Monday, February 24, 2025
Home ଆମ ଓଡ଼ିଶା କଣ୍ଟାବାଞ୍ଜିରେ ଆରଟିଓ କ୍ୟାମ୍ପର ଶୁଭାରମ୍ଭ କଲେ ବିଧାୟକ

କଣ୍ଟାବାଞ୍ଜିରେ ଆରଟିଓ କ୍ୟାମ୍ପର ଶୁଭାରମ୍ଭ କଲେ ବିଧାୟକ

by
0 comment

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ସ୍ଥିତ ଆରଏମସି ଠାରେ ଅସ୍ଥାୟୀ ଆରଟିଓ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କ୍ୟାମ୍ପର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଜେପି ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜି ମହାନ୍ତି ଉପସ୍ଥିତ ଥିଲେ। କଣ୍ଟାବାଞ୍ଜିରେ ଆରଟିଓ କ୍ୟାମ୍ପ ହେବା ଯୋଗୁ କଣ୍ଟାବାଞ୍ଜି ତଥା ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ବ୍ଲକ ସହ ପାଖ ପାଖ ଅଞ୍ଚଳର ଗାଡି ମାଲିକ ମାନଙ୍କୁ ନିଜ ଗାଡିର ଫିଟନେସ କରିବା, ଟିକସ ଓ ଅନ୍ୟାନ୍ୟ କାମ ପାଇଁ ସହଜ ହେଇଯିବ। ପୂର୍ବରୁ ଗାଡି ମାଲିକ ମାନେ ବଲାଙ୍ଗୀର ଆରଟିଓ ଅଫିସକୁ ଏହି ସବୁ କାମ ପାଇଁ ଯାଉଥିଲେ। ଯାହା ଫଳରେ ସେମାନେ ଖର୍ଚ୍ଚାନ୍ତ ହେଉଥିଲେ। ଏବେ ଆଉ ଗାଡି ମାଲିକ ମାନଙ୍କୁ ଆଗ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହି। ଆଜି ଏହି କ୍ୟାମ୍ପ ଶୁଭାରମ୍ଭ ହୋଇଥିବା ଯୋଗୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od