ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ହିମାଚଳପ୍ରଦେଶର ମଣ୍ଡି ନିର୍ବାଚନମଣ୍ଡଳୀରେ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି। ଗତ କିଛି ବର୍ଷ ହେବ ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍ବର ଉତ୍ତୋଳନ କରୁଥିବା କଙ୍ଗନାଙ୍କୁ ବିଜେପି ମଣ୍ଡିରୁ ଟିକେଟ ଦେଇଛି। ପ୍ରାର୍ଥିପତ୍ର ଦାଖଲ ସମୟରେ କଙ୍ଗନା ନିଜ ସମ୍ପତ୍ତିର ବିବରଣୀ ଦେଇଥିବା ବେଳେ କେତେ ଟଙ୍କାର ଋଣ କରିଛନ୍ତି ତାହା ମଧ୍ୟ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସତ୍ୟପାଠ ଅନୁଯାୟୀ, କଙ୍ଗନା ରାଣାୱତ ମୋଟ ୯୧କୋଟି ଟଙ୍କାର ମାଲିକାଣୀ ହୋଇଥିବା ବେଳେ ୧୭କୋଟି ଟଙ୍କାର ଋଣ କରିଛନ୍ତି। ତେବେ ସେ କେଉଁ କାମ ପାଇଁ ଋଣ ନେଇଛନ୍ତି, ତାହା ସାମ୍ନାକୁ ଆସିଛି।
କିଛି ଦିନ ତଳେ ଟିକେଟ ମିଳିବା ପୂର୍ବର ଘଟଣା ବିଷୟରେ କହିଥିଲେ କଙ୍ଗନା। ସେ କହିିଥିଲେ ଯେ, “୨୦୧୯ରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ଥିଲା… କିନ୍ତୁ ଏଥର ଯେତେବେଳେ ମୁଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଲା ମୁଁ ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହାଜୀଙ୍କ କାର୍ଯ୍ୟାଳୟକୁ ଫୋନ କରିଥିଲି। ଚଣ୍ଡିଗଡ଼, ମଥୁରା କିମ୍ବା ମଣ୍ଡି ଆସନରୁ ନିର୍ବାଚନ ଲଢ଼ିବା ନେଇ ହେଉଥିବା ଚର୍ଚ୍ଚା ବିଷୟରେ ମୁଁ ସେମାନଙ୍କୁ ପଚାରିଥିଲି | ସେ ମୋତେ କହିଥିଲେ ଯେ ଆପଣ ଲୋକସଭା ନିର୍ବାଚନ ଲଢ଼ିବେ । ହେଲେ କେଉଁଠାରୁ ଲଢ଼ିବେ ତାହା ଆମେ ଜଣାଇବୁ। ଶେଷରେ ମୋତେ ବିଜେପି ସଭାପତି ଜେପି ନଡ୍ଡାଜୀ ମଣ୍ଡି ଆସନରୁ ମୁଁ ଲଢ଼ିବି ବୋଲି କହିଥିଲେ ଏବଂ ତୁରନ୍ତ ଦିଲ୍ଲୀ ଆସିବାକୁ କହିଥିଲେ।”