ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟର ନୂତନ ହଷ୍ଟେଲ ବିଲଡିଂ ନିର୍ମାଣ କାର୍ଯ୍ୟ ବହୁ ବିଳମ୍ବ ହେଉଥିବା ଅଭଯୋଗ ହୋଇଛି । ସୂଚନା ଅନୁସାରେ ଏହି ଆବାସିକ ବିଦ୍ୟାଳୟରେ ପ୍ରାୟ ଦେଢଶହ ଜଣ ଛାତ୍ରୀ ରହୁଥିବା ବେଳେ ପୁରୁଣା ହଷ୍ଟେଲ ମଧ୍ୟ୍ୟ ରହିଛି । ଯାହାକି ବିଲଡିଙ୍ଗ ବର୍ତମାନ ଅସୁରକ୍ଷିତ ହୋଇପଡିଥିବା ବେଳେ ଛାତ୍ରୀ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହାକୁ ନେଇ ବାରମ୍ବର ଅଭଯୋଗ ହେବା ପରେ ଓଡିଶା ସରକାରଙ୍କ ଶିକ୍ଷାବିଭାଗ ଅଧୀନରେ ଥିବା ସର୍ବଶିକ୍ଷା ଅଭିଯାନ ଦ୍ୱାରା ଏହି ବିଦ୍ୟାଳୟ ପରିସରରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ନୂତନ ହଷ୍ଟେଲ ବିଲଡିଂ ନିର୍ମାଣ ପାଇଁ ଅନୁମୋଦନ ମଧ୍ୟ୍ୟ ହୋଇଛି ଓ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେବ ଏହି ହଷ୍ଟେଲ ନିର୍ମାଣ ପାଇଁ ଟେଣ୍ଡର ମଧ୍ୟ୍ୟ ହୋଇସାରିଥିବା ବେଳେ ଏହାକୁ ଜଣେ ଠିକାଦାର ଟେଣ୍ଡର ପରେ ନିର୍ମାଣ ଦାୟିତ୍ୱ ନେଇଛନ୍ତି । କିନ୍ତୁ ଟେଣ୍ଡର ହେବାର ୨ ବର୍ଷରୁ ଅଧିକ ସମୟ ହୋଇଥିବା ବେଳେ ଏହି ହଷ୍ଟେଲ ନିର୍ମାଣ କାମ ବର୍ତମାନ ସୁଧା ଆରମ୍ଭ ହୋଇନାହିଁ।
ଅନ୍ୟପଟେ ସମ୍ପୃକ୍ତ ଠିକାଦାର ଜଣକ ନିର୍ମାଣ କାମ ପାଇଁ କଞ୍ଚାମାଲ ଭିତରକୁ ନେବା ଆଣିବା ପାଇଁ ହଷ୍ଟେଲ ପାଚେରୀକୁ ଭାଙ୍ଗି ଦେଇଥିବା ବେଳେ କାମ ଆରମ୍ଭ ହୋଇନଥିବାରୁ ହଷ୍ଟେଲରେ ରହିଥିବା ଅନ୍ତେବାସୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଓ ଏହି ଘଟଣାକୁ ନେଇ ହଷ୍ଟେଲ କର୍ତ୍ତୃପକ୍ଷ ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କଲିଖିତ ଓ ମୌଖିକ ଭାବରେ ବହୁବାର ଅଭଯୋଗ ମଧ୍ୟ୍ୟ କରିଆସୁଛନ୍ତି। ତଥାପି ପାଚେରୀ ଭାଙ୍ଗିବାର ୩ ମାସରୁ ଅଧିକ ସମୟ ହେବ ହଷ୍ଟେଲ ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ ଓ ଅନ୍ୟପଟେ ଏହି କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ପାଚେରୀ ଭାଙ୍ଗିବାରୁ ଛାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମନେ କରୁଥିବା ବେଳେ ଅଞ୍ଚଳରେ ମଦୁଆଙ୍କ ଦୌରାତ୍ମ୍ୟ ବଢିବା ସହ ସଦାସର୍ବଦା ଛାତ୍ରୀମାନଙ୍କ ସୁରକ୍ଷା କୁ ନେଇ ମଧ୍ୟ୍ୟ ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସେପଟେ ହଷ୍ଟେଲ ବିଲଡିଂ ନିର୍ମାଣରେ ବିଳମ୍ବ ହେଉଥିବା ବିଷୟରେ ଦାୟିତ୍ୱରେ ଥିବା ବିଭାଗର କନିଷ୍ଠ ଯନ୍ତ୍ରୀ ସନ୍ୟାସୀ ବାରିକଙ୍କୁ ପଚାରିବାରୁ ଘଟଣାକୁ ସ୍ୱୀକାର କରିବା ସହ ସମ୍ପୃକ୍ତ ଠିକାଦାରଙ୍କୁ କାମ ଆରମ୍ଭ କରିବା ପାଇଁ ବାରମ୍ବାର କୁହାଯାଉଥିଲେ ମଧ୍ୟ୍ୟ ଠିକାଦାର ଜଣକ ବିଭିନ୍ନ ବାହାନା କରି ଠକି ଚାଲିଥିବା କହିଛନ୍ତି । ଅନ୍ୟପଟେ ଠିକାଦାର ଜଣକ ବିଭାଗୀୟ ଅଧିକାରୀମାନଙ୍କ କଥାକୁ ମଧ୍ୟ୍ୟ ଗୁରୁତ୍ୱ ଦେଉ ନଥିବା ବେଳେ ହଷ୍ଟେଲ ନିର୍ମାଣ ବିଳମ୍ବ ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ଓ ସେପଟେ କାମ ଟିକୁ ଶୀଘ୍ର ଆରମ୍ଭ କରିବା ପାଇଁ ଅଞ୍ଚଳରେ ଏବଂ ଅଭିଭାବକ ମହଲ ରେ ଦାବିହେଉଛି।