Sunday, January 12, 2025
Home Latest ଉଦବୋଧନ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ପୁଟିନ୍ ବୋଲି କହିଲେ ବାଇଡେନ୍‌

ଉଦବୋଧନ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ପୁଟିନ୍ ବୋଲି କହିଲେ ବାଇଡେନ୍‌

by
0 comment

ଉଦବୋଧନ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ପୁଟିନ୍ ବୋଲି କହିଲେ ବାଇଡେନ୍‌

ନୂଆଦିଲ୍ଲୀ: ବଡମଞ୍ଚରେ ବାଉଳା ହେଲେ ବାଇଡେନ। ୮୧ ବର୍ଷୀୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ଉଦବୋଧନ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ପୁଟିନ୍ ବୋଲି କହିଥିଲେ । ସେହିପରି ତାଙ୍କ ସହଯୋଗୀ ତଥା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଟ୍ରମ୍ପ ବୋଲି କହିଥିଲେ । ଟ୍ରମ୍ପ ହେଉଛନ୍ତି ରିପବ୍ଲିକିଆନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ । ବାଇଡେନ୍ ଏବେ ଏହିପରି ଭାବେ ବାଉଳା ହେବାକୁ ନେଇ ଚର୍ଚ୍ଚା ବଢିଛି ।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ନିର୍ବାଚନ ବେଳେ ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟାବସ୍ଥା ଆମେରିକା ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କିନ୍ତୁ ଏପରି ରିପୋର୍ଟକୁ ଖାରଜ କରାଯାଉଛି। ତେଣୁ ଉପରାଷ୍ଟ୍ରପତି କମଲା ହାରିସ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା । ଏହାରି ଭିତରେ ବାଇଡେନ କିନ୍ତୁ ନିଜକୁ ପ୍ରେସିଡେଂଟ କ୍ୟାଣ୍ଡିଡେଟ୍ ବା ରାଷ୍ଟ୍ରପତି ପ୍ରାର୍ଥୀ ବୋଲି ଘୋଷଣା କରିଛନ୍ତି । ରୁଷ୍ ସହ ଚାଲିଥିବା ଯୁଦ୍ଧରେ ୟୁକ୍ରେନକୁ ସହାୟତାକୁ ସୁଦୃଢ଼ କରିବା ପାଇଁ ଏକ ନୂତନ ପଦକ୍ଷେପ ‘ୟୁକ୍ରେନ୍ କମ୍ପ୍ୟାକ୍ଟ’ ଘୋଷଣା ପାଇଁ ୩୨ ଜଣ ସହଯୋଗୀ ଏବଂ ବିଦେଶୀ ନେତାଙ୍କ ସହ ମିଶି ବାଇଡେନ୍ ଜେଲନସ୍କିଙ୍କୁ ପୁଟିନ୍ ବୋଲି କହିଥିଲେ । ଏବେ ଯେଉଁଭଳି ବାଇଡେନ ବାଉଳି ହୋଇଛନ୍ତି ତାହା ନିର୍ବାଚନକୁ ପ୍ରଭାବିତ କରିବ ବୋଲି କୁହାଯାଉଛି ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od