Wednesday, February 19, 2025
Wednesday, February 19, 2025
Home Leading କେବେ ଓ କାହିଁକି ପାଳିବେ ଦୀପାବଳି

କେବେ ଓ କାହିଁକି ପାଳିବେ ଦୀପାବଳି

by
0 comment

ଶ୍ରୀ ଦେବବର୍ଶୀ ଖଡ଼ୀରତ୍ନ

ଭାରତବର୍ଷର ବହୁ ବିଶେଷତ୍ବ ମଧ୍ୟରେ ଅନ୍ୟ ଏକ ବିଶେଷତ୍ଵ ହେଉଛି ‘ୟୁନିଟି ଇନ୍ ଡାଇଭରସିଟି’ ଅର୍ଥାତ୍ ଅନେକତାରେ ଏକତା। ଏହି ବିଶେଷତ୍ଵ ଭାରତରେ ପାଳିତ ହେଉଥିନବା ପର୍ବପର୍ବାଣୀ ମାନଙ୍କରେ ମଧ୍ୟ ଦେଖାଯାଏ। ଏହା ମଧ୍ୟରେ ଦୀପାବଳି ପର୍ବ ଅନ୍ୟତମ। ଏହା ପ୍ରାନ୍ତ ବିଶେଷରେ ଏବଂ ପ୍ରକାରାନ୍ତରେ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ ପାଳିତ ହୋଇଥାଏ। ଏଣୁ ଉଦ୍ଦେଶ୍ୟ ଏବଂ ପ୍ରାନ୍ତ ବିଶେଷରେ କର୍ମକାଳ ଏବଂ ବିଧିବିଧାନ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଦୀପାବଳି ଦିନ ମୁଖ୍ୟତଃ ଦୀପ ପ୍ରଜ୍ଜ୍ୱଳନ ବା ଦୀପଦାନ ମୁଖ୍ୟ ହୋଇଥିଲେ ମଧ୍ୟ ଏହାର ପ୍ରଥା ଏବଂ ପରମ୍ପରା ଭିନ୍ନ ଭିନ୍ନ ହୋଇଥାଏ।

ଭାରତବର୍ଷରେ ପ୍ରାନ୍ତ ବିଶେଷରେ ପୂର୍ଣ୍ଣିମାନ୍ତ ଅମାବାସ୍ୟାନ୍ତ ଅନୁସାରେ ଧାର୍ମିକ ମାସ ପ୍ରଚଳନ ଭିନ୍ନ ଭିନ୍ନ ହୋଇଥାଏ। ଓଡ଼ିଶା ସମେତ ଅନେକ ରାଜ୍ୟରେ ପୂର୍ଣ୍ଣିମାରେ ମାସଶେଷ ହୋଇ କୃଷ୍ଣପକ୍ଷ ପ୍ରତିପଦା ତିଥ୍ୟାଠାରୁ ନୂତନମାସର ଆରମ୍ଭ ହୋଇଥାଏ। ଗୁଜୁରାଟ, ରାଜସ୍ଥାନ ଆଦିପ୍ରାନ୍ତରେ ଏବଂ ଦକ୍ଷିଣ ଭାରତର କିଛିପ୍ରାନ୍ତରେ ଅମାବାସ୍ୟାରେ ମାସ ଶେଷ ହୋଇ ଶୁକ୍ଳପକ୍ଷ ପ୍ରତିପଦା ତିଥ୍ୟରେ ମାସର ଆରମ୍ଭ ହୋଇଥାଏ।

