Monday, February 24, 2025
Home odia news ଏମାନଙ୍କର ବଢିବ ଅଯଥା ଖର୍ଚ୍ଚ :ଜାଣନ୍ତୁ ଆଜିର ରାଶିଫଳ

ଏମାନଙ୍କର ବଢିବ ଅଯଥା ଖର୍ଚ୍ଚ :ଜାଣନ୍ତୁ ଆଜିର ରାଶିଫଳ

by
0 comment

ମେଷ: ଜଣେ ସମାଜସେବୀଭାବେ ଜନସାଧାରଣଙ୍କ ଆଦରର ପାତ୍ର ହେବେ। ରାଜ ସମ୍ମାନଯୁକ୍ତ ହେବେ। ଶଠ, ନିଃଶଙ୍କ ଓ ଗର୍ବୀ ହୋଇପାରନ୍ତି। ପତ୍ନୀ, ପୁତ୍ରଙ୍କ ପାଇଁ ଚିନ୍ତିତ ହେବେ। ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କରିବେ।
ବୃଷ: ରାଜନୀତି ସହିତ କୂଟନୀତିଜ୍ଞ ହୋଇପାରନ୍ତି। ପତ୍ନୀ ଅନେକ ସମସ୍ୟାରୁ ଆପଣଙ୍କୁ ଉଦ୍ଧାର କରିପାନ୍ତି। ଅତି ଚତୁର ଓ ଶତ୍ରୁହନ୍ତା ହେବେ। ଧର୍ମକ୍ଷେତ୍ରକୁ ଯାତ୍ରା କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ମିଥୁନ : କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଜୁଆ, ଲଟେରି ଆଦିରୁ ଧନ ଲାଭ ହୋଇପାରେ। ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ। ବ୍ୟବସାୟ ଲାଭପ୍ରଦ ହେବ। ପତ୍ନୀ ଆଜ୍ଞାକାରିଣୀ ହେବେ।

କର୍କଟ:ଦାନଶୀଳ ହୋଇପାରନ୍ତି। ପ୍ରତିଷ୍ଠିତ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଜଳଯାତ୍ରାରେ ବିପଦ ରହିଛି। ବୁଦ୍ଧିମାନ୍‌ ଓ ପ୍ରେମୀ ହୋଇପାରନ୍ତି। ଜଣେ କୃଷି ବିଶାରଦ ଭାବେ ଅନ୍ୟ କୃଷକଙ୍କ ପରାମର୍ଶଦାତା ହେବେ।
ସିଂହ: ଆତ୍ମବିଶ୍ବାସୀ ହେବେ। ମେଳାପୀ ସ୍ବଭାବର ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଆଦର, ଅଭ୍ୟର୍ଥନା ମିଳିବ। ଭାଇମାନଙ୍କ ମଧ୍ୟରେ ଜ୍ୟେଷ୍ଠ ନ ହୋଇଥିଲେ ବି ଶ୍ରେଷ୍ଠ ହେବେ। ମିଷ୍ଟଭାଷୀ ହୋଇପାରନ୍ତି।

prayash

କନ୍ୟା:ପରମ ସୌଭାଗ୍ୟଶାଳୀ ହୋଇପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭପ୍ରଦ ହେବ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ଓ ସହୟତା ମିଳିବ।
ତୁଳା: ଶ୍ରୀଚନ୍ଦ୍ର ଭୋଗ ହେତୁ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭ ହେବ। ଋଣ କ୍ଷେତ୍ରରେ ବୀରତ୍ବର ପରାକାଷ୍ଠା ପ୍ରତିପାଦନ କରିପାରନ୍ତି।
ବିଛା: ଦ୍ବାଦଶ ଚନ୍ଦ୍ର ଭୋଗ ହେତୁ ଆପଣଙ୍କ ସ୍ବାସ୍ଥ୍ୟ ନିମନ୍ତେ ହାନିପ୍ରଦ ହେବାର ସୂଚନା ମିଳୁଛି। ବ୍ୟବସାୟ ଲାଭପ୍ରଦ ହେବ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ଧନୁ: ନୀରୋଗ ଶରୀରସମ୍ପନ୍ନ ହେବେ। ଆୟୁଷ୍ମାନ୍‌ ହେବେ। କର୍ମଚଞ୍ଚଳ ରହିବେ। ରାଜଦ୍ବାରେ ସମ୍ମାନିତ ହେବା ସହିତ ଧନ ପ୍ରାପ୍ତ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ପତ୍ନୀ ସୁଶୀଳା ହେବେ।
ମକର: ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ପ୍ରତ୍ୟେକ କ୍ଷେତ୍ରରେ ନିଜ ପରିବାରର ମର୍ଯ୍ୟାଦା ରକ୍ଷା କରିବେ। ଯଶସ୍ବୀ ହେବେ। ପାରିବାରିକ ସୁଖ ସମୃଦ୍ଧିର କାରକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ।

କୁମ୍ଭ:ଧର୍ମବିଧାନ ଦକ୍ଷ ହୋଇପାରନ୍ତି। ପ୍ରଭାବୀ ହେବେ। ସୌଭାଗ୍ୟସମ୍ପନ୍ନ ହେବେ। ସମ୍ମାନିତ ହେବେ। ଧନଯୁକ୍ତ ହୋଇପାରନ୍ତି। ସ୍ତ୍ରୀ, ପୁତ୍ର ପ୍ରୀତିଯୁକ୍ତ ହୋଇପାରନ୍ତି। ସେବା ଓ ପରୋକାରକୁ ଗ୍ରହଣ କରିପାରନ୍ତି।
ମୀନ: କର୍ମକ୍ଷେତ୍ରରେ ଧର୍ମମୟ ଆଚରଣ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଜଣେ ବିଜ୍ଞ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ସତ୍‌ ପଥରେ ପରିଚାଳିତ ହୋଇ ଅଭୀଷ୍ଟ ପୂରଣ କରିପାରନ୍ତି। ସୁସ୍ଥ ରହିବେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od