Sunday, February 23, 2025
Home Latest ‘ଏଭଳି ଭୁଲର ପୁନରାବୃତ୍ତି ହେବ ନାହିଁ’ ପୋଷ୍ଟ କରି କ୍ଷମା ମାଗିଲା ଫ୍ଲିପକାର୍ଟ

‘ଏଭଳି ଭୁଲର ପୁନରାବୃତ୍ତି ହେବ ନାହିଁ’ ପୋଷ୍ଟ କରି କ୍ଷମା ମାଗିଲା ଫ୍ଲିପକାର୍ଟ

by
0 comment

ନୂଆଦିଲ୍ଲୀ: ଲୋକପ୍ରିୟ ଅନଲାଇନ୍ ସପିଂ ଆପ୍ ଫ୍ଲିପକାର୍ଟର ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ‘ବିଗ୍ ବିଲିଅନ୍ ଡେଜ୍ ସେଲ୍’ ଆରମ୍ଭ ହେଉଛି। ଏହି ଅଫରକୁ ପ୍ରୋମୋଟ୍ କରିବା ପାଇଁ କମ୍ପାନି ପକ୍ଷରୁ ଏକ ବିଜ୍ଞାପନ ପୋଷ୍ଟ କରାଯାଇଥିଲା। ଏହି ବିଜ୍ଞାପନ କିନ୍ତୁ କମ୍ପାନିକୁ ମହଙ୍ଗା ପଡ଼ି ଯାଇଛି। ଯେଉଁଥିପାଇଁ  ଫ୍ଲିପକାର୍ଟକୁ କ୍ଷମା ମାଗିବାକୁ ପଡ଼ିଛି।

ଏହି ବିଜ୍ଞାାପନରେ ଫ୍ଲିପକାର୍ଟ ସ୍ୱାମୀମାନଙ୍କୁ ଅଳସୁଆ, ଅଭାଗା ଏବଂ ନିର୍ବୋଧ ବୋଲି ଦର୍ଶାଇଥିଲା। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଲୋକେ ସୋସିଆଲ ମିଡିଆରେ ଫ୍ଲିପକାର୍ଟକୁ ନେଇ ସମାଲୋଚନା କରିଛନ୍ତି। ଏହାପରେ ନିଜର ଦୋଷ ସ୍ବୀକାର କରି କ୍ଷମା ମାଗିଛି ଫ୍ଲିପକାର୍ଟ।

ବିଜ୍ଞାପନରେ ଦର୍ଶା ଯାଇଥିଲା କି ମହିଳାମାକନେ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ‘ବିଗ୍ ବିଲିଅନ୍ ଡେଜ୍ ସେଲ୍’‌ରେ ଅଧିକ ବ୍ୟାଗ୍ କିଣନ୍ତୁ । ଆଉ ଏହାକୁ ଏପରି ଲୁଚାଇ ରଖନ୍ତୁ ଯାହାକୁ ଆପଣଙ୍କ ଅଳସୁଆ, ଅଭାଗା, ଏବଂ ନିର୍ବୋଧ ସ୍ୱାମୀ ଜାଣି ପାରିବେ ନାହିଁ । 

ଏହି ବିଜ୍ଞାପନ ଦେଖିବା ପରେ ଇଣ୍ଡିଆ କାଉନସିଲ୍ ଫର୍ ମେନ୍ ଆଫାୟାର୍ସ(ଏନସିଏମ ) ଆପତ୍ତି ଉଠାଇଥିଲା। ସୋସିଆଲ ମିଡିଆ ଏକ୍ସରେ ଫ୍ଲିପକାର୍ଟ ସ୍ବାମୀମାନଙ୍କୁ ଅସମ୍ମାନ କରିଥିବା ଏହି ବିଜ୍ଞାପନ ଭିଡିଓକୁ ସେୟାର କରି  ବିଭ୍ରାନ୍ତକର କହିବା ସହ କମ୍ପାନି ଏହାକୁ ଯଥାଶୀଘ୍ର ଡିଲିଟ୍ କରୁ ବୋଲି ଦାବି କରିଥିଲା।’

ଏହି ପୋଷ୍ଟର କିଛି ସମୟ ପରେ ଫ୍ଲିପକାର୍ଟ ଏକ ପୋଷ୍ଟ ସେୟାର କରି କହିଥିଲା, ‘ଆମର ଭୁଲ ହୋଇଯାଇଛି। ଏହି ବିଜ୍ଞାପନ ପାଇଁ ଯେଉଁମାନଙ୍କୁ ଆଘାତ ଲାଗିଛି ସେଥିପାଇଁ ଆମେ ଦୁଃଖୀତ। ଭବିଶ୍ୟତରେ ଏପରି ଘଟଣା ପୁନରାବୃତ୍ତି ହେବ ନାହିଁ। ଯଥାଶୀଘ୍ର ଭିଡିଓ ଡିଲିଟ କରିଦେବୁ।’

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od