Sunday, February 23, 2025
Sunday, February 23, 2025
Home Latest ଏନ୍‌ଡିଏ ସହଯୋଗୀଙ୍କୁ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ

ଏନ୍‌ଡିଏ ସହଯୋଗୀଙ୍କୁ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ

by
0 comment

ଏନ୍‌ଡିଏ ସହଯୋଗୀଙ୍କୁ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ

IndiaToday

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ନୂ୍ଆ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ କରିଛନ୍ତି। ତେବେ ମୋଦୀଙ୍କର ଶୀର୍ଷ ୪ ମନ୍ତ୍ରୀ ତଥା ଅମିତ ଶାହ (ଗୃହ), ରାଜନାଥ ସିଂହ (ପ୍ରତିରକ୍ଷା‌), ନିର୍ମଳା ସୀତାରମଣ (ଅର୍ଥ) ଏବଂ ଏସ୍‌ ଜୟଶଙ୍କର (ବିଦେଶ ବ୍ୟାପାର) ପୂର୍ବବତ୍‌ ସେମାନଙ୍କର ପୁରୁଣ‌ା ବିଭାଗ ବଜାୟ ରଖିଛନ୍ତି। ଅନ୍ୟପକ୍ଷେ ଏନ୍‌ଡିଏ ସହଯୋଗୀଙ୍କୁ ମଧ୍ୟ ନୂଆ ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ଜେଡିଏସ୍‌ ନେତା ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କୁ ଭାରୀ ଶିଳ୍ପ ଏବଂ ଇସ୍ପାତ ବିଭାଗ ମିଳିଛି। କୁମାରସ୍ବାମୀ ପୂର୍ବରୁ କୃଷି ମନ୍ତ୍ରୀ ହେବାପାଇଁ ଆଗ୍ରହ ଦେଖାଇଥିଲେ ମଧ୍ୟ ତାଙ୍କୁ ଏହା ମିଳିନାହିଁ। ତେବେ ନୂଆ ମନ୍ତ୍ରୀ ପଦ ପାଇଁ କୁମାରସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କ୍ୟାବିନେଟରେ ସବୁଠାରୁ ବୟସ୍କ ମନ୍ତ୍ରୀ ଭା‌ବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୭୯ ବର୍ଷୀୟ ଜିତନ ରାମ ମାଞ୍ଝିଙ୍କୁ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗ ମିଳିଛି। ଏଚଏଏମ୍‌ (ହିନ୍ଦୁସ୍ତାନୀ ଅୱମ ମୋର୍ଚ୍ଚା)ର ସେ ପ୍ରତିଷ୍ଠାତା। ଜେଡିୟୁର ପ୍ରମୁଖ ନେତା ରାଜୀବ ରଂଜନ ସିଂହ ପଞ୍ଚାୟତିରାଜ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ‌ହୋଇଛନ୍ତି। ଶ୍ରୀକାକୁଲମରୁ ପ୍ରତିନିଧିତ୍ବ କରୁଥିବା ଟିଡିପି ସାଂସଦ କେ ରାମମୋହନ ନାଇଡ଼ୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହୋଇଛନ୍ତି। ‌ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସେ ସର୍ବକନିଷ୍ଠ ମନ୍ତ୍ରୀ। ଏଲ୍‌ଜେପି (ଲୋକ ଜନଶକ୍ତି ପାର୍ଟି) ନେତା ଚିରାଗ ପାସ୍ବାନ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ହୋଇଛନ୍ତି। ହାଜିପୁରରୁ ‌ସେ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ)ର ଶିବ ଚନ୍ଦ୍ର ରାମଙ୍କୁ ୧.୭୦ ଲକ୍ଷରୁ ଅଧିକ ଭୋଟ୍‌ରେ ହରାଇଥିଲେ। ଚିରାଗ ପାସ୍ବାନଙ୍କ ବାଦ୍‌ ବିହାରରୁ ଅନ୍ୟ ୭ ଜଣ ସାଂସଦ ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od