ଡେସ୍କ: ଐତିହାସିକ କଟକ ବାଲିଯାତ୍ରାର ପ୍ରଥମ ସନ୍ଧ୍ୟାକୁ ଦର୍ଶକମାନେ ବେଶ ଉପଭୋଗ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଳିଯାତ୍ରାକୁ ଉଦଘାଟନ କରିବା ପରେ ଆରମ୍ଭ ହୋଇଥିଲା ଲୋକପ୍ରିୟ ଗାୟକ ଅନୁପ ଜଲୋଟାଙ୍କ ଭଜନ ପରିବେଷଣ। ଅନୁପଙ୍କ ସୁମଧୁର କଣ୍ଠର ଯାଦୁ ଦର୍ଶକଙ୍କୁ ବିମୋହିତ କରିଥିଲା।
ଅନୁପ ଜଲୋଟାଙ୍କ ଭଜନରେ ଝୁମିଲେ ଦର୍ଶକ pic.twitter.com/NJjxeQnohW
— Samaja Live (@samajalive) November 16, 2024
ଯେଉଁ ଭଜନ ପାଇଁ ସେ ସାରା ବିଶ୍ୱରେ ଖଟି ଅର୍ଜନ କରିଛନ୍ତି, ସେହି ଭଜନ ‘ଏସି ଲାଗି ଲଗନ, ମୀରା ହୋ ଗୟୀ ମଗନ…’ ଗୀତ ରୁ ଆରମ୍ଭ କରିଥିଲେ କାର୍ଯ୍ୟକ୍ରମ। ଗୋଟିଏ ପରେ ଗୋଟିଏ ହିଟ ଭଜନ ଗାଇଥିଲେ ଅନୁପ। ସେ କହିଥିଲେ, ଏହି ବାଲିଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲି ଦେଶରେ ଉଠାଇବା ପରେ ଏହାର ଅଧିକ ପ୍ରଚାର ପ୍ରସାର ହୋଇଛି।ଏହିଭଳି ମେଗା ଆୟୋଜନକୁ ସାଧୁବାଦ ଜଣାଇଛନ୍ତି ଅନୁପ ଜଲୋଟା।