Friday, February 14, 2025
Friday, February 14, 2025
Home ଆମ ଓଡ଼ିଶା ଓଡ଼ିଶା ମାଷ୍ଟର୍ସ ୨୦୨୪ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା, ମାନବ ଚୌଧୁରୀ ବିଜୟୀ

ଓଡ଼ିଶା ମାଷ୍ଟର୍ସ ୨୦୨୪ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା, ମାନବ ଚୌଧୁରୀ ବିଜୟୀ

by
0 comment

ଡେସ୍କ: କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ମାଷ୍ଟର୍ସ ୨୦୨୪ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା। କୋର୍ଟ ୧ରେ ଆଜି ଅନୁଷ୍ଠିତ ମ୍ୟାଚରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ମାନବ ଚୌଧୁରୀ ପୁରୁଷ ଏକକ ଯୋଗ୍ୟତା ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସର ମହମ୍ମଦ ମୁନାୱରଙ୍କୁ ୨୧-୧୬, ୨୧-୧୨ରେ ପରାସ୍ତ କରିଛନ୍ତି। ପୁରୁଷ ସିଙ୍ଗଲ୍ସର ଅନ୍ୟ ଏକ ମ୍ୟାଚରେ ଭାରତର ରାଜେଶ ଶ୍ରୀକର ୧୧-୨୧, ୨୧-୨୩ରେ ଚୀନର ଲିଉ ୟୁ ଜୁଆନଙ୍କଠାରୁ ପରାସ୍ତ ହୋଇଥିବା ବେଳେ ଗଗନ ବାଲିୟାନ ଚୀନର ୱାଙ୍ଗ ଜି ଜୁନଙ୍କଠାରୁ ୧୨-୨୧, ୧୧-୨୧ରେ ପରାସ୍ତ ହୋଇଛନ୍ତି। ସେହିପରି ମିକ୍ସଡ ଡବଲ୍ସ ବର୍ଗରେ ଭାରତୀୟ ଯୋଡ଼ି ଅମାନ ମହମ୍ମଦ ଓ ସିମରନ ସିଂହୀ ଓଡ଼ିଶାର କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ହରି ଭାରତୀ ବାସ୍କରନ.ପି ଓ ନରଧନା ରବିଶଙ୍କର ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od