Monday, February 24, 2025
Home ଅପରାଧ କାନ୍ଥ କଣାକରି ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମୋବାଇଲ ଚୋରି

କାନ୍ଥ କଣାକରି ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମୋବାଇଲ ଚୋରି

by
0 comment

ମାଲକାନଗିରି: ମାଲକାନଗିରି ସହରରେ ସବୁଠାରୁ ବଡ ଚୋରି ଘଟଣା ଘଟିଛି, ଯାହାକୁ ନେଇ ପୁଲିସର ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏକ ବଡ଼ ମୋବାଇଲ ଦୋକାନର କାନ୍ଥକୁ କଣା କରି ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଂକାର ମୋବାଇଲ ଚୋରି କରି ନେଇଛନ୍ତି ଲୁଚେରା। ସିସିଟିଭି ଫୁଟେଜକୁ ନେଇ ପୁଲିସ ଯାଞ୍ଚ ଆରମ୍ଭ କରିଛି।

ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରରେ ଯୁବକଙ୍କୁ ହତ୍ୟା: ମହିଳା ସମେତ ୩ ଅଭିଯୁକ୍ତ ନୟାଗଡ଼ରୁ ଗିରଫ

ଘଟଣା ଅନୁଯାୟୀ ମାଲକାନଗିରି ସହରର ସବୁଠାରୁ ବଡ଼ ମୋବାଇଲ ଦୋକାନ ହେଉଛି ଓମ୍ ମୋବାଇଲ ଚୋର। ଏହି ଦୋକାନରେ ଛୋଟରୁ ବଡ଼ବଡ଼ ମୋବାଇଲ ସେଟ୍‌ ମିଳିଥାଏ। ଏପରିକି ସହଜ କିସ୍ତିରେ ମଧ୍ୟ ମୋବାଇଲ ମିଳିଥାଏ। ତେବେ ଲୁଟେରାମାନେ ଗତକାଲି ରାତିରେ ଏହି ଦୋକାନକୁ ଟାର୍ଗେଟ କରିଥିଲେ। ଏହି ଦୋକାନଟି ଥାନା ଠାରୁ ପ୍ରାୟ ଏକ କିଲୋମିଟର ଦୁରରେ ରହିଛି।

ଏହି ଖବର ପଢ଼ନ୍ତୁ: ୬ ଭଉଣୀଙ୍କୁ ବିବାହ କଲେ ୬ ଭାଇ; ‌ସାନ ଭାଇ ପାଇଁ ଅକ୍ଷୋ‌ରେ ଥିଲେ ବାକି ୫

publive-image

ରାତି ପ୍ରାୟ ସାଢେ ତିନିଟା ବେଳେ ଚୋରମାନେ ଦୋକାନର ପଛ କାନ୍ଥକୁ କଣା କରିଥିଲେ। ସେହି କଣାରେ ଜଣେ ମାତ୍ର ଚୋର ମୋବାଇଲ ଦୋକାନରେ ପଶି ଦାମି ମୋବାଇଲ ସେ ବସ୍ତାରେ ଭର୍ତ୍ତି କରି ବାହାରେ ଥିବା ଦୁଇ ଜଣ ସାଥୀଙ୍କୁ ବଢାଇ ଦେଉଥିଲା। ଯାହାର ସିସିଟିଭି ଫୁଟେଜରେ ସ୍ପଷ୍ଟ ଦେଖାଯାଉଛି। 

ତେବେ ଚୋର ୫ ହଜାରର ମୋବାଇଲ ସେଟ ଛାଡି ଦେଇଥିବା ବେଳେ କେବଳ ୨୦ ହଜାରରୁ ଦେଢ ଲକ୍ଷ ଟଂକାର ମୋବାଇଲ ଚୋରି କରି ନେଇଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ଓମ ମୋବାଇଲ କେରର ମାଲିକ ଦିପଙ୍କର ସରକାର ଦୋକାନ ଖୋଲିବାକୁ ଆସିବା ବେଳେ ଦୋକାନରେ ମୋବାଇଲ ଫିଙ୍ଗା ଫୋପଡା ହୋଇଥିବା ଦେଖିବାକୁ ପାଇଥିଲେ। ପରେ ଦୋକାନର କାନ୍ଥ କଣା ହୋଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ମାଲାକନଗିରି ପୁଲିସକୁ ଖବର ଦେଇଥିଲେ। ଚୋରମାନେ ମୋବାଇଲର ସମସ୍ତ ଖୋଳକୁ ବାହାରେ ଫିଙ୍ଗି ଦେଇଥିଲେ। କିନ୍ତୁ ମୋବାଇଲ ଆସେସୋରିସ୍ ଗୁଡିକ ନେଇ ଚାଲିଯାଇଛନ୍ତି। ଏପରିକି ବାହାରେ ଚୋରମାନେ ବସି ପ୍ରାୟ ସାତୋଟି ପଲିଥିନ ବ୍ୟାଗରେ ମୋବାଇଲଗୁଡିକ ଭର୍ତ୍ତି କରି ନେଇଥିବା ଜଣାପଡିଛି।

ଏହି ଖବର ପଢ଼ନ୍ତୁ: ବିଜେପି ଓ କଂଗ୍ରେସ ପରସ୍ପରକୁ ସାହାଯ୍ୟ କରନ୍ତି: କେଜ୍ରିୱାଲ

ତରବରିଆ ଭାବେ ନେଉଥିବା ବେଳେ ଗୋଟିଏ ଜରି ବସ୍ତା ଖସିଯାଇଥିବା ଦେଖିବାକୁ ମିଳିଛି। ସେହି ବସ୍ତାକୁ ମୋବାଇଲ ମାଲିକ ଆଣିବା ସହ ଯାଞ୍ଚ କରିବା ପରେ ସେଥିରେ ମୋବାଇଲଗୁଡିକ ଥିବା ଦେଖିବାକୁ ପାଇଥିଲେ। ପୁଲିସ ସାଇଣ୍ଟିଫିକ ଟିମକୁ ଡାକି ଯାଞ୍ଚ ଆରମ୍ଭ କରିଛି। ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କାର୍ଯ୍ୟକୁ ତରାନ୍ବିତ କରୁଥିବା କହିଛି। ତେବେ ଜିଲ୍ଲା ସଦର ମହକୁମାରେ ଏତେବଡ ଚୋରି ଘଟଣା କେବେ ଘଟିନଥିଲା। ଚୋର ସିଧାସଳଖ ପୁଲିସକୁ ଟାର୍ଗେଟ କରିଛନ୍ତି। ପୁଣି ବାହାରେ ଚୋର ବୋମା,ଟିଡୋନେଟର ସହ ଚୋରି କରିବା ଅସ୍ତ୍ରଶସ୍ତ୍ର ମଧ୍ୟ ଛାଡିକି ଚାଲିଯାଇଛନ୍ତି। ପୁଲିସ ଏସବୁକୁ ଯାଞ୍ଚ ପରିସର ମଧ୍ୟକୁ ନେଇଛି। ପୁଣି ଛାଡିଥିବା ମୋବାଇଲ ଖୋଳରୁ ମୋବାଇଲର ଆଇଏମଇ ନମ୍ବରକୁ ଆଧାର କରି ଚୋର ନିକଟକୁ ପହଞ୍ଚିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।

ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରରେ ଯୁବକଙ୍କୁ ହତ୍ୟା: ମହିଳା ସମେତ ୩ ଅଭିଯୁକ୍ତ ନୟାଗଡ଼ରୁ ଗିରଫ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od