ଭାରତବର୍ଷରେ ଦୀପାବଳିର ମହତ୍ଵ ଏବଂ ଅନୁଷ୍ଠାନ ସହିତ ବହୁ କିମ୍ବଦନ୍ତୀ ଏବଂ ଶାସ୍ତ୍ର ତଥା ପୁରାଣ ମତ ଜଡିତ ରହିଛି। ପଶ୍ଚିମ ଭାରତ ଯଥା ଗୁଜରାଟ ଓ ରାଜସ୍ଥାନ୍ ଆଦି ପ୍ରାନ୍ତରେ ଦୀପାବଳି ଅମାବାସ୍ୟାର ମହତ୍ଵ ଏବଂ ଅନୁଷ୍ଠାନ ଭିନ୍ନ ଗୁଜରାଟରେ ପ୍ରଚଳିତ ପଞ୍ଜିକା ଅନୁସାରେ ଦୀପାବଳି ଅମାବାସ୍ୟା ହେଉଛି ବର୍ଷର ଅନ୍ତିମ ଦିବସ। ଦୀପାବଳି ପରଦିନଠାରୁ (କାର୍ତ୍ତିକମାସ ଶୁକ୍ଳପକ୍ଷ ପ୍ରତିପଦା ତିଥ୍ୟ ଠାରୁ) ଗୁଜରାଟରେ ନୂତନବର୍ଷର ଆରମ୍ଭ ହୋଇଥାଏ। ପୁନଶ୍ଚ କିମ୍ବଦନ୍ତୀ ଅନୁସାରେ ମାଁ ଲକ୍ଷ୍ମୀ ଏହିଦିନ ସମୁଦ୍ର ମନ୍ଥନରୁ ଆବିର୍ଭୁତ ହୋଇଥିଲେ। ଏହି ଉଦ୍ଦେଶ୍ୟ ମାନଙ୍କ ହେତୁ ଏହି ପ୍ରାନ୍ତମାନଙ୍କରେ ଏହି ଦିନ ମା’ ଲକ୍ଷ୍ମୀ, ଅଗ୍ରପୂଜ୍ୟ ଶ୍ରୀ ଗଣେଶ, ଧନଦେବତା କୁବେର ଏବଂ ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କର ପୂଜାର୍ଚ୍ଚନା ସହିତ ବ୍ୟବସାୟ ପ୍ରତିଷ୍ଠାନ ପୂଜା ଖାତା ପୂଜା ସହିତ ଦୀପପ୍ରଜ୍ଜ୍ଵଳ ଏବଂ ନୂତନବର୍ଷର ସ୍ଵାଗତ ନିମନ୍ତେ ନବନସ୍ତ ପରିଧାନ ପାରସସ୍ପରିକ ଉପହାର ପ୍ରଦାନ ସହିତ ଉତ୍ସବ ପାଳନ କରାଯାଏ ।

ଠିକ୍ ସେହିପରି ମଧ୍ୟ ଭାରତ ଉତ୍ତରପ୍ରଦେଶର ଅଯୋଧ୍ୟା ପ୍ରାନ୍ତରେ ଦୀପାବଳୀର ମହତ୍ଵ ଏବଂ ଅନୁଷ୍ଠାନ ସାମାନ୍ୟ ଭିନ୍। ପ୍ରଭୁ ଶ୍ରୀରାମ୍, ରାବଣ ବଧ ପରେ ମାତା ସୀତାଙ୍କୁ ଉଦ୍ଧାରକରି ୧୪ ବର୍ଷ ବନବାସ ପରେ ଦୀପାବଳି ଦିନ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ। ସେହି ସମୟରେ ଅଯୋଧ୍ୟାବାସୀ ସମଗ୍ର ଅଯୋଧ୍ୟାରେ ଦୀପ ପ୍ରଜ୍ଜ୍ଵଳନକରି ମହୋତ୍ସବ ପାଳନ କରିଥିଲେ। ଏହି ଦିବସକୁ ଅବିସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଦୀପାବଳି ଅମାବାସ୍ୟାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଏ। ଅଜ୍ଞାନ ଅସତ୍ୟ ଅନ୍ଧକାର ଉପରେ ଜ୍ଞାନ ସତ୍ୟ ତଥା ଆଲୋକର ବିଜୟର ପ୍ରତୀକ ସ୍ଵରୂପ ଦୀପ ପ୍ରଜ୍ଜ୍ୱଳନ କରାଯାଏ। ଅମାବାସ୍ୟା ପ୍ରଦୋଷ ରାତ୍ର ଏହାର କର୍ମକାଳ ହୋଇଥୁବାରୁ ଏବଂ ଅକ୍ଟୋବର ତା୩୧ ରିଖ ଦିବା ଘ୩।୫୩ମିନିଟ୍ ପରଠାରୁ ଅମାବାସ୍ୟା ତିଥ୍ୟ ପ୍ରାରମ୍ଭ ହୋଇ ନଭେମ୍ବର ତା୧ରିଖ ସଂଧ୍ୟା ଘ୬।୧୭ ମିନିଟ୍ ପର୍ଯ୍ୟନ୍ତ ରହୁଥିଏବାରୁ, ଶ୍ରୀ ରାମଚନ୍ଦ୍ରଙ୍କ ବିଜୟ ଏବଂ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଉଦ୍ଦେଶ୍ୟରେ ହେଉଥିଦବା ଦୀପ ପ୍ରଜ୍ଜ୍ୱଳନ ଏବଂ ଉତ୍ସବ ମୁଖ୍ୟତଃ ଅକ୍ଟୋବର ୩୧ ତାରିଖ ଗୁରୁବାର ଅନୁଷ୍ଠିତ ହେବା ସହିତ ନଭେମ୍ବର ୧ ତାରିଖ ଶୁକ୍ରବାରରେ ଅମାବାସ୍ୟା ତିଥ୍ୟ ସୂର୍ଯ୍ୟୋଦୟଠାରୁ ପ୍ରଦୋଷ ପର୍ଯ୍ୟନ୍ତ ରହୁଥିାବାରୁ ଏହା ନଭେମ୍ବର ତା୧ରିଖରେ ମଧ୍ୟ ପାଳନ କରାଯିବ।

