Friday, February 14, 2025
Friday, February 14, 2025
Home Latest କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା କନଷ୍ଟେବଳ ଓ ତାଙ୍କ ସ୍ବାମୀଙ୍କ ହେଲା ବଦଳି

କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା କନଷ୍ଟେବଳ ଓ ତାଙ୍କ ସ୍ବାମୀଙ୍କ ହେଲା ବଦଳି

by
0 comment

କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା କନଷ୍ଟେବଳ ଓ ତାଙ୍କ ସ୍ବାମୀଙ୍କ ହେଲା ବଦଳି

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ୍‌ ହିମାଞ୍ଚଳ ପ୍ରଦେଶର ଲୋକସଭା ନିର୍ବାଚନରେ ଜିତିବା ପରେ ସେ ସାଂସଦ ହୋଇଛନ୍ତି। ସାଂସଦ ହେବାପରେ ସେ ନିକଟରେ ଚଣ୍ଡୀଗଡ଼ ବିମାନବନ୍ଦରରୁ ଦିଲ୍ଲୀ ଯିବା ପାଇଁ ଯାତ୍ରା କରୁଥିବା ବେଳେ ସେଠାରେ ସିଆଇଏସ୍‌ଏଫ୍‌ର କନଷ୍ଟେବଳ କୁଲବିନ୍ଦର କୌର ଅଭିନେତ୍ରୀଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ଏହି ଘଟଣାକୁ ନେଇ କଙ୍ଗନା ଓ କୁଲବିନ୍ଦରଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଅଭିନେତ୍ରୀଙ୍କ ଟିମ କଙ୍ଗନାଙ୍କୁ ବୁଝାଇ ବିମାନ ଅଭିମୁଖେ ନେଇ ଯାଇଥିଲେ। ଦିଲ୍ଲୀରେ ପହଞ୍ଚିବା ପରେ ସିଆଇଏସ୍‌ଏଫ୍‌ର ଉଚ୍ଚ ଅଧିକାରୀଙ୍କ ନିକଟରେ ଏହି ଘଟଣାର ଅଭିଯୋଗ କରିବା ସହିତ ଉକ୍ତ ସୁରକ୍ଷାକର୍ମୀଙ୍କ ବି‌ରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ କଙ୍ଗନା।

ପୁଲିସ ଏହି ଘଟଣାର ଯାଞ୍ଚ କରି କୁଳବିନ୍ଦରଙ୍କ କୌରଙ୍କୁ ଗିରଫ କରିଥିଲା। ଏହାପରେ କୁଳବିନ୍ଦରଙ୍କ କୌର ଜାମିନରେ ବାହାରକୁ ଆସିଥିଲେ। ତାଙ୍କୁ ଚାକିରିରୁ ନିଳମ୍ବନ କରି ଦିଆଯାଇଥିଲା। ଏବେ ଶୁଣିବାକୁ ମିଳିଛି କୁଳବିନ୍ଦରଙ୍କ କୌରଙ୍କ  ବଦଳି କରି ଦିଆଯାଇଛି। ଏଥିସହିତ କୁଳବିନ୍ଦରଙ୍କ କୌରଙ୍କ ସ୍ବାମୀଙ୍କୁ ବି ଚାକିରିରେ ଅନ୍ୟ ସ୍ଥାନକୁ ବଦଳି କରାଯାଇଥିବା ଖବର ମିଳିଛି।

କଙ୍ଗନାଙ୍କୁ ଚାପୁଡ଼ା ମରାଯିବା ପରେ କୁଲବିନ୍ଦରଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ କୃଷକ ମାନଙ୍କ ବିରୋଧରେ ଦେଇଥିବା ଏକ ମନ୍ତବ୍ୟକୁ ନେଇ କଙ୍ଗନାଙ୍କୁ ଚାପୁଡ଼ା ମାରିଥିଲେ ବୋଲି ସ୍ପଷ୍ଟ କରି କହିଥିଲେ। କାରଣ ଅନେକ ଦିନରୁ ତାଙ୍କର କଙ୍ଗନାଙ୍କ ଉପରେ ରାଗ ଥିଲା।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od