ନୂଆଦିଲ୍ଲୀ: କିଛି ଦିନ ତଳେ ଉତ୍ତରପ୍ରଦେଶ ବୋର୍ଡ ପରୀକ୍ଷା-୨୦୨୪ର ଫଳାଫଳ ଘୋଷଣା ହୋଇଥିଲା। ଏଥିରେ ସୀତାପୁରର ପ୍ରାଚୀ ନିଗମ ୯୮.୫୦ ପ୍ରତିଶତ ନମ୍ବର ରଖି ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଏହି ସଫଳତା ପାଇବା ପରେ ପ୍ରାଚୀଙ୍କ ନିକଟକୁ ବିଭିନ୍ନ ମାଧ୍ୟମରୁ ପ୍ରଶଂସାର ସୁଅ ଛୁଟିଥିବାବେଳେ କିଛି ଲୋକ ତାଙ୍କ ଚେହେରାକୁ ନେଇ ଟ୍ରୋଲ କରିଥିଲେ। ତାଙ୍କ ଚେହେରାରେ ଅଧିକ କେଶ ଥିବାରୁ ଲୋକେ ତାଙ୍କୁ ଟ୍ରୋଲ କରିଥିବା ଦେଖାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
“I wish I wasn’t number one”
We failed as a society for her 💔 pic.twitter.com/gqZoFlo4XA— Araya🐢 (@arayaawww) April 28, 2024
ସେ ଚାଣକ୍ୟଙ୍କ ଉଦାହରଣ ଦେଇ ଏହି ଟ୍ରୋଲିଂର ଜବାବ ଦେଇ ସାରିଥିବା ବେଳେ ଏବେ ନିଜ ମନର କଥା କହିଛନ୍ତି। ଏବେ ଭାବୁଛି ଟପ୍ପର ନହୋଇଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି। ତାଙ୍କ କହିବା ମୁତାବକ, “ଯଦି ମୁଁ ମାତ୍ର ୧-୨ ମାର୍କ କମ୍ ରଖିଥା’ନ୍ତି, ତେବେ ମୁଁ ସୋସିଆଲ ମିଡିଆର ଲୋକପ୍ରିୟତା ହାସଲ କରି ନଥା’ନ୍ତି ଏବଂ ମୋ ଚେହେରା ପାଇଁ ମୋତେ ଏଭଳି ଟ୍ରୋଲ କରାଯାଇନଥାନ୍ତା। ଏବେ ମୋତେ ଏଭଳି ଲାଗୁଛି। ଏହା କଷ୍ଟଦାୟକ। କିନ୍ତୁ ସୋସିଆଲ ମିଡିଆରେ ଲୋକମାନେ ଯାହା ଚାହାଁନ୍ତି ତାହା କହନ୍ତି ଏବଂ ସେମାନଙ୍କୁ କେହି ଅଟକାଇପାରିବେ ନାହିଁ।”