ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ଯୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠରେ ବୁଧବାର ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ୨୬ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା। ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଦିପ୍ତିମୟୀ ନାୟକଙ୍କ ସଭାପତିତ୍ବରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ପୂର୍ବତନ ପ୍ରଧାନଶିକ୍ଷକ ଗନ୍ଧର୍ବସେନ ବେଉରା ମୁଖ୍ୟଅତିଥି ଓ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁ ସମ୍ମାନିତ ଅତିଥି ତଥା ବିଚାରକ ଭାବେ ଯୋଗ ଦେଇ ଏହି ବିଜ୍ଞାନ ମେଳାକୁ ଉଦଘାଟନ କରିବା ସହ ଉଦବୋଧନ ଥିଲେ।
ଶ୍ରେଷ୍ଠ ପ୍ରକଳ୍ପ ଭାବେ ଦଶମ ଶ୍ରଣୀର ଛାତ୍ର ଶାଶ୍ଵତ କୁମାର ନାୟକ ଦ୍ବାରା ପ୍ରସ୍ତୁତ ‘ଜଳରୁ ବର୍ଜ୍ୟବସ୍ତୁ ସଂଗ୍ରହ ଯନ୍ତ୍ର’ ପ୍ରକଳ୍ପ, ଦଶମ ଶ୍ରେଣୀ ଛାତ୍ର ଭାରତ ଭୂଷଣ ବେଉରା ‘ବର୍ଜ୍ୟ ପ୍ଲାଷ୍ଟିକର ପୁନଃଚକ୍ରଣ ଦ୍ଵାରା ସଡ଼କ ପ୍ରସ୍ତୁତି’ ପ୍ରକଳ୍ପ ଦ୍ଵିତୀୟ ଏବଂ ନବମ ଶ୍ରେଣୀ ଛାତ୍ର ସୁବ୍ରତ କୁମାର ସାହୁ ‘ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ବ୍ୟବସ୍ଥା’ ପ୍ରକଳ୍ପ ତୃତୀୟ ସ୍ଥାନ ଅଧିକାର କରିଥିଲା। ଶ୍ରେଷ୍ଠ ପ୍ରକଳ୍ପ ପ୍ରଦର୍ଶନ କରିଥିବା ୩ ଛାତ୍ର ବିଜ୍ଞାନ ମେଳା ସହିତ ଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ଗ୍ରାମ୍ୟ ମେଳା ଆୟୋଜନ ହୋଇଥିଲା ଏବଂ ଏଥିରେ ୧୭ ଜଣ ଛାତ୍ରଛାତ୍ରୀ ୮୦ରୁ ଅଧିକ ପ୍ରକାରର ଖାଦ୍ୟ ପ୍ରଦର୍ଶିତ କରିଥିଲେ। ବିଜ୍ଞାନ ଶିକ୍ଷୟତ୍ରୀ ଆରତୀ ପ୍ରଧାନ ଏବଂ ନମିତା ବିଶୋଇଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀ ବିଜ୍ଞାନ ପ୍ରକଳ୍ପଗୁଡ଼କୁ ପ୍ରସ୍ତୁତ କରିଥିଲେ । ସେହିପରି ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀ ଓ ଶିକ୍ଷୟିତ୍ରୀ ଶାନ୍ତା କୁମାରୀ ସେଠୀଙ୍କ ସ୍ମରଣରେ ଛାତ୍ରଛାତ୍ରୀ ଉକ୍ତ ଗ୍ରାମ୍ୟ ମେଳା ଆୟୋଜନ କରିଥିଲେ। ଶିକ୍ଷକ ମାନସ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।