର ଓ ସୋମବାର ଆର୍ଥିକ ସ୍ବଚ୍ଛଳତା ଲାଭ ହେବ। କାର୍ଯ୍ୟରେ ପ୍ରତିଷ୍ଠା ଲାଭ କରିବେ। ମଙ୍ଗଳବାର ଓ ବୁଧବାର ସମସ୍ୟା ମୁକ୍ତି ପାଇଁ ପ୍ରୟାସ କରିବେ। ସୃଜନଶୀଳ ପ୍ରତିଭାର ବିକାଶ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ। ସ୍ବାସ୍ଥ୍ୟଗତ ସମସ୍ୟା ଦୂର ପାଇଁ ଚେଷ୍ଟା କରିବେ। ମହିଳା ଓ ବିଦ୍ୟାର୍ଥୀ କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଦୁର୍ଗା ସହସ୍ର ନାମ ପାଠ କରନ୍ତୁ।
ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପରିଶ୍ରମଜନିତ କ୍ଳାନ୍ତି ଅନୁଭୂତ ହେବ। କାର୍ଯ୍ୟ କ୍ଷେତ୍ରରେ ଦ୍ବନ୍ଦ୍ବ ପରିଲକ୍ଷିତ ହେବ। ବୁଧବାର ଓ ଗୁରୁବାର ନୂତନ ନିଯୁକ୍ତି ମିଳିପାରେ। ଅବିବାହିତ ପୁରୁଷ ଓ କନ୍ୟାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ଶୁକ୍ରବାର ଓ ଶନିବାର ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ସ୍ତ୍ରୀ ହେତୁକ ଧନଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ମନନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

କୁମ୍ଭ: ରବିବାର ଓ ସୋମବାର ବିବଦମାନ ପରିସ୍ଥିତିର ସମ୍ମୁଖୀନ ହେବେ। ଶତ୍ରୁ ଦ୍ବାରା ପରାସ୍ତ ହେବେ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଆୟ ବୃଦ୍ଧି ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଦାର୍ଶନିକ ଚିନ୍ତାଧାରାଯୁକ୍ତ ହେବେ। ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀକାଳୀଙ୍କ ସହସ୍ରନାମ ପାଠ କରନ୍ତୁ।
ମୀନ: ରବିବାର ଓ ସୋମବାର ସ୍ତ୍ରୀ ହେତୁକ ଭୂମି ଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳନ୍ତୁ। ବିବଦମାନ ପରିସ୍ଥିତିର ସମ୍ମୁଖୀନ ହେବେ। ଗୁରୁବାର ଓ ଶୁକ୍ରବାର କର୍ମାଶ୍ରୟୀ ହେ​‌େ​‌ବ। ଶନିବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ତୀର୍ଥଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ପିଲାଙ୍କ ପାଇଁ ଚିନ୍ତିତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ତାରାଙ୍କ କବଚ ପାଠ କରନ୍ତୁ। nn

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od