କିଛି ଆୟୁର୍ବେଦିକ ଟିପ୍ସ , ଯାହା ଏହି ଦୀପାବଳିରେ ଆପଣଙ୍କୁ ଫିଟ୍‌ ରଖିବ !

ଶ୍ରୀଲକ୍ଷ୍ମୀ ଗଣେଶ ପୂଜା

ଶାସ୍ତ୍ର ମତରେ ଅମାବାସ୍ୟା ପ୍ରଦୋଷ ବ୍ୟାପିନୀ ସମୟରେ ଶ୍ରୀଲକ୍ଷ୍ମୀ ଗଣେଶ ପୂଜାର କର୍ମକାଳ ଅଟେ। ଯଦି ଅମାବାସ୍ୟା ଦୁଇଦିନ ପ୍ରଦୋଷ ସମୟକୁ ରହିଲେ କର୍ମକାଳ ପରଦିନ ହେବା ଉଚିତ୍। ପଶ୍ଚିମ ତଥା ଉତ୍ତର ଭାରତର କିଛି ପ୍ରାନ୍ତରେ ନଭେମ୍ବର ତା ୧ ରିଖ ସୂର୍ଯ୍ୟାସ୍ତ ପରେ ପ୍ରଦୋଷ ସମୟକୁ ଅମାବାସ୍ୟା ରହୁନଥିବାରୁ ତାଥା କିଛି ପ୍ରାନ୍ତରେ ଅତି ସ୍ୱଳ୍ପ ସମୟକୁ ରହୁଥିବବାରୁ ସେହି ସ୍ଥାନମାନଙ୍କରେ ଏବଂ ସେହି ସ୍ଥାନର ସଂପ୍ରଦାୟମାନେ ଶ୍ରୀ ଲକ୍ଷ୍ମୀ ଗଣେଶ ପୂଜା ଅକ୍ଟୋବର ତା୩୧ରିଖ ଗୁରୁବାର ପାଳନ କରିବେ। ମାତ୍ର ପୂର୍ବ ଭାରତ ତଥା ଯେଉଁ ପ୍ରାନ୍ତରେ ଯେଉଁଠାରେ ଅମାବାସ୍ୟା ନଭେମ୍ବର ତା୧ରିଖ ପ୍ରଦୋଷ ସମୟକୁ ରହୁଅଛି ସେଠାରେ ଅକ୍ଟୋବର ତା୩୧ରିଖ ଗୁରୁବାର ଦିବା ଘ୩।୫୩ମିନିଟ୍ ଠାରୁ ନଭେମ୍ବର ତା ୧ ରିଖ ଶୁକ୍ରବାର ସଂଧ୍ୟା ଘ୬।୧୭ ମିନିଟ୍ ମଧ୍ୟରେ ଶାସ୍ତ୍ରୋକ୍ତ ସମୟରେ ଶ୍ରୀ ଲକ୍ଷ୍ମୀ ଗଣେଶ କୁବେର ପୂଜା ନୂତନ ଖାତା ବ୍ୟବସାୟ ବାଣିଜ୍ୟ ପ୍ରତିଷ୍ଠାନଆଦି ପୂଜା କରାଯିବା ବିଧେୟ। ଏଣୁ ଓଡ଼ିଶାରେ ଏହି ପୂଜା ଅକ୍ଟୋବର ତା୩୧ରିଖ ଗୁରୁବାର ଦିବା ଘ୩।୫୩ମିନିଟ୍ ଠାରୁ ନଭେମ୍ବର ତା ୧ ରିଖ ଶୁକ୍ରବାର ସଂଧ୍ୟା ଘ୬।୧୭ ମିନିଟ୍ ମଧ୍ୟରେ ଶାସ୍ତ୍ରୋକ୍ତ ସମୟରେ କରଣୀୟ।

ବର୍ତ୍ତମାନ ପୂର୍ବଭାରତ ତଥା ଓଡ଼ିଶା କଥା ବିଚାର କଲେ ଜଣାଯାଏ ଯେ, ଓଡ଼ିଶା ତଥା ପୂର୍ବଭାରତର କିଛି ପ୍ରାନ୍ତରେ ଦୀପାବଳୀକୁ ମୁଖ୍ୟତଃ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ତର୍ପଣ ବଡବଡୁଆ ଡାକ, ପୟାଶ୍ରାଦ୍ଧ ତଥା ଚଉରା ପୂଜା ଏବଂ ଇଷ୍ଟ ଦେବାଦେବୀଙ୍କ ପୂଜାର୍ଚ୍ଚନା ସହିତ ପିତୃପୁରୁଷ ଏବଂ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଏ।

ଆସୁଛି ଦୀପାବଳି : ସୁରକ୍ଷା ନେଇ କମିସନରେଟ୍‌ ପୁଲିସର ପରାମର୍ଶ

ପିତୃପୁରୁଷ ପିତୃପକ୍ଷ ବା ଆଶ୍ୱିନ କୃଷ୍ଣପକ୍ଷରେ ପିତୃଲୋକ ପରିତ୍ୟାଗକରି ଧରାବତାରଣ କରନ୍ତି ଏବଂ କାର୍ତ୍ତିକ ଅମାବାସ୍ୟାରେ ପୁନଶ୍ଚ ପିତୃଲୋକ ପ୍ରତ୍ୟାବର୍ତ୍ତନ କରନ୍ତି ।
ଶାସ୍ତ୍ରରେ ଶ୍ରାଦ୍ଧକାଳ ମଧ୍ୟାହ୍ନ ଏବଂ ଅପରାହ୍ଣ ବ୍ୟାପିନୀ ହୋଇଥିବାରୁ ଦୀପାବଳୀ ଅମାବାସ୍ୟାରେ କରାଯାଉଥିବା ପିତୃଶ୍ରାଦ୍ଧ ବା ପୟାଶ୍ରାଦ୍ଧ ନଭେମ୍ବର ତା୧ରିଖ ଶୁକ୍ରବାର କରାଯିବ। 
ଚଳିତ ବର୍ଷ ଅକ୍ଟୋବର ତା୩୧ରିଖ ଗୁରୁବାର ଚତୁର୍ଦ୍ଦଶୀ ତିଥୁ ଦିବା ଘ୩।୫୩ ମିନିଟ୍ ପର୍ଯ୍ୟନ୍ତ ରହୁଅଛି ଏହାପରଠାରୁ ନଭେମ୍ବର ତା୧ରିଖ ସଂଧ୍ୟା ଘ୬।୧୭ ମିନିଟ୍ ପର୍ଯ୍ୟନ୍ତ ଅମାବାସ୍ୟା ତିଥ୍ୟ ଭୋଗ ହେଉଅଛି।
ଶାସ୍ତ୍ରମତରେ ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ୟା ପୟାଶ୍ରାଦ୍ଧ ପାଇଁ ଉପଯୁକ୍ତ କର୍ମକାଳ ନୁହେଁ। ପୁନଶ୍ଚ ଅକ୍ଟୋବର ତା୩୧ ରିଖରେ ଅମାବାସ୍ୟା ପ୍ରଦୋଷ ବ୍ୟାପିନୀ ଏବଂ ନଭେମ୍ବର ତା୧ରିଖରେ ଅମାବାସ୍ୟା ତିଥ୍ ସୂର୍ଯ୍ୟୋଦୟଠାରୁ ଆରମ୍ଭ କରି ମଧ୍ୟାହ୍ନ ଅପରାହ୍ନ ଏବଂ ପ୍ରଦୋଷ ସମୟକୁ ଭୋଗ ହେଉଅଛି।

ପୁନଶ୍ଚ ଶାସ୍ତ୍ରମତରେ ଉଭୟଦିନ ପ୍ରଦୋଷ ସମୟକୁ ଅମାବାସ୍ୟା ରହୁଥିଲେ କେବଳ ଦ୍ଵିତୀୟ ଦିବସରେ ବା ପରଦିନ ପୟାଶ୍ରାଦ୍ଧ, ସଂଧ୍ୟାରେ ବଡବଡୁଆ ଡାକ, ଇଷ୍ଟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ସହିତ ଦୀପ ପ୍ରଜ୍ଜ୍ୱଳନ କରିବା ଶାସ୍ତ୍ର ସମ୍ମତ। ଉତ୍କଳ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ମଧ୍ୟ ଦୀପାବଳି, ପୟାଶ୍ରଦ୍ଧ ଆଦି ଅନେକ ନୀତିକାନ୍ତି ନଭେମ୍ବର ତା୧ରିଖ ଶୁକ୍ରବାର ପାଳିତ ହେଉଅଛି। ଏଣୁ ସର୍ବସମ୍ମତ ଭାବରେ ଓଡ଼ିଶାରେ ପୟାଶ୍ରାଦ୍ଧ, ଦୀପାବଳୀ ନଭେମ୍ବର ତା୧ରିଖ ଶୁକ୍ରବାର ପାଳନ କରାଯିବା 

ସେହିପରି ଜୈନଧର୍ମାବଲମ୍ବୀଙ୍କ ମତରେ ଏହି ଦିବସରେ ଚତୁର୍ବିଂଶ ତୀର୍ଥଙ୍କର ମହାବୀର ନିର୍ବାଣ ପ୍ରାପ୍ତ ହୋଇଥିଲେ। ସେହିପରି ଶଖ୍ ବୌଦ୍ଧ ସଂପ୍ରଦାୟ ତଥା ଦକ୍ଷିଣ ଭାରତର କିଛି ପ୍ରାନ୍ତରେ ଦୀପାବଳୀରେ ଦୀପ ପ୍ରଜ୍ଜ୍ୱଳନ କରାଗଲେ ମଧ୍ୟ ଉଦ୍ଦେଶ୍ୟ ଏବଂ କର୍ମକାଳ ଭିନ୍ନ ଭିନ୍ନ ହୋଇଥାଏ।

ଉପରୋକ୍ତ ବିଷୟକୁ ବିଚାରକୁ ନେଲେ ଏହା ସ୍ପଷ୍ଟ ଯଣାଯାଏ ଯେ ଦୀପାବଳି ଭାରତବର୍ଷର ଗୋଟିଏ ମହାନ୍ ପର୍ବ ଏବଂ ଏହା ପ୍ରାନ୍ତ, ସଂପ୍ରଦାୟ ଏବଂ ଧର୍ମ ଗୋଷ୍ଠୀ ଭେଦରେ ପାଳନର ଉଦ୍ଦେଶ୍ୟ ଏବଂ କର୍ମକାଳ ଭିନ୍ନ ଭିନ୍ନ ହୋଇଥାଏ। ଚଳିତ ବର୍ଷ ଅମାବାସ୍ୟା ତିଥୁ ଦୁଇଦିନକୁ ବ୍ୟାପ୍ତ ରହୁଥିୀବାରୁ ଭିନ୍ନ ଭିନ୍ନ ପ୍ରାନ୍ତ ସଂପ୍ରଦାୟ ଭେଦରେ ପାଳନ ଏବଂ କର୍ମକାଳ ଭିନ୍ନ ଭିନ୍ନ ହୋଇଛି। ଏଣୁ ଦୀପାବଳୀ ପାଳନ ଉଦ୍ଦେଶ୍ୟ ଭେଦରେ ଦ୍ବିମତ ବା ମତାନ୍ତର ନାହିଁ। ଏଣୁ ଦୀପାବଳି ଯେଉଁମାନେ ଯେଉଁ ଉଦ୍ଦେଶ୍ୟରେ ପାଳନ କରିବେ ସେମାନେ ସେହି ଦିବସରେ ଏବଂ ସେହି କର୍ମକାଳରେ ପାଳନ କରିବେ। ଏଥୁରେ ମତାନ୍ତର ବା ଦ୍ଵିମତ ନାହିଁ।

ସର୍ବଶେଷରେ ପ୍ରାନ୍ତ ସଂପ୍ରଦାୟ ଗୋଷ୍ଠୀ ଭେଦରେ ଦୀପାବଳି ପାଳନ ଦିବସ ବା କର୍ମକାଳରେ ପାର୍ଥକ୍ୟ ପରିଲକ୍ଷିତ ହେଲେ ମଧ୍ୟ ଏହା ସର୍ବସମ୍ମତ ଯେ ଦୀପାବଳି ଏକ ମହାନ ପର୍ବ ଏବଂ ମହୋତ୍ସବ। ଏହା ଭାରତର ଅନେକତାରେ ଏକତାର ପ୍ରତୀକ ଏବଂ ସର୍ବୋପରି ଅନ୍ଧାର ଅଜ୍ଞାନ ଅସତ୍ୟ ଉପରେ ଆଲୋକ ଜ୍ଞାନ ଏବଂ ସତ୍ୟର ବିଜୟର ପ୍ରତୀକ। ଅସତୋ ମାଂ ସଦ୍ଗମୟ। ତମସୋ ମାଂ ଜ୍ୟୋତିର୍ଗମୟ। 

-ଅସଲି ଖଡ଼ୀରତ୍ନ ପଞ୍ଜିକା  

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od