ନୂଆଦିଲ୍ଲୀ: ହାଇଦ୍ରାବାଦ ଲୋକସଭା ଆସନ ସାଂସଦ ତଥା ଏଆଇଏମଆଇଏମ୍ ପାର୍ଟି ମୁଖ୍ୟ ଅସଦୁଦ୍ଦିନ ଓୱେସି ଗତ କିଛି ଦିନ ହେବ ବିବାଦରେ ଅଛନ୍ତି। ନିକଟରେ ଲୋକସଭାରେ ଶପଥ ନେବା ସମୟରେ ସେ ‘ଜୟ ପାଲେଷ୍ଟାଇନ’ର ସ୍ଲୋଗାନ ଦେଇଥିଲେ। ଏହି ମାମଲାରେ ଦେଶବ୍ୟାପୀ ଓୱେସିଙ୍କୁ ବିରୋଧ କରାଯିବା ସହ ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ଦାବି ହେଉଛି। ଏବେ ଅସଦୁଦ୍ଦିନ ଓୱେସି ସୂଚନା ଦେଇଛନ୍ତି ଯେ ଦିଲ୍ଲୀରେ ତାଙ୍କ ବାସଭବନ ଉପରକୁ କେତେକ ଅଜଣା ଲୋକ କଳା କାଳି ଫିଙ୍ଗିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଏଆଇଏମଆଇଏମ୍ ସାଂସଦ ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ଗୁରୁବାର କିଛି ଅଜଣା ଦୁର୍ବୃତ୍ତ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଉପରକୁ କଳା କାଳି ଫିଙ୍ଗିଛନ୍ତି। ମୋ ଦିଲ୍ଲୀ ବାସଭବନକୁ କେତେ ଥର ଟାର୍ଗେଟ କରାଯାଇଛି ତାହାର ହିସାବ ମୁଁ ଏବେ ଭୁଲିଯାଇଛି। ଯେତେବେଳେ ସେ ଦିଲ୍ଲୀ ପୁଲିସକୁ ପଚାରିଛନ୍ତି ଯେ ସେମାନଙ୍କ ନାକ ତଳେ ଏସବୁ କେମିତି ଘଟୁଛି, ସବୁବେଳେ ପୁଲିସ ଅସହାୟତା ପ୍ରକାଶ କରିଛି ।
Some “unknown miscreants” vandalised my house with black ink today. I have now lost count the number of times my Delhi residence has targeted. When I asked @DelhiPolice officials how this was happening right under their nose, they expressed helplessness. @AmitShah this is… pic.twitter.com/LmOuXu6W63
— Asaduddin Owaisi (@asadowaisi) June 27, 2024
ଏହି ଘଟଣାକୁ ନେଇ ଓୱେସି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି। ସାଂସଦଙ୍କ ସୁରକ୍ଷା ସୁନିଶ୍ଚିତ ହେବ କି ନାହିଁ ତାହା ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଜଣାଇବାକୁ ଓୱେସି କହିଛନ୍ତି। ଏସବୁ ଘଟଣାକୁ ସେ ଭୟ କରନ୍ତି ନାହିଁ ବୋଲି ଓୱେସି କହିଛନ୍ତି। ସେ ଦୁର୍ବୃତ୍ତମାନଙ୍କୁ ককারির ଫିଙ୍ଗି ବା ପଥର ଫିଙ୍ଗି ପଳାଇ ନଯିବାକୁ କହିଥିଲେ।