Saturday, February 22, 2025
Home Home Left କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ବଡ଼ ଝଟକା, ଖଲିସ୍ତାନୀ ସମର୍ଥକ ନେଲେ ଏହି ନିଷ୍ପତ୍ତି, କ’ଣ ଭାଙ୍ଗିଯିବ ସରକାର?

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ବଡ଼ ଝଟକା, ଖଲିସ୍ତାନୀ ସମର୍ଥକ ନେଲେ ଏହି ନିଷ୍ପତ୍ତି, କ’ଣ ଭାଙ୍ଗିଯିବ ସରକାର?

by
0 comment

ଓଟାଓ୍ବା,୫।୯: ଖାଲିସ୍ତାନୀ ସମର୍ଥକ ଏନଡିପି ନେତା ଜଗମିତ ସିଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସେ ସରକାରଙ୍କଠାରୁ ନିଜର ସମର୍ଥନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ଅପରାହ୍ନରେ ସୋସିଆଲ ମିଡିଆରେ ଏକ ଭିଡିଓରେ ଏନଡିପି ପାର୍ଟି ଏହି ଘୋଷଣା କରିଛି। କୁହାଯାଇଛି ଯେ ସେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଲିବରାଲ ସରକାର ସହିତ ହୋଇଥିବା ଚୁକ୍ତିନାମାକୁ ସମାପ୍ତ କରିଛନ୍ତି। ସିଂ ଭିଡିଓରେ କହିଛନ୍ତି ଯେ ଜଷ୍ଟିନ ଟ୍ରୁଡୋ ବାରମ୍ବାର ପ୍ରମାଣ କରିଛନ୍ତି ଯେ ସେ ସର୍ବଦା କର୍ପୋରେଟ ଲୋଭରେ ନଇଁବେ। ସେ ଲୋକମାନଙ୍କୁ ନିରାଶ କରିଛନ୍ତି। ସେମାନେ କାନାଡିୟମାନଙ୍କଠାରୁ ଆଉ ଏକ ସୁଯୋଗ ପାଇବାକୁ ଯୋଗ୍ୟ ନୁହଁନ୍ତି।

ଗତ ଦୁଇ ସପ୍ତାହ ଧରି ଚୁକ୍ତିନାମା ଶେଷ କରିବାର ଯୋଜନା ଚାଲିଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ଭିଡିଓ ଅନଲାଇନରେ ଲାଇଭ ନ ହେବା ପର୍ଯ୍ୟନ୍ତ ଦଳ ଏହାର ନିଷ୍ପତ୍ତି ବିଷୟରେ ଲିବରାଲ ସରକାରଙ୍କୁ ସୂଚିତ କରିନାହିଁ। ସରକାରୀ ସୂତ୍ରରୁ କୁହାଯାଇଛି ଯେ, ଦିନ ୧୨.୪୭ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଛି। ସିଂ ଭିଡିଓକୁ ସୋସିଆଲ ମିଡିଆରେ ଦିନ ୧୨.୫୫ରେ ପୋଷ୍ଟ କରିଥିଲେ।

ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ଜାରି କରିଛନ୍ତି। ସେ କହିଛନ୍ତି ଯେ ଗତ ବର୍ଷ ଭଳି ଆମେ ରାଜନୀତିରେ ଧ୍ୟାନ ଦେବା ପରିବର୍ତ୍ତେ କାନାଡିୟମାନଙ୍କ ପାଇଁ କଣ କରିପାରିବା ତାହା ଉପରେ ଏନଡିପି ଧ୍ୟାନ ଦେବା ଉଚିତ୍‌।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od