କେବଳ ଶିକ୍ଷାଦାନରେ ସୀମିତ ନ ରହି ସ୍କୁଲର କଳେବର ବଦଳାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ମଧ୍ୟପ୍ରଦେଶର ଜଣେ ଶିକ୍ଷକ। ରାଜଗଡ଼ର ମୋହନପୁର କଲୋନୀରେ ଥିବା ଇଣ୍ଟିଗ୍ରେଟେଡ ମିଡିଲ ସ୍କୁଲର ଶିକ୍ଷକ ଗୋପାଳ ବାଲଓ୍ବାଲାଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇପାରିଛି। ଗୋପାଳ ତାଙ୍କ ସଞ୍ଚିତ ଟଙ୍କାରୁ ଖର୍ଚ୍ଚକରି ସ୍କୁଲରେ ରଙ୍ଗ ଦେଇଛନ୍ତି, ଏହାସହ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି। ଏହା ବ୍ୟତୀତ ସ୍କୁଲରେ ଏକ ଲାଇବ୍ରେରି ଓ ବଗିଚା କରିପାରିଛନ୍ତି। ଏହି ଲାଇବ୍ରେରିରେ ୨୦୦୦ରୁ ଅଧିକ ବହି ରହିଛି। ଏସବୁ କାର୍ଯ୍ୟ ପାଇଁ ସେ ମୋଟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ମୋହନପୁର ଡ୍ୟାମ୍ ନିର୍ମାଣ ସମୟରେ ବିସ୍ଥାପିତଙ୍କ ପାଇଁ ମୋହପୁର କଲୋନୀ କରାଯାଇ ସେଠାରେ ଏହି ସ୍କୁଲ ଖୋଲାଯାଇଥିଲା। ହେଲେ ସ୍କୁଲର ରକ୍ଷଣାବେକ୍ଷଣ ପ୍ରତି କାହାରି ଦୃଷ୍ଟି ନଥିଲା। ସେ ସମୟରେ ସେହି ସ୍କୁଲରେ ମାତ୍ର ୨୩ ଜଣ ପିଲା ପଢୁଥିଲେ। ୨୦୧୮ରେ ଗୋପାଳ ଭାଲଓ୍ବାଲ ସ୍କୁଲରେ ଶିକ୍ଷକ ଭାବେ ଯୋଗ ଦେବା ପରେ ତାହାର ଅବସ୍ଥାରେ ପରିବର୍ତ୍ତନ ହେବା ଆରମ୍ଭ କରିଥିଲା। ସ୍କୁଲକୁ ଆକର୍ଷଣୀୟ କରାଯିବା ପରେ ଏବେ ସେଠାରେ ୧୦୦ରୁ ଅଧିକ ପିଲା ପଢୁଛନ୍ତି।
ବନରୁ ଜୀବନ
ପରିବର୍ତ୍ତନର ବିରାଟ କଳାବାଦଲ ଆଜି ସାରା ବିଶ୍ୱର ଭାଗ୍ୟାକାଶକୁ ଆଚ୍ଛାଦିତ କରିଛି। କ୍ରମାଗତ ବୃଦ୍ଧି ପାଉଥିବା ତାପମାତ୍ରା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିଛି। ପରିବେଶ…
ଟ୍ରମ୍ପଙ୍କ ହିସାବ
ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବେ । ଏହି ସମାରୋହକୁ ସେ କେତୋଟି ହାତଗଣତି ଦେଶର ମୁଖ୍ୟତଃ ଦକ୍ଷିଣପନ୍ଥୀ…
ସମୟର ସ୍ବରୂପ
କେବେ ଭାବିଛନ୍ତି, ଯଦି ସମୟକୁ ରୋକି ହୁଅନ୍ତା ଆଉ ପୁଣି ବିଗତ ସମୟକୁ ଫେରେଇ ଆଣି ହୁଅନ୍ତା, ଏ ସାରା ସଂସାରଟା କେତେ ବିଚିତ୍ର ଲାଗନ୍ତା…
ଏଇ ଭାରତରେ
୧୪ ବର୍ଷ ବୟସରେ ବାହା ହୋଇଥିଲେ ତାଙ୍କଠାରୁ ତିନିଗୁଣ ଅଧିକ ବୟସର ବ୍ୟକ୍ତିଙ୍କୁ। ସେ ମା’ ହେଲେ ୧୫ ବର୍ଷରେ। ବାଲ୍ୟ ବିବାହର ଯନ୍ତ୍ରଣାକୁ ଅତି…
ଭୂତଳ ଜଳ ଜହର
ଦେଶର ଭୂତଳ ଜଳ ଓ ଏହାର ଗୁଣ ନେଇ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ(ସିଜିଡବ୍ଲ୍ୟୁବି)ର ବାର୍ଷିକ ମୂଲ୍ୟାୟନ ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା…
ସାଂସ୍କୃତିକ ସମର ଓ ସେନାପତି ଫକୀରମୋହନ
ସାଂସ୍କୃତିକ ଜାଗରଣର ଅଗ୍ରଦୂତ ଫକୀରମୋହନ ସେନାପତି। ଭାଷା ସୁରକ୍ଷା ଆନ୍ଦୋଳନର କର୍ଣ୍ଣଧାର। କେନ୍ଦ୍ରାପଡ଼ାର କୁଶିନ୍ଦା ଗ୍ରାମରୁ ଆସି ବାଲେଶ୍ବର ଜିଲାର ମଲ୍ଲିକାଶପୁରରେ ସ୍ଥାୟୀ ଭାବରେ ରହୁଥିଲେ…
କାନି ବା ହାତ ଧରନି
ସ୍ବାମୀ ଓ ସ୍ତ୍ରୀ ପରସ୍ପର ସହମତିରେ ବିବାହ ବିଚ୍ଛେଦ ପାଇଁ ଦାୟର କରିଥିବା ମାମଲା ବିଚାରାଧୀନ ଥିବା ସମୟରେ ଦମ୍ପତିଙ୍କ ମଧ୍ୟରୁ ଜଣେ ଯେକୌଣସି ସମୟରେ…
ଏଇ ଭାରତରେ
ଛୋଟ ଛୋଟ କଥାକୁ ନେଇ ବେଳେବେଳେ ଘରୋଇ କଳି ଏଭଳି ସ୍ତରକୁ ଚାଲିଆସେ ଯେ ସମ୍ପର୍କ ଭାଙ୍ଗିବା ଯାଏ କଥା ପହଞ୍ଚିଯାଏ। କ୍ରୋଧ ଉପରେ ନିୟନ୍ତ୍ରଣ…