
ଚଣ୍ଡିଗଡ଼,୧୮।୬: ହରିୟାଣା କଂଗ୍ରେସକୁ ଲାଗିଛି ବଡ଼ ଝଟ୍କା। ଝିଅଙ୍କୁ ଟିକେଟ ମିଳିଲା ନାହିଁ ବୋଲି ଦଳ ଛାଡ଼ି ଭାଜପାରେ ସାମିଲ ହେବାକୁ ଯାଉଛନ୍ତି ବରିଷ୍ଠ ନେତ୍ରୀ କିରଣ ଚୌଧୁରୀ। ସେ ଲୋକ ସଭା ନିର୍ବାଚନରେ ଭିବାନୀ-ମହେନ୍ଦ୍ରଗଡ଼ ଆସନରୁ ଝିଅ ତଥା ପୂର୍ବ କଂଗ୍ରେସ ଏମ୍ପି ଶ୍ରୁତି ଚୌଧୁରୀଙ୍କ ପାଇଁ ଟିକେଟ ମାଗିଥିଲେ, ଯାହାକି ତାଙ୍କୁ ମିଳି ନ ଥିଲା। ଏପରିକି ଶେଷ ହୋଇଥିବା ନିର୍ବାଚନରେ ମଧ୍ୟ ଦଳ ଏହି ଆସନରୁ ପରାଜିତ ହେବା ପରେ କିରଣଙ୍କ ଉପରେ ଅଭିଯୋଗ କରାଯାଉଥିବା ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।