Saturday, February 22, 2025
Home Home କଂଗ୍ରେସର ପ୍ରଚାର ଜୋରଦାର , ଭୋଟରଙ୍କ ମନମୋହୁଛନ୍ତି ଚିତ୍ରସେନ

କଂଗ୍ରେସର ପ୍ରଚାର ଜୋରଦାର , ଭୋଟରଙ୍କ ମନମୋହୁଛନ୍ତି ଚିତ୍ରସେନ

by
0 comment

ପୁରୁଷୋତ୍ତମପୁର,୧୭।୫ (ସିମାଞ୍ଚଳ ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ,ବିଜେଡି ଓ ଭାଜପା ମଧ୍ୟରେ ତ୍ରୀମୁଖି ଲଢେଇ ହେଉଥିବାବେଳେ ପ୍ରଚାରରେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ ବେହେରା (ଉଜଳ) ଆଗୁଆ ରହିଛନ୍ତି ା ସୁନ୍ଦର ସୁନ୍ଦର ଆଲବମ ଗୀତର ତାଳେ ତାଳେ ସହ ବିଜେଡି ଓ ଭାଜପାର ଦୂର୍ନିତିକୁ ନେଇ କଂଗ୍ରେସ ଘରକୁ ଘର ଯାଇ ଭୋଟରଙ୍କ ପାଖରେ ଉପସ୍ଥାପନା କରି ବୁଝାଇ ଭୋଟରଙ୍କ ହୃଦୟ ଜିଣିବାରେ ଲାଗିଛନ୍ତି ା ପୁରୁଷୋତ୍ତମପୁରରୁ ପ୍ରଥମ ଥର ଲାଗି ବିଧାୟକ ପ୍ରାର୍ଥି ଭାବରେ ଯୁବ ବୟସରେ ଚିତ୍ରସେନ ଲଢୁଥିବାରୁ ଦଳଗତ ନିର୍ବିଶେଷରେ ଏଠିକାର ବହୁ ବ୍ୟକ୍ତି ତାଙ୍କୁ ସମର୍ଥନ ଦେବାରେ ଲାଗିଛନ୍ତିା

ଅନ୍ୟପକ୍ଷରେ ସେ କୈବର୍ତ୍ତ(କେଉଟ) ସଂପ୍ରଦାୟ ଶ୍ରେଣୀର ହୋଇଥିବା ହେତୁ ଜାତିଆଣ ମନୋଭାବ ରଖି ବିଭିନ୍ନ ଗ୍ରାମରେ ଥିବା କୈବର୍ତ୍ତ ଶ୍ରେଣୀର ଭୋଟର ମାନେ ସମ୍ପୂର୍ଣ୍ଣ ସମର୍ଥନ କରିବାରେ ଲାଗିଛନ୍ତି ା ଚିତ୍ରସେନଙ୍କୁ ବିଭିନ୍ନ ଗ୍ରାମରେ ସମର୍ଥନ ମିଳିବା ସହିତ ସମ୍ବର୍ଦ୍ଧିତ କରୁଛନ୍ତି ଜନସାଧାରଣ ।

ଜିତିବା ହାରିବା ବଡ କଥା ନୁହେଁ ଜନସାଧାରଣଙ୍କ ସୁଖଦୁଖରେ ସାମିଲ ହେବା ତାଙ୍କୁ ସେବା ଯୋଗାଇଦେବା ସହ ଲୋକଙ୍କ ଅସମୟରେ ସାହାର୍ଯ୍ୟ କରିବା ମୋର ଏକମାତ୍ର ଲକ୍ଷ ରହିଛି। ଆଉ ଜନସାଧାରଣ ଯଦି ମୋତେ ଆଶୀର୍ବାଦ କରି ନିର୍ବାଚନରେ ଜିତାଇ ଆଣନ୍ତି ତେବେ ସମଗ୍ର ପୁରୁଷୋତ୍ତମପୁର ଓ ଖଲିକୋଟ ଅଞ୍ଚର ଚାଷୀ କୁଳ ସହ ଜନସାଧାରଣଙ୍କ ସାମଗ୍ରିକ ବିକାଶ କରିବାର ନେଇ ଚିତ୍ରସେନ କହଛନ୍ତି ା ଏହି ପ୍ରଚାରରେ ବରିଷ୍ଟନେତା ମନୋରଞ୍ଜନ ଦାଶ, ମାଧବାନନ୍ଦ ଦାଶ ,ଜଗନ୍ନାଥ ବେହେରା, ଶୁଶାନ୍ତ ଗୌଡ ,ସୋନୁ ମହାରଣାଙ୍କ ସମେତ ବହୁ କର୍ମୀ ଜୋରସୋରରେ କଂଗ୍ରେସକୁ ଜିତାଇବାରେ ଲାଗିପଡିଛନ୍ତି

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od