Sunday, February 23, 2025
Home ଆମ ଓଡ଼ିଶା କାଠ କାଟି ଲୁଟିବା ଉଦେଶ୍ୟରେ ଜଙ୍ଗଲରେ ବାଘ ବୁଲିବା ଭିଡିଓ ହୋଇଛି ଭାଇରାଲ, ଆତଙ୍କିତ ନ ହେବାକୁ ବନ ବିଭାଗର ପରାମର୍ଶ

କାଠ କାଟି ଲୁଟିବା ଉଦେଶ୍ୟରେ ଜଙ୍ଗଲରେ ବାଘ ବୁଲିବା ଭିଡିଓ ହୋଇଛି ଭାଇରାଲ, ଆତଙ୍କିତ ନ ହେବାକୁ ବନ ବିଭାଗର ପରାମର୍ଶ

by
0 comment

ବାଣପୁର: କିଛି ଦିନ ହେବ ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ବରବରା ଜଙ୍ଗଲରେ ଏକ ମହାବଳ ବାଘ ବୁଲୁ ଥିବାର ବହୁଳ ପ୍ରସାରିତ ଭିଡ଼ିଓ ବାଣପୁରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଗତ ୨ତାରିଖରେ ବାଣପୁର ବ୍ଲକ ନୀଳାଦ୍ରି ପ୍ରସାଦ ପଞ୍ଚାୟତରେ ବାଘଟି ଗୋଟିଏ ଛେଳିକୁ ମାରି ଖାଇଦେବା ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଛି । ଫଳରେ ବରବରା ଜଙ୍ଗଲ ମଧ୍ୟରେ ଥିବା ଦୁଇଟି ପଂଚାୟତ ର ଜନ ସାଧାରଣଙ୍କ ମଧ୍ୟରେ ଭୟ ସଂଚାର ହୋଇ ସେମାନେ ଏହି ଅଂଚଳରେ ଚଳ ପ୍ରଚଳ କରିବାକୁ ଆଶଙ୍କା ପ୍ରକାଶ କରିଛନ୍ତି।।

ଏ ସମ୍ପର୍କରେ ଭାଇରଲ ଖବର ଓ ଭିଡିଓ ବିଷୟରେ ନୀଳାଦ୍ରି ପ୍ରସାଦ ସରପଞ୍ଚ ଉମାକାନ୍ତ ସାହୁଙ୍କୁ ଯୋଗାଯୋଗ କରିବାରେ ସେ ଏ ଘଟଣା ସମ୍ପୂର୍ଣ୍ଣ ମନଗଢ଼ା ଓ ଉଡ଼ା ଖବର ବୋଲି ପ୍ରକାଶ କରିଥିବା ବେଳେ ଭିଡ଼ିଓ ରେ ଯେଉଁ ସ୍ଥାନରେ ବାଘଟି ଚଳାଚଳ କରୁଥିବା ବିଶେଷ କରି ଏକ ବ୍ରିଜ ଉପରେ ଚଳ ପ୍ରଚଳ କରୁଥିବା ଦେଖାଯାଇଛି ସେହି ସ୍ଥାନ ବରବରା ଜଙ୍ଗଲରେ ନଥିବା କହିଛନ୍ତି । ଗତ ୧୨ବର୍ଷ ଧରି ନୀଳାଦ୍ରି କିମ୍ବା ବରବରା ଜଙ୍ଗଲରେ କୌଣସି ପ୍ରକାରର ବାଘ ନଥିବା ବନ ବିଭାଗ ସ୍ପଷ୍ଟ କରିଛି । ଏପରି ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତି ବିଶେଷ ନିଜ ସ୍ୱାର୍ଥ ସାଧନ କିମ୍ବା ମୂଲ୍ୟବାନ କାଠ କାଟି ଲୁଟିବା ଉଦେଶ୍ୟରେ ପ୍ରସାର କରୁଥିବା ବନବିଭାଗ ଅଧିକାରୀ ପ୍ରତାପ କୁମାର ମହାନ୍ତି କହିଛନ୍ତି । ତେବେ ଏହି ମିଥ୍ୟା ଘଟଣାକୁ ବିଶ୍ୱାସ ନକରି ଆତଙ୍କିତ ନହେବା ସହିତ ସର୍ବ ସାଧାରଣ ଏହି ମିଛ ଭାଇରଲ ଠାରୁ ଦୁରେଇ ରୁହନ୍ତୁ ବୋଲି ବନବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od