Wednesday, February 19, 2025
Home Home ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

by
0 comment

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ ୪୪ଟି ବଲରେ ୭୦ ରନ ସଂଗ୍ରହ କରଥିଲେ। ଏଥିରେ ୬ ଚୌକା ଓ ୩ ଛକା ସହାୟତାରେ କରିଥିଲେ। ବର୍ତ୍ତମାନ ଏହି ଅପରାଜିତ ଇନିଂସ ସହିତ ବିରାଟ କୋହଲି ବେଙ୍ଗାଲୁରୁର ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିଛନ୍ତି।
ଗୁଜରାଟ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ କୋହଲି ଏବି ଡି ଭିଲିୟର୍ସଙ୍କୁ ଛକାରେ ପଛରେ ପକାଇଛନ୍ତି। କୋହଲି ବର୍ତ୍ତମାନ ଆଇପିଏଲରେ ୨୫୪ ଛକା ପୂରଣ କରିଛନ୍ତି। ଡି ଭିଲିୟର୍ସ ତାଙ୍କ ଆଇପିଏଲ କ୍ୟାରିୟରରେ ୨୫୧ ଛକା ମାରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମା ୨୭୫ ଛକା ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏଭଳି ପରିସ୍ଥିତିରେ କୋହଲି ମଧ୍ୟ ତାଙ୍କ ରେକର୍ଡ ଭାଙ୍ଗି ପାରିବେ। କ୍ରିସ ଗେଲ ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି। ଗେଲ ତାଙ୍କ ଆଇପିଏଲ କ୍ୟାରିୟରରେ ୩୫୭ ଛକା ମାରିଥିଲେ।

ଆଇପିଏଲରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ
କ୍ରିସ ଗେଲ- ୩୫୭ ଛକା
ରୋହିତ ଶର୍ମା- ୨୭୫ ଛକା
ବିରାଟ କୋହଲି- ୨୫୪ ଛକା
ଏବି ଡି ଭିଲିୟର୍ସ- ୨୫୧ ଛକା
ଏମ୍‌ଏସ୍‌ ଧୋନୀ- ୨୪୭ ଛକା

ବିରାଟ କୋହଲି ଆଇପିଏଲ ୨୦୨୪ରେ ୫୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଚଳିତ ସିଜନରେ ସେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ। ସର୍ବାଧିକ ରନ ସ୍କୋର କରିବା ପରେ କୋହଲି ଅରେଞ୍ଜ କ୍ୟାପ ପିନ୍ଧିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କିଙ୍ଗ କୋହଲି ହାରାହାରି ୭୩.୪୩ ଏବଂ ଷ୍ଟ୍ରାଇକ ହାର ୧୪୭.୪୯ରେ ୧୦ଟି ଇନିଂସରେ ବ୍ୟାଟିଂ କରୁଥିବାବେଳେ ୫୦୦ ରନ ସଂଗ୍ରହ କରିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od