Sunday, January 19, 2025
Sunday, January 19, 2025
Home Latest ଏହି ୩ଟି ଜିନିଷ ପାଇଁ କରିପାରିବେ ଅଧିକ ଖର୍ଚ୍ଚ

ଏହି ୩ଟି ଜିନିଷ ପାଇଁ କରିପାରିବେ ଅଧିକ ଖର୍ଚ୍ଚ

by
0 comment

ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ସମସ୍ତେ ଅନୁପ୍ରାଣିତ । ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ । ସେ ଜୀବନରେ ନିଜର ଅଭିଜ୍ଞତା ଏବଂ ଅନୁଭବକୁ ନେଇ ନୀତିଶାସ୍ତ୍ର ରଚନା କରିଥିଲେ ।

ସେହିଭଳି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଜୀବନରେ ଦାନ କରିବା କେତେ ଗୁରୁତ୍ୱପୂର୍ଣ୍ଣ ତାହା ବିଶେଷ ଭାବରେ ଵର୍ଣ୍ଣନା କରିଛନ୍ତି । ଜଣେ ବ୍ୟକ୍ତି ଦାନ କରିବା ଦ୍ୱାରା ଅଧିକ ଧନୀ ହୋଇଥାଏ ବୋଲି କହିଛନ୍ତି ।

ନୀତି ଶାସ୍ତ୍ର ଅନୁସାରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, କିଛି କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିବା ଦ୍ୱାରା ଜଣେ ବ୍ୟକ୍ତିର ଭାଗ୍ୟ ବଦଳିଯାଇଥାଏ । ଜଣେ ଧନୀ ବ୍ୟକ୍ତି ଗରିବ ଏବଂ ଦରିଦ୍ର ଲୋକଙ୍କୁ ମନଖୋଲି ସାହାଯ୍ୟ କରିବା ଉଚିତ । ଏହା  କରିବା ଦ୍ୱାରା ବ୍ୟକ୍ତି ଜଣକ ଧାର୍ମିକ ଓ ସାମାଜିକ ଦୃଷ୍ଟିରୁ ଭଲ ଅନୁଭବ କରିଥାଏ ।

ବ୍ୟକ୍ତି ଜଣକ ଧାର୍ମିକ କାର୍ଯ୍ୟକଳାପ କ୍ଷେତ୍ରରେ ଖୋଲାଖୋଲି ଭାବରେ ଟଙ୍କା ଖର୍ଚ୍ଚ କରିବା ଆବଶ୍ୟକ । ମନ୍ଦିର କିମ୍ବା କୌଣସି ତୀର୍ଥ ସ୍ଥାନରେ ଦାନ ଦେବା ପାଇଁ ପଛଘୁଞ୍ଚା ଦେବାକଥା ନୁହେଁ । ଦାନ କରିବା କେବଳ ଅନେକ ଲୋକଙ୍କୁ ଖାଲି ଲାଭ ଦେଇ ନଥାଏ ବରଂ ଅନେକ ଉପାୟରେ ସନ୍ତୁଷ୍ଟି ମିଳିଥାଏ । 

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ସୈଫଙ୍କୁ ଆକ୍ରମଣ କରିଥିବା ଆକ୍ରମଣକାରୀର ଫଟୋ

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ, ଦୁନିଆରେ କଲ୍ୟାଣ ତଥା ସାମାଜିକ କାର୍ଯ୍ୟରେ ଭାଗନେବା ସମସ୍ତଙ୍କ ଦାୟିତ୍ୱ ଅଟେ । ଜଣେ ବ୍ୟକ୍ତି ସବୁବେଳେ ତାଙ୍କ ଆର୍ଥିକ ସ୍ଥିତିକୁ ଧ୍ୟାନରେ ରଖି ସାମାଜିକ କାର୍ଯ୍ୟରେ ଯୋଗଦେବା ଉଚିତ । ଏବଂ ମନଖୋଲି ଟଙ୍କା ଖର୍ଚ୍ଚ କରିବା ଉଚିତ ।

ଅଧିକ ପଢ଼ନ୍ତୁ: ଛତିଶଗଡ଼: ପୁଲିସ ଗୁଳିରେ ୧୨ ମାଓବାଦୀ ମୃତ